ଫୋନ୍‌ରେ ଏହି ଆପ୍‌ ଥିଲେ ବ୍ୟାଙ୍କ ଆକାଉଣ୍ଟ ହୋଇପାରେ ଖାଲି, ଗ୍ରାହକଙ୍କୁ ଟ୍ଵିଟ୍‌ କରି ଚେତାବନୀ ଦେଲା SBI

ଇଣ୍ଟରନେଟ୍‌ ମାଧ୍ୟମରେ ଟଙ୍କା ଚୋରି ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ଆଲର୍ଟ ଜାରି କରିଛି। ଏସ୍‌ବିଆଇ ଟ୍ଵିଟ୍‌ କରି କୌଣସି ଅନଧିକୃତ ମୋବାଇଲ ଆପ୍‌କୁ ବ୍ୟବହାର କରିବାକୁ ମନା କରିଛି। ଏସ୍‌ବିଆଇ କହିଛି ଯେ ଏଭଳି ଆପ୍‌ ଆପଣଙ୍କ ମୋବାଇଲକୁ ହ୍ୟାକ୍‌ କରି ନିଜ କଣ୍ଟ୍ରୋଲକୁ ନେଇଯାଏ। ଏଥିସହ ଆପଣଙ୍କ କନ୍‌ଟାକ୍ଟ, ପାସଓ୍ଵାର୍ଡ ଓ ଫାଇନାନ୍ସିଆଲ ଆକାଉଣ୍ଟକୁ ଆକ୍ସେସ୍‌ କରିବାକୁ ଅନୁମତି ଦେଇଥାଏ।

Rs 411-crore fraud: SBI approaches CBI as three loan defaulters ...

ଏସ୍‌ବିଆଇ ଟ୍ଵିଟ୍‌ କରି ଲେଖିଛି ଯେ କେତେକ ମୋବାଇଲ ଆପ୍‌ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥାନ୍ତି। ଏସ୍‌ବିଆଇ ଏହାର ବ୍ୟବହାର ସମ୍ପର୍କରେ ଆପଣଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଛି। ଏହି କ୍ୟାପସନ୍‌ ସହ ଏକ ଫଟୋ ପୋଷ୍ଟ କରାଯାଇଛି। ସେଥିରେ ଗ୍ରାହକଙ୍କ ସୁରକ୍ଷା ଲାଗି କେତେକ ଟିପ୍ସ ଦିଆଯାଇଛି।

SBIର ଟିପ୍ସ:

  • ଗ୍ରାହକ ସବୁବେଳେ ଭେରିଫାୟାଡ ଆପ୍‌ ଡାଉନ୍‌ଲୋଡ କରିବା ଉଚିତ।
  • ଯେକୌଣସି ଆପ୍‌ ଇନ୍‌ଷ୍ଟଲ କରିବା ପୂର୍ବରୁ ତାହାକୁ ଭଲଭାବେ ଯାଞ୍ଚ କରନ୍ତୁ।
  • କୌଣସି ନୂଆ ଆପ୍‌କୁ ପରିମିଶନ ଦେବା ପୂର୍ବରୁ ସାବଧାନ ରୁହନ୍ତୁ। ତାହା କି କି ପରିମିଶନ ମାଗୁଛି ଥରେ ପଢ଼ିନିଅନ୍ତୁ।
  • କୌଣସି ଆପ୍‌ରେ ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ ଡିଟେଲ୍ସ ସେଭ କରନ୍ତୁ ନାହିଁ।
  • ସ୍ମାର୍ଟଫୋନ୍‌କୁ ନିୟମିତ ଅପ୍‌ଡେଟ୍‌ କରନ୍ତୁ।
  • ମାଗଣା ସ୍କ୍ରିନ୍‌ ସେଭର ଲୋଡ କରନ୍ତୁ ନାହିଁ। କାରଣ ଏଭଳି ଆପ୍‌ ଇନ୍‌ବିଲ୍ଟ ରିସ୍କ ଲୁଚି ରହିଥାଏ।
  • ଫରଓ୍ଵାର୍ଡ ମେସେଜ୍‌ରେ ଆସୁଥିବା କୌଣସି ସନ୍ଦିଗ୍ଧ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.