SBI ଗ୍ରାହକଙ୍କ ପାଇଁ ବଡ଼ ଖବର : ୩୦ ନଭେମ୍ବର ମଧ୍ୟରେ ସାରିଦିଅନ୍ତୁ ଏହି ୩ କାମ, ନଚେତ୍ ବନ୍ଦ ହୋଇଯିବ ସେବା

ଯଦି ଆପଣ ବି ଏସବିଆଇର ଗ୍ରାହକ ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ଚଳିତ ମାସ ଶେଷ ସୁଦ୍ଧା ସାରି ଦିଅନ୍ତୁ କିଛି କାମ । ଯଦି ୩୦ ନଭେମ୍ବର ସୁଦ୍ଧା ଏହି ସବୁ କାମ ନସାରନ୍ତି ତେବେ ୧ ଡିସେମ୍ବରରୁ ବଦଳିଯିବ ଅନେକ ନିୟମ । ଯାହା ଫଳରେ ଆପଣ ହଇରାଣ ହୋଇପାରନ୍ତି । ଆସନ୍ତୁ ଜାଣିବେ କେଉଁ ତିନିଟି କାମ ୩୦ ନଭେମ୍ବର ସୁଦ୍ଧା ସାରିବାକୁ ପଡିବ ।

ନେଟ୍ ବ୍ୟାଙ୍କିଙ୍ଗ୍ ହୋଇଯିବ ବନ୍ଦ :

internet bankingଯଦି ଚାହୁଁଛନ୍ତି ୧ ଡିସେମ୍ବରରୁ ଆପଣଙ୍କ ନେଟ୍ ବ୍ୟାଙ୍କିଙ୍ଗ୍ ବନ୍ଦ ନହେଉ ତେବେ ଖୁବ୍ ଶୀଘ୍ର ଖାତାରେ ମୋବାଇଲ୍ ନମ୍ବର ରେଜିଷ୍ଟର କରିଦିଅନ୍ତୁ । ଏସବିଆଇ କହିଛି ଏପର‌୍ୟ୍ୟନ୍ତ ଯଦି ଆପଣ ନିଜ ମୋବାଇଲ୍ ନମ୍ବରକୁ ବ୍ୟାଙ୍କ୍ ଖାତା ସହ ରେଜିଷ୍ଟର କରିନାହାଁନ୍ତି ତେବେ ୩୦ନଭେମ୍ବର ହେଉଛି ଡେଡଲାଇନ୍ । ଏହି ତାରିଖ ମଧ୍ୟରେ କରିଦିଅନ୍ତୁ ରେଜିଷ୍ଟର । ନଚେତ୍ ଆପଣଙ୍କ ନେଟ୍ ବ୍ୟାଙ୍କିଙ୍ଗ୍ ବନ୍ଦ ହୋଇଯିବ । ଆଉ ନେଟ୍ ବ୍ୟାଙ୍କିଙ୍ଗ୍ ବନ୍ଦ ହୋଇଗଲେ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କରିବା ସମୟରେ ସମସ୍ୟା ହୋଇପାରେ ।

ଏସବିଆଇ ବଡି :

buddy

ଯଦି ଆପଣ ନିଜର ଏସବିଆଇ ବଡି ୱାଲେଟରେ କିଛି ଟଙ୍କା ରଖିଛନ୍ତି ତେବେ ତୁରନ୍ତ ଏହାକୁ ଉଠାଇ ନିଅନ୍ତୁ । କାରଣ ୩୦ ନଭେମ୍ବର ପରେ ଏହି ୱାଲେଟ୍ ବନ୍ଦ ହୋଇଯିବ । ଏସବିଆଇ ଏନେଇ ସୂଚନା ଦେଇ କହିଛି ଯେଉଁ ଗ୍ରାହକମାନେ ଏହି ୱାଲେଟରେ ବାଲାନ୍ସ ରଖିଛନ୍ତି ତେବେ ତୁରନ୍ତ ଉଠାଇନିଅନ୍ତୁ ।

ନଚେତ୍ ପେନସନ୍ ହୋଇଯିବ ବନ୍ଦ :

pensionଧ୍ୟାନ ରଖନ୍ତୁ ଯଦି ଆପଣ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ପେନସନ୍ ନେଉଛନ୍ତି ତେବେ ୩୦ ନଭେମ୍ବର ମଧ୍ୟରେ ଜୀବନ ପ୍ରମାଣପତ୍ର ଜମା କରିବା ଅନିବାର‌୍ୟ୍ୟ । ଯଦି ଏପରି ନକରୁଛନ୍ତି ତେବେ ଡିସେମ୍ବର ମଧ୍ୟରେ ଆପଣଙ୍କ ପେନସନ୍ ବନ୍ଦ ହୋଇଯିବ ।
ଏହି ତିନିଟି କାର‌୍ୟ୍ୟକୁ ୩୦ ନଭେମ୍ବର ପୁରା କରିବାକୁ ପଡିବ । ଯଦି ନକରୁଛନ୍ତି ତେବେ ୧ ଡିସେମ୍ବରରୁ ଅନେକ ସମସ୍ୟାର ସମ୍ମୁଖୀନ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.