ଆଜି ରାଜ୍ଯରେ ସର୍ବାଧିକ ୧୫ମୃତ, ଚିହ୍ନଟ ହେଲେ ୪୨୩୭ କରୋନା ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଆଉ ୪ ହଜାର ୨୩୭କରୋନା ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୨୪୮୫ ଓ ଲୋକାଲ କେସ୍‌ ରହିଛି ୧୭୫୨ । ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଆକ୍ରାନ୍ତ ଚିହ୍ନଟ । ଦ୍ୱିତୀୟରେ ରହିଛି କଟକ । ଦିନକରେ କଟକ ଜିଲ୍ଲାରୁ ୫୭୭ ନୂଆ କେସ୍‌ ସାମ୍ନାକୁ ଆସିଛି । ପୁରୀରେ ୨୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୨ହଜାର ୫୪୮କୁ ବୃଦ୍ଧି ପାଇଛି । ୩୮ ହଜାର ୫୪୬ ଚିକିତ୍ସିତ ଥିବାବେଳେ ସୁସ୍ଥ ହେଲେଣି ୧ଲକ୍ଷ ୫୩ ହଜାର ୨୧୩ ।

ପୁଣି ଗଲା ଆଉ ୧୫ ଜୀବନ । ଆଜି ରାଜ୍ୟରେ କରୋନା ଆଉ ୧୫ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି । ଭୁବନେଶ୍ବରରୁ ୪ ଜଣଙ୍କ ଜୀବନ ନେଇଛି କରୋନା । ଏହାସହିତ ମୟୁରଭଞ୍ଜଓ ପୁରୀରୁ ୨ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ଭୂତାଣୁ । ସେହିପରି ବାଲେଶ୍ବର, କଟକ, ଢେଙ୍କାନାଳ, କନ୍ଧମାଳ,ମାଲକାନଗିରି,ନୟାଗଡ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି ପ୍ରାଣଘାତୀ ମହାମାରୀ । ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୭୩୬ରେ ପହଞ୍ଚିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.