ଏସବିଆଇ ଆଣିଛି ବ୍ୟକ୍ତିଗତ ଲୋନର ପୁନଃନିର୍ମାଣ ପ୍ରକ୍ରିୟା : ଜାଣନ୍ତୁ କେମିତି କରିବେ ଆବେଦନ

ଦେଶର ସର୍ବବୃହତ ଋଣଦାତା ବ୍ୟାଙ୍କ ଏସବିଆଇ ବର୍ତ୍ତମାନ ପ୍ରକ୍ରିୟା ଏବଂ ନିୟମାବଳୀ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛି, ଯାହା ବ୍ୟକ୍ତିଗତ ଲୋନର ପୁନଃନିର୍ମାଣ ପାଇଁ ଲାଗୁ ହେବ। ଏହି ପ୍ରକ୍ରିୟା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅନୁମତି ଅନୁଯାୟୀ ହେଉଛି, ଯାହା ଦ୍ୱାରା ଆପଣ ନିଜର ଯୋଗ୍ୟତା ଯାଞ୍ଚ କରିବା ସହିତ କେଉଁ ଲୋନ ଆପଣଙ୍କ ନୂତନ ଫ୍ରେମଓ୍ଵାର୍କର ଅର୍ନ୍ତଭୁକ୍ତ ରହିବ ତାହା ମଧ୍ୟ ଜାଣି ପାରିବେ ।

ବ୍ୟକ୍ତିଗତ ଲୋନର ପୁନଃନିର୍ମାଣ ପାଇଁ ଏସବିଆଇକୁ ସାମ୍ପ୍ରତିକ ମୂଲ୍ୟ ଅପେକ୍ଷା ୩୫ ପ୍ରତିଶତ ଅଧିକ ଦେବାକୁ ପଡିବ:

ଉପଭୋକ୍ତାଙ୍କ ଯୋଗ୍ୟତା ଯାଞ୍ଚ କରିବା ପାଇଁ ଏସବିଆଇ ଏକ ୱେବସାଇଟ ମଧ୍ୟ ପ୍ରସ୍ତୁତ କରିଛି । ଏହି ଆପରେ ଶାଖା ସ୍ତରରେ ଅଧିକାରୀଙ୍କ ଅନୁସରଣରେ କୌଣସି ପ୍ରଯୁଜ୍ୟ ଡକ୍ୟୁମେଣ୍ଟ ଅପଲୋଡ ମଧ୍ୟ କରି ପାରିବେ । କରୋନା ମହାମାରୀ ସମୟରେ ଯେଉଁ ବ୍ୟକ୍ତିମାନେ ନିଜ ଚାକିରି ହରାଇଛନ୍ତି ସେମାନଙ୍କର ବ୍ୟାଙ୍କ ଆବେଦନ ଗୁଡିକୁ ମଧ୍ୟ ଏହା ଯାଞ୍ଚ କରିବ ଏବଂ ଯାଞ୍ଚରେ ସଫଳ ହେଲେ ସେମାନେ ଲୋନ ପାଇଁ ଯୋଗ୍ୟ ହୋଇପାରିବେ । ଏହା ଦ୍ୱାରା ତାଙ୍କର EMI ରେ ପରିବର୍ତ୍ତନ କରାଯାଇପାରିବ ।

ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାଙ୍କକୁ ବ୍ୟକ୍ତିଗତ ଋଣ ସଂରଞ୍ଚନା ପାଇଁ ଅଧିକ ସଂଖ୍ୟକ ଅନୁରୋଧ ମିଳିନଥିବାରୁ ଏସବିଆଇ ତାର ଏହି ଯୋଜନାକୁ ପ୍ରସାର କରୁଛି ବୋଲି ଏସବିଆଇର ପ୍ରବନ୍ଧ ନିର୍ଦ୍ଦେଶକ ସିଏସ ସେଟ୍ଟି ସୂଚନା ଦେଇଛନ୍ତି । ଯାହା ଫଳରେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଲୋକେ ଖୁବ ଶୀଘ୍ର ବ୍ୟାଙ୍କ ସହିତ ସମ୍ପର୍କ କରିବେ । ତେବେ ବର୍ତ୍ତମାନ ପରିସ୍ଥିତିରେ ବ୍ୟକ୍ତିଗତ ଲୋନର ସଂରଚନାରେ କ୍ରେଡିଟ ସ୍କୋର କେତେ ମାତ୍ରାରେ ପ୍ରଭାବିତ ହେବ ଏହାର ସଠିକ୍ ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ସେଟ୍ଟି କହିଛନ୍ତି । କୋଭିଡ ମହାମାରୀ ଓ ଲକଡାଉନ ଯୋଗୁଁ ଚାକିରି ହରାଇଥିବା ତଥା ବେତନ ହ୍ରାସ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ନୂତନ ପ୍ରକ୍ରିୟାର ଲୋନ ସୃଷ୍ଟି କରାଯାଇଛି ।

sbi akanksha 2

ନୂତନ ଫ୍ରେମଓ୍ଵାର୍କ ପାଇଁ ଯୋଗ୍ୟତା :

