SBI ଜାରି କଲା ନୂଆ ଲୋନ ସ୍କିମ, ୫ ଲକ୍ଷ ପର୍ଯ୍ୟନ୍ତ ଋଣରେ ଦେବାକୁ ପଡ଼ିବନି ସୁଧ

ବର୍ତ୍ତମାନର କରୋନା କାରଣରୁ ଅର୍ଥ, ଶିକ୍ଷାନୀତି ପରି ଅନେକ କ୍ଷେତ୍ରରେ ଗଭୀର ପ୍ରଭାବ ପକାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତର ଅନ୍ୟତମ ପ୍ରମୁଖ୍ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ଏକ ନୂଆ “ଜରୁରୀ କାଳୀନ ଲୋନ” ଜାରି କରିଛନ୍ତି । ଏସବିଆଇ ତରଫରୁ ଜାରି ହୋଇଥିବା ଏହି ନୂଆ ଲୋନରେ ସାଧାରଣ ଲୋକଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଲୋନ ବିନା କୌଣସି ସୁଧରେ ମିଳିପାରିବ । ଏସବିଆଇ ତରଫରୁ ଜାରି ହୋଇଥିବା ଏହି ନୂଆ ଲୋନର ଆଉ ଏକ ବିଶେଷତା ହେଉଛିକି ଏହା ମାଧ୍ୟମରେ ମାତ୍ର ୪୫ ମିନିଟ ଭିତରେ ଲୋକଙ୍କୁ ଲୋନ ମିଳିଯାଇପାରିବ । ଆଉ ଏଥିପାଇଁ ବର୍ଷକୁ ମାତ୍ର ୧୦.୫ ପ୍ରତିଶତ ସୁଧ ଦେବାକୁ ହେବ । ଏହି ନୂଆ ନିୟମ ଅନୁଯାୟୀ,

ପର୍ଶନାଲ ଲୋନର ଅବଧି ୨ ଲକ୍ଷ ପର୍ଯ୍ୟନ୍ତ ରଖାଯାଇଥିବା ବେଳେ, ପେନସନ ଲୋନର ଅବଧି ୨.୫ ଲକ୍ଷ, ଚାକିରିଆଙ୍କ ପାଇଁ ୫
ଲକ୍ଷ ପର୍ଯ୍ୟନ୍ତ ଅବଧି ରଖାଯାଇଛି । ଏହା ସହ ଋଣକାରୀ ମାନଙ୍କୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଇଏମଆଇ ବାବଦରେ କୌଣସି ଅର୍ଥ ଦେବାକୁ ମଧ୍ୟ ପଡ଼ିବ ନାହିଁ । ଏହା ବାବଦରେ ଅଧିକ ତଥ୍ୟ ପାଇବା ପାଇଁ ଏସବିଆଇ ନମ୍ବର ୫୬୭୬୭୬ ର ଶେଷ ଚାରି ନମ୍ବରକୁ ଏସଏମଏସ କରିପାରିବେ । ତେବେ ଜାଣି ରଖନ୍ତୁ ଏହି ଜରୁରୀ କାଳୀନ ଲୋନ ପାଇଁ କିପରି କରିବେ ଆବେଦନ:

– ପ୍ରଥମେ ଅନଲାଇନରେ SBI.com, SBI.com.in, YONO App ଯାଇ ଆପ୍ଲିକେସନ ଫର୍ମ ପୂରଣ କରନ୍ତୁ

– YONO ଆପକୁ ଯାଇ  Pre approved Loans ଉପରେ କ୍ଲିକ କରନ୍ତୁ

– ଏବେ ଆବଶ୍ୟକତା ଅନୁଯାୟୀ ଲୋନ ପରିମାଣ ଓ ଅବଧି ବାବଦରେ ଉଲ୍ଲେଖ କରନ୍ତୁ

– ଏବେ ଆପଣଙ୍କ ରେଜିଷ୍ଟରଡ଼ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ

– ଓଟିପି ନମ୍ବର ଦେବା ପରେ ଲୋନର ଅର୍ଥ ଆପଣଙ୍କ ସେଭିଂ ଆକାଉଣ୍ଟକୁ ଆସିଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.