SBI ଗ୍ରାହକଙ୍କ ପାଇଁ ବଡ଼ ଖବର ! କାଲି ଭିତରେ କରନ୍ତୁ ଏହି ତିନି କାମ, ନଚେତ୍ ଫିକା ପଡିଯିବ ନୂଆବର୍ଷ

ଯଦି ଆପଣ ଏସବିଆଇ ଗ୍ରାହକ ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ଯଦି ଆଜି ଭିତରେ ଏହି ତିନି କାମ ନକରୁଛନ୍ତି ତେବେ ଫିକା ପଡିପାରେ ଆପଣଙ୍କ ନୂଆ ବର୍ଷ । କାରଣ ଆସନ୍ତାକାଲିଠୁ ନିଜର ନିୟମରେପରିବର୍ତ୍ତନ କରିବାକୁ ଯାଉଛି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ।

ୱାଲେଟ୍ :

buddy

ଡିସେମ୍ବର ୧ରୁ ନିଜର ମୋବାଇଲ୍ ୱାଲେଟ ଏସବିଆଇ ବଡିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛି ଏସବିଆଇ । ଯଦି ଆପଣ ଏଥିରେ ଟଙ୍କା ଜମା ରଖିଛନ୍ତି ତେବେ ତୁରନ୍ତ ଉଠାଇଦିଅନ୍ତୁ । ଏହକୁ ବନ୍ଦ କରି ଏସବିଆଇ ୟୋନୋ ଆପ୍ ଲଂଚ୍ କରିଛି । ଏହି ନୂଆ ଆପ୍ ମାଧ୍ୟମରେ ୱାଲେଟ୍ ସୁବିଧା ଦେଉଛି ଏସବିଆଇ । ଏମିତିରେ ଗ୍ରାହକଙ୍କୁ ୩୧ ଡିସେମ୍ବର ମଧ୍ୟରେ ପୁରୁଣା ୱାଲେଟରୁ ଟଙ୍କା ଉଠାଇବାକୁ କହିଛି ଏସବିଆଇ ।

ନୂଆ ଚେକ୍ ବୁକ୍ :

chequebookସେହିପରି ଯଦି ଆପଣ ଏସବିଆଇର ନୂଆ ଚେକବୁକ୍ ଏଯାଏଁ ନେଇନାହାଁନ୍ତି ତେବେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆରବିଆଇ ତିନି ମାସ ପୂର୍ବରୁ ବ୍ୟାଙ୍କ୍ ଗୁଡିକୁ ୧ ଜାନୁଆରୀ ୨୦୧୯ରୁ ନନ୍ ସିଟିଏସ୍ ଚେକବୁକର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି । ଆଉ ଆରବିଆଇର ଏହି ନିର୍ଦ୍ଦେଶ ଅନୁଯାୟୀ ଏବେ ଏସବିଆଇ ନିଜର ପୁରୁଣା ଚେକବୁକକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ତେଣୁ ନୂଆ ଚେକବୁକ୍ ଆଣିବାକୁ ଆପଣ ହାତରେ ଆଉ ଅଳ୍ପ ସମୟ ରହିଛି ।

ଏଟିଏମ୍ କାର୍ଡ :

atm card.ଆରବିଆଇ ଦ୍ବାରା ଲାଗୁ କରାଯାଇଥିବା ନିୟମ ଅନୁଯାୟୀ ଯଦି ଆପଣ ୩୧ ଡ଼ିସେମ୍ବର ମଧ୍ୟରେ ନିଜର ପରୁଣା ଏଟିଏମ୍ କାର୍ଡ଼ ବଦଳୁ ନାହାନ୍ତି ତେବେ ଆପଣଙ୍କୁ ଟଙ୍କା ନେଣଦେଣରେ ଅସୁବିଧା ଭୋଗିବାକୁ ପଡ଼ିବ। ଯଦି ଆପଣଙ୍କ ପାଖରେ ମ୍ୟାଗ୍ନେଷ୍ଟିପ୍ ଥିବା ଏଟିଏମ୍ କାର୍ଡ଼ ରହିଛି ତାହାକୁ ତୁରନ୍ତ ବଦଳି ଇଏମବି ଚିପ୍ ଥିବା ଏଟିଏମ୍ କାର୍ଡ଼ ନିଅନ୍ତୁ। କାରଣ ନୂତନ ବର୍ଷରୁ ପୁରୁଣା ଏଟିଏମ୍ କାର୍ଡ଼ କାମ କରିବା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.