RRB group-D result 2019 : ଜାଣନ୍ତୁ କେଉଁଠି ଏବଂ କିପରି କରିବେ ଚେକ୍

ନୂଆଦିଲ୍ଳୀ : ରେଲୱେ ଭର୍ତ୍ତି ବୋର୍ଡ (ଆରବିଆଇ) ଗ୍ରୁପ୍ ଡି ସିବିଡି ଭର୍ତ୍ତି ପରୀକ୍ଷାର ରେଜଲ୍ଡ ଆଜି ଆସିପାରେ। ମିଡିଆ ରିପୋର୍ଟ ମୁତାବକ, ପରୀକ୍ଷାର ରେଜଲ୍ଟ ଆଜି ରାତି ୧୧ ମଧ୍ୟରେ ଆରଆରବିର ସମସ୍ତ ଅଫିସିଆଲ ୱେବସାଇଟରେ ଜାରି କରାଯିବ। ରେଜଲ୍ଟ ଘୋଷଣା ହେବାର ତୁରନ୍ତ ପରେ ସମସ୍ତ ୱେବସାଇଟରେ ଏହାର ଲିକକୁ ସକ୍ରିୟ କରିଯିବ। ଫଳରେ ଆବେଦନକାରୀ ମାନେ ନିଜର ରେଜଲ୍ଟକୁ ଚେକ୍ କରିପାରିବେ।

indian_railways_1_1

ଏହା ପୂର୍ବରୁ ବୋର୍ଡ଼ ଦ୍ବାରା ଜାରି କରାଯାଇଥିବା ଏକ ଅଧିସୂଚନାରେ କୁହାଯାଇଥିଲା, ଗ୍ରୁପ ଡିର ରେଜଲ୍ଟ ଫେବ୍ରୁଆରୀ ମଧ୍ୟ ଭାଗରେ ଘୋଷଣା ହେବ। ତେବେ ଆବେଦନକାରୀମାନେ ନିଜର ରେଜଲ୍ଟ http://www.rrbcdg.gov.in/ରେ ଚେକ୍ କରିପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ରେଲୱେର ବିଭିନ୍ନ ବିଭାଗରେ ମୋଟ ୬୨୦୦୦ଟି ପଦର ଭର୍ତ୍ତି ପାଇଁ ଏହି ବିଜ୍ଞାପନ ଜାରି କରାଯାଇଥିଲା। ତେବେ ଏହି ଲିଖିତ ପରୀକ୍ଷାରେ ପାସ କରିଥିବା ସମସ୍ତ ଆବେଦନକାରୀଙ୍କୁ ଶରୀରିକ ଦକ୍ଷତା ପରୀକ୍ଷାରେ ସାମିଲ ହେବାକୁ ପଡ଼ିବ।