ଅଙ୍କିତାଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ନେବେ ରିୟା ଚକ୍ରବର୍ତ୍ତୀ!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ବିଭିନ୍ନ ପ୍ରକାରର ଅଭିଯୋଗ ଲାଗିଛି। ଡ୍ରଗ୍ସ ମାମଲାରେ ନାଁ ଆସିବା ପରେ ରିୟା ୨୮ ଦିନ ମୁମ୍ବାଇର ବାୟକୁଲା ଜେଲରେ ରାତି କାଟିଥିଲେ। ୭ ଅକ୍ଟୋବରରେ ମୁମ୍ବାଇ ହାଇକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କୁ ବେଲ୍‌ ଦେଇଥିଲେ। ରିୟାଙ୍କୁ ବେଲ୍‌ ପରେ ତାଙ୍କ ଓକିଲ ଇସାରା ଦେଇ କହିଥିଲେ ଯେ ଯେଉଁ ଲୋକମାନେ ଅଭିନେତ୍ରୀଙ୍କୁ ବଦନାମ କରିବାକୁ ବୟାନବାଜି କରିଥିଲେ ସେ ସମସ୍ତଙ୍କ ବିପକ୍ଷରେ ଖୁବ୍‌ଶୀଘ୍ର ଲିଗାଲ ଆକ୍ସନ୍‌ ନିଆଯିବ।

rhea

ଇତି ମଧ୍ୟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରିୟା ଟିଭି ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ବିରୋଧରେ ଲିଗାଲ ଆକ୍ସନ୍‌ ନେବାକୁ ଯାଉଛନ୍ତି। କୁହାଯାଉଛି ଯେ ଇଣ୍ଟରନେଟ୍‌ରେ ସୁଶାନ୍ତ ମାମଲାରେ ବିବାଦୀୟ ବୟାନ ଦେଇଥିବା ଅନ୍ୟ କଳାକାରଙ୍କ ବିରୋଧରେ ମଧ୍ୟ ରିୟା ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରିୟା କିମ୍ବା ତାଙ୍କ ଓକିଲଙ୍କ ତରଫରୁ ଏନେଇ କୌଣସି ବୟାନ ସାମ୍ନାକୁ ଆସିନାହିଁ।

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅଙ୍କିତା ଏହି ମାମଲାକୁ ନେଇ ଖୋଲାଖୋଲି କଥାବାର୍ତ୍ତା କରିଥିଲେ। ସୁଶାନ୍ତ ଡିପ୍ରେସନ୍‌ରେ ଥିବା କଥାକୁ ବି ଅଙ୍କିତା ଖଣ୍ଡନ କରିଥିଲେ। ଏହା ପରଠୁ ସୋସିଆଲ ମିଡିଆରେ ଏହି ମାମଲା ଚର୍ଚ୍ଚାକୁ ଆସିଥିଲା। ଏଥିସହ ଅଙ୍କିତା ଅନେକ ଥର ସୋସିଆଲ ମିଡିଆରେ ଖୋଲାଖୋଲି ରିୟାଙ୍କୁ ଟାର୍ଗେଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.