ଆସାମ ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ ଗ୍ୟାସ୍‌ କୂପରେ ଭିଷଣ ଅଗ୍ନିକାଣ୍ଡ, ଲିଭାଇବା ପାଇଁ ଘଟଣାସ୍ଥଳରେ ନିୟୋଜିତ ହେଲେ ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଗୈାହାଟି : ଆସାମ୍‌ ତିନ୍‌ ସୁକିଆ ଜିଲ୍ଲାର ବାଗ୍‌ଜାନ୍‌ରେ ଥିବା ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ର ତୈଳ କୂପରେ ଭିଷଣ ଭାବରେ ନିଆଁ ଲାଗିଥିବା ଜଣାଯାଇଛି । ନିଆଁ ଯୋଗୁ ତୈଳ କୂପରୁ ପ୍ରବଳ ଭାବରେ କଳା ଧୂଆଁ ବାହାରୁଥିବା ଦେଖାଯାଇଛି ।

ନିଆଁକୁ ଆୟତ୍ତ କରିବା ପାଇଁ ଦୁର୍ଘଟଣା ସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ଅଛନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ର ଅନୁଯାୟୀ ତୈଳ କୂପରେ ଏତେ ଭୀଷଣ ମାତ୍ରାରେ ବିସ୍ଫୋରଣ ହେଉଛି ଯେ ପ୍ରାୟ ୨ କି.ମି ଦୂରରୁ ଏହା ଦେଖା ଯାଉଛି ।

 

oil--5

ଅଗ୍ନିଶମ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି । ଦୁର୍ଘଟଣା ସମ୍ପର୍କରେ ଆସାମ ମୁଖ୍ୟ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଥିବା ଟ୍ଵିଟ୍‌ର ଜରିଆରେ ପ୍ରକାଶ କରିଛନ୍ତି ।

ତୈଳ କୂପ ନିକଟରେ ଥିବା ଗ୍ରାମର ଲୋକଙ୍କୁ ଅନ୍ୟତ୍ର ପଠାଇ ଦିଆଯାଇଛି ବୋଲି ରାଜ୍ୟ ସରକାର ପ୍ରକାଶ କରିଛନ୍ତି । ତେବେ ଏଥିରେ କେହି ମୃତାହତ ହୋଇ ନଥିବା କମ୍ପାନୀ ପ୍ରବକ୍ତା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.