ଆସନ୍ତା ୨୧ ସୂର୍ଯ୍ୟପରାଗ ଠାରୁ ବଢ଼ିବ କରୋନା ପ୍ରକୋପ, ଜ୍ୟୋତିର୍ବିଦ କଲେ ଭବିଷ୍ୟବାଣୀ

ପୁରୀ (କେ ନ୍ୟୁଜ୍‌) : ଆସନ୍ତା ଜୁନ୍ ୨୧ ତାରିଖରେ ରାହୁ ଗ୍ରସ୍ତ ସୂର‌୍ୟ୍ୟୋପରାଗ ହେବ । ଏହି ସୂର‌୍ୟ୍ୟେ ପରାଗ ମୃଗଶିରା ନକ୍ଷତ୍ରରେ ଅନୁଷ୍ଠିତ ହେଉଛି । ଏହାର ପ୍ରଭାବରେ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବ । କ୍ଷେପଣାସ୍ତ୍ର ପ୍ରୟୋଗ ସହ ଯୁଦ୍ଧ ହେବାର ସମ୍ଭାବନା ରହିଛି । ଏ କଥା କହିଛନ୍ତି ଜ୍ୟୋତିର୍ବିଦ । ପୁରୀର ଜ୍ୟୋତିର୍ବିଦ ହରି ଶଙ୍କର ମିଶ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ସହ ବର୍ତ୍ତମାନ ପ୍ରାର୍ଥନା, ହୋମ ଯଜ୍ଞ, ଚଣ୍ଡୀ ପାଠ, ଶକ୍ତିପୀଠରେ ସଂପୁଟ ଚଣ୍ଡୀ ଆଦି କରାଗଲେ କରୋନା ଭୂତାଣୁ କବଳରୁ ମୁକ୍ତି ପାଇ ହେବ ବୋଲି ସେ କହିଛନ୍ତି ।

ସେ ଇତିହାସରୁ କିଛି ଘଟଣା ବର୍ଣ୍ଣାନ କରିବା ସହ ଏ ନେଇ ପୁରୀ ଶଙ୍କରାଚାର‌୍ୟ୍ୟ ଏବଂ ଗଜପତି ମହାରାଜଙ୍କୁ ଲିଖିତ ଭାବେ ଜଣାଇଥିବା ଜ୍ୟୋତିର୍ବିଦ ହରି ଶଙ୍କର କହିଛନ୍ତି । ବର୍ତ୍ତମାନ ସମୟରେ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖି ପ୍ରାର୍ଥନା କଲେ ନିଶ୍ଚିତ ଭାବେ ଅଦୃଶ୍ୟ ଶତ୍ରୁ କରୋନା ନିପାତ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.