Below header

ବଲିଉଡ ପାର୍ଟିରେ ଡ୍ରଗ୍ସ ଅଫର କରାଯାଏ, ନ ନେଲେ ଇଣ୍ଡଷ୍ଟ୍ରୀରୁ ବଏକଟ ପାଇଁ ଧମକ ମିଳେ: ଅକ୍ଷରା ସିଂ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏନସିବିର ତଦନ୍ତ ପରେ ଜଣେ ଜଣେ ଫିଲ୍ମଷ୍ଟାରଙ୍କ ଡ୍ରଗ୍ସ କନେକ୍ସନର ଗୁମର ଖୋଲୁଛି। ଏନସିବି ଏବେ ଏହି ମାମଲାର ତଦନ୍ତରେ ଖୁବ୍ ସକ୍ରିୟ ହୋଇପଡିଛି। ସାରା ଅଲ୍ଲୀ ଖାନଙ୍କ ପରେ ଏବେ ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦୁକୋନ, ଦିୟା ମିର୍ଜା, ଆହୁରି ଅନେକଙ୍କ ଡ୍ରଗ୍ସ ନେଉଥିବାର ଜଣାପଡିଛି। ଏବେ ଏହାକୁ ନେଇ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବାକୁ ସଂଘର୍ଷ କରୁଥିବା ଭୋଜପୁରୀ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ଅକ୍ଷରା ସିଂ ଇଣ୍ଡଷ୍ଟ୍ରୀର ଆଉ ଏକ ଗୁମର ଖୋଲିଛନ୍ତି।

ଅକ୍ଷରା କହିଛନ୍ତି, ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ନେଲେ ଜଣାଯାଉଥିଲା ସୋସାଇଟି ହାଇପ୍ରୋଫାଇଲ। ସାରା ଦେଶରେ ଏହା ଖୁବ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, କିନ୍ତୁ ମୁମ୍ବାଇରେ ଏହା ସବୁଠାରୁ ଅଧିକ। ଆମର ଇଣ୍ଡଷ୍ଟ୍ରୀରେ ଗ୍ରୁପିଜିମ୍ ଖୁବ୍ ଅଧିକ। ଯେତେ ସବୁ ବଡ ଲୋକ ଅଛନ୍ତି ସେମାନେ ଏକ ଗ୍ରୁପ୍ ତିଆରି କରିଥାନ୍ତି ଓ ପାର୍ଟି କରିଥାନ୍ତି। ଏହି ପାର୍ଟିରେ ସେମାନେ ଡ୍ରଗ୍ସ ନେଇଥାନ୍ତି। ତାଙ୍କ ବିରୋଧରେ କେହି ସ୍ବରଉତ୍ତୋଳନ କରିଥାନ୍ତି ତାଙ୍କୁ ଚପାଇ ଦିଆଯାଇଥାଏ। ତାଙ୍କୁ ଇଣ୍ଡଷ୍ଟ୍ରୀରୁ ବୟକଟ୍ କରିଦିଆଯାଏ।

777

ଟିଭି ଇଣ୍ଡଷ୍ଟ୍ରୀରେ ଏହା ବହୁତ ଓପନ। ବଲିଉଡରେ ହାଉସ ପାର୍ଟି ହୋଇଥାଏ କିନ୍ତୁ ଟିଭି ଇଣ୍ଡଷ୍ଟ୍ରୀରେ ସେଟରେ ଅନେକ ଲୋକଙ୍କୁ ଡ୍ରଗ୍ସ ନେଉଥିବାର ମୁଁ ଦେଖିଛି। କିଛି ପ୍ୟାକେଟରେ ଆସୁଥିବା ଜିନିଷ ସେମାନେ ବ୍ୟବହାର କରୁଥିଲେ, କିନ୍ତୁ ମୁଁ କେବେ ଏହା ଉପରେ ଧ୍ୟାନ ଦେଇନଥିଲି। ଏଥିରେ ସାମିଲ ନହେଲେ କାମରେ ମଧ୍ୟ ପ୍ରଭାବ ପଡିଥାଏ। ଅଫର ମିଳିବା ବନ୍ଦ ହୋଇଯାଏ। ମୋତେ ଅନେକ କାମ ମିଳୁନି, କିନ୍ତୁ ମୁଁ ଏଭଳି ଖରାପ କାମରେ ପଶିବାକୁ ଚାହେଁନି। ପରିଶ୍ରମ ଓ ସଂଘର୍ଷ କରି କାମ କରିବାକୁ ଚାହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.