Below header

ଏଣିକି ଯେ କୌଣସି ସ୍ମାର୍ଟଫୋନର ଖୋଲା ଯାଇପାରିବ ଫିଙ୍ଗରପ୍ରିଣ୍ଟ ଲକ୍, ଆସିଗଲା Master Key

ଏଣିକି ଯେ କୌଣସି ସ୍ମାର୍ଟଫୋନର ଖୋଲାଯାଇପାରିବ ଫିଙ୍ଗରପ୍ରିଣ୍ଟ ଲକ୍ । ଆସିଗଲା Master Key । ନ୍ୟୁୟର୍କ ବିଶ୍ଵବିଦ୍ୟାଳୟର ବିଶେଷଜ୍ଞ କରି ଦେଖାଇଛନ୍ତି ଏହି ଚମତ୍କାର । ବାହାର କରିଛନ୍ତି ସମସ୍ତ ସ୍ମାର୍ଟଫୋନର ଲକ୍ ଖୋଲିବାର ଅଭେଦ ଅସ୍ତ୍ର । ଏହି ମାଷ୍ଟର କି ସାହାଯ୍ୟରେ କୌଣସି ବି ମୋବାଇଲର ଲକ୍ ଅତି ସହଜରେ ଖୋଲା ଯାଇପାରିବ ।

ବିଶେଷଜ୍ଞ ଦାବି କରିଛନ୍ତି, ଯେଉଁ ମାଷ୍ଟର କି ତିଆରି ହୋଇଛି ସେଥିରେ ଏପରି କ୍ଷମତା ଅଛି ଯାହା ପ୍ରତି ପାଂଚଟିରୁ ଗୋଟିଏ ମୋବାଇଲର ଲକ୍ ଖୋଲିବାରେ ସଫଳ ହେବ । ମେସିନ୍ ଲର୍ନିଙ୍ଗ୍ ମାଧ୍ୟମରେ ଫିଙ୍ଗରପ୍ରିଣ୍ଟର ନକରି ତିଆରି କରାଯାଇପାରିବ । ଆଉ ଏହି ମାଷ୍ଟର ଫିଙ୍ଗରପିଣ୍ଟ କି କୁ ସେହି ଡାଟାବେସରେ ସିଧା ଲଗାଯାଇପାରିବ ଯାହା ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍ ସିଷ୍ଟମ୍ ମାଧ୍ୟମରେ ସୁରକ୍ଷିତ ରଖାଯାଇଛି । ତେବେ ଏହି ମାଷ୍ଟର କି ଆସିବା ପରେ ସାଧାରଣ ଜନତା ବ୍ୟବହାର କରୁଥିବା ଫିଙ୍ଗର ପ୍ରିଣ୍ଟ ସୁରକ୍ଷା ଉପରେ ପ୍ରଶ୍ନ ଉଠିଚି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.