Below header

ଦର୍ଶକ ନିରାଶ ହୁଅନ୍ତୁ ନାହିିଁ, ହକି ବିଶ୍ୱ କପ୍‌ର ହେବ ଦୁଇ ଦୁଇଟି ଉଦ୍‌ଘାଟନୀ ଉତ୍ସବ, ଭୁବନେଶ୍ୱର ଓ କଟକରେ, ଟିକେଟ୍‌ ମିଳିବ ଅନ୍‌ଲାଇନ୍‌ରେ

ଭୁବନେଶ୍ୱର (କେନ୍ଯୁଜ୍) : ହକି ବିଶ୍ୱ କପର ହେବ ଦୁଇ ଦୁଇଟି ଉଦଘାଟନୀ ଉତ୍ସବ । ଗୋଟିଏ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନ୍ୟଟି ହେବ କଟକରେ । ଏକଥା ଘୋଷଣା କରିଛନ୍ତି ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରେନ୍ଦ୍ର ବତ୍ରା । ଆଜି ହକି ବିଶ୍ୱ କପ୍‌ ବେଳେ ଟ୍ରାଫିକ୍‌ ନିୟନ୍ତ୍ରଣ ନେଇ ହୋଇଥିବା ବୈଠକରେ ଏହି ସୂଚନା ଦେଇଛନ୍ତି ନରେନ୍ଦ୍ର ବତ୍ରା । ସେ କହିଛନ୍ତି ଯେ ଟୁ୍‌ର୍ଣ୍ଣାମେଣ୍ଟ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବ । ତେଣୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୭ ତାରିଖ ଦିନ ଏବଂ ୨୮ ତାରିଖ ଦିନ କଟକ ବାରବାଟୀ ଷ୍‌ଷ୍ଟାଡିମରେ ଉଦଘାଟନୀ ଉତ୍ସବର ଆୟୋଜନ କରାଯିବ ।

HOCKEY MEETING-2
୨୭ ତାରିଖ ଉତ୍ସବ ପାଇଁ ଅନଲାଇନରେ ୧୦,୫୦୦ ଟିକେଟ୍‌ ବିକ୍ରି କରାଯିବ । ସେହିପରି ୨୮ ତାରିଖ କଟକ ଉତ୍ସବ ପାଇଁ ୩୦ ହଜାର ଟିକେଟ ବିକ୍ରି ହେବ । ତେବେ ଦର୍ଶକମାନଙ୍କ ପାଇଁ www.ticketgenie.in ୱେବସାଇଟରେ ଟିକେଟ୍ ଉପଲବ୍ଧ ହେବ । ତେଣୁ ଅଫଲାଇନରେ ଟିକେଟ୍‌ ବିକ୍ରି ହେବାର ଆଦୌ ବ୍ୟବସ୍ଥା ନାହିିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଗତକାଲି ଉଦଘାଟନୀ ଉତ୍ସବର ଟିକେଟକୁ ନେଇ କଳିଙ୍ଗ ଷ୍ଟାଡିୟମ ଟିକେଟ୍‌ କାଉଣ୍ଟରରେ ତୁମୁଳ କାଣ୍ଡ ସୃଷ୍ଟି ହୋଇଥିଲା । ଟିକେଟ୍‌ ପାଇଁ ଲୋକେ ଭଙ୍ଗାରୁଜା କରିଥିଲେ । ତା ସହିତ ବିଶୃଙ୍ଖଳା ପାଇଁ ପୋଲିସକୁ ଲାଠି ମାଡ଼ କରିବାକୁ ମଧ୍ୟ ପଡ଼ିଥିଲା । ତେବେ ରାଜ୍ଯରେ ହକି କ୍ରେଜକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଉଭୟ ଉତ୍ସବରେ ପ୍ରଖ୍ୟାତ ସଂଗୀତକାର ଏ.ଆର ରେହମାନ ସଂଗୀତ ପରିବେଷଣ କରିବେ ।
ଆଜିର ବୈଠକରେ ଶ୍ରୀ ବତ୍ରା ଆହୁରି କହିଥିଲେ ଯେ କଳିଙ୍ଗ ଷ୍ଟାଡିୟମରେ ଯେଭଳି ବ୍ୟବସ୍ଥା ରହିଛି ସେ ଅନୁଯାୟୀ ଏହା ବିଶ୍ୱର ସର୍ବଶ୍ରେଷ୍ଠ ୫ଟି ହକି ଷ୍ଟାଡିୟମ ଭିତରେ ସ୍ଥାନ ପାଇ ପାରିବ । ଆଜି ସଚିବାଳୟ ଠାରେ ହକି ବିଶ୍ୱ କପ୍‌ ପରିଚାଳନା କମିଟି ବୈଠକ ବସି ବିଭିନ୍ନ ନିଷ୍ପତ୍ତି ହୋଇଛି । ଏଥିରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ସଚିବ ବିଶାଲ ଦେବ, ପୋଲିସ୍‌ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.