କିଟ୍ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହୋଇଛି ପ୍ରଥମ ଏସିଆନ ବୋଉଲ୍ସ ସ୍ପୋର୍ଟ ପେଟାନ୍‌କ୍ୟୁ ଚାମ୍ପିଅନସିପ୍‌

ଭୁବନେଶ୍ବର (କେନ୍ଯୁଜ୍) : ଦେଶରେ ପ୍ରଥମଥର ପାଇଁ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ପ୍ରଥମ ଏସିଆନ ବୋଉଲ୍ସ ସ୍ପୋର୍ଟ ପେଟାନ୍‌କ୍ୟୁ ଚାମ୍ପିଅନସିପ୍‌ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇଥିଲେ । କହିଥିଲେ ଦେଶରେ ଭୁବନେଶ୍ୱର କ୍ରୀଡା ପାଇଁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।

ପେଟାନ୍‌କ୍ୟୁ ଫେଡେରେସନ ଅଫ ଇଣ୍ଡିଆ ଆନୁକୁଲ୍ୟରେ ଏହି ଚାମ୍ପିଅନସିପ୍‌ର ଆୟୋଜନ କରାଯାଇଛି । ଭାରତ, ମଙ୍ଗୋଲିଆ, କାମ୍ବୋଡିଆ, ଇରାନ, ଦକ୍ଷିଣକୋରିଆ, ମାଲେସିଆ,ଥାଇଲାଣ୍ଡ,ଓ ଚାଇନିଡ ତାଳପେଇ ପ୍ରମୁଖ ଦେଶର ଖେଳଳୀ ଏଥିରେ ଭାଗ ନେଇଛନ୍ତି । ଆସନ୍ତା ରବିବାର ଏହା ଉଦଯାପିତ ହେବ । ଭାରତୀୟ ଦଳରେ କିସ୍‌ ବିଶ୍ୱବିଦ୍ୟାଳୟର ଅଭିରାମ ବାସ୍କେ ଓ ଦିବ୍ୟଜ୍ୟୋତି କୁଲୁ ମଧ୍ୟ ସ୍ଥାନ ପାଇଛନ୍ତି । ୧୯୦୭ ମସିହାରେ ୟୁରୋପ ଏବଂ ୨୦୦୫ରେ ଭାରତରେ ଏହି ଖେଳ ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.