୧. ୨୦୨୦ ମସିହା ଫେବୃଆରୀ ମାସର ଦରମା ତୁଳନାରେ ଅଗଷ୍ଟ ମାସ ୨୦୨୦ର ଦରମା ହ୍ରାସ ପାଇଥିବ ।
୨. ଲକଡାଉନ ଅବଧିରେ ଦରମା ହ୍ରାସ କିମ୍ବା ନିଲମ୍ବନ ।
୩. ଚାକିରି ହରାଇବା କିମ୍ବା ବ୍ୟବସାୟ ବନ୍ଦ ହେବା ।
୪. ଲକ୍‌ଡାଉନ ଅବଧିରେ ଚାକିରିରେ ନିଯୁକ୍ତି, ବ୍ୟବସାୟ କ୍ଷେତ୍ରରେ କ୍ଷତି, ଦୋକାନ ,ବ୍ୟବସାୟ ପ୍ରତିଷ୍ଠାନ ଇତ୍ୟାଦି ବନ୍ଦ ହେବା ।

ନୂତନ ଫ୍ରେମଓ୍ଵାର୍କରେ ଅର୍ନ୍ତଭୁକ୍ତ ହେଉଥିବା ଲୋନ :

ଘର ବା ଅନ୍ୟାନ୍ୟ ଆନୁସଙ୍ଗୀକ ଲୋନ, ଶିକ୍ଷା ଲୋନ, ଅଟୋ ଲୋନ ( ବାଣିଜ୍ୟ ବ୍ୟବହାର ବ୍ୟତିତ) ଏବଂ ବ୍ୟକ୍ତିଗତ ଲୋନ ଏସବିଆଇ ଦ୍ୱାରା ନୂତନ ପରିକଳ୍ପିତ ଫ୍ରେମଓ୍ଵାର୍କର ଅନ୍ତର୍ଭୁକ୍ତ ହେବ । କିନ୍ତୁ ଏହି ସମସ୍ତ ଲୋନ ପାଇଁ କିଛି ଯୋଗ୍ୟତା ସର୍ତ୍ତଗୁଡିକ ଆବଶ୍ୟକ :
ପ୍ରଥମତଃ ଏହି ଫ୍ରେମଓ୍ଵାର୍କ ଅଧିନରେ ରିଲିଫ୍ ଆବେଦନ ପାଇଁ ଆପଣଙ୍କର ଏକ ଷ୍ଟାଣ୍ଡାର୍ଡ ଆକାଉଣ୍ଟ ରହିଥିବା ଆବଶ୍ୟକ । ଏହା ମାର୍ଚ୍ଚ ୧ , ୨୦୨୦ ପର୍ଯ୍ୟନ୍ତ କେବଳ ଷ୍ଟାଣ୍ଡାର୍ଡ ହୋଇଥିବ ଏବଂ ୩୦ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଡିଫଲ୍ଟ ହୋଇନଥିବ । ତେବେ ଆପଣ କୋଭିଡ ୧୯ କିମ୍ବା ଲକଡାଉନରୁ ପ୍ରଭାବିତ ହୋଇଥିଲେ ହିଁ ଏହି ସମସ୍ତ ପ୍ରକ୍ରିୟାର ଲାଭ ଉଠାଇପାରିବେ ।

sbi

ଆବେଦନ କରିବା ପାଇଁ ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟ:

ଆପଣ ଅନଲାଇନ ଏବଂ ଅଫଲାଇନ ଉଭୟ ମୋଡରେ ଆବେଦନ କରିପାରିବେ ଓ ଏଥିପାଇଁ ବିଭିନ୍ନ ଡକ୍ୟୁମେଣ୍ଟର ଆବଶ୍ୟକତା ରହିଛି ।
୧. ୨୦୨୦ ମସିହାର ଫେବୃଆରୀ ମାସ ଏବଂ ବର୍ତ୍ତମାନର ସ୍ୟାଲେରି ସ୍ଲିପର ଆବଶ୍ୟକତା ହେବ ।
୨. ଯଦି ଆପଣ ୨୪ ମାସ ପାଇଁ ଋଣ ସ୍ଥଗିତ କରିବାକୁ ଚାହୁଁଛନ୍ତି ତେବେ ଋଣ ଶେଷ ହେବା ପରେ ଏସବିଆକୁ ଆପଣଙ୍କ ଆନୁମାନିକ ଆୟର ଆବଶ୍ୟକତା ହେବ ।
୩. ଯଦି ଆପଣ ଚାକିରି ଛାଡିଛନ୍ତି ତେବେ ଆପଣଙ୍କୁ ଡିସଚାର୍ଜ ଲେଟର କିମ୍ବା ଏକ୍‌ଜିଟ ଲେଟର ଦେଖାଇବାକୁ ପଡିବ ।
୪. ଆପଣଙ୍କର ବେତନ ସହ ଜଡିତ ଥିବା ବ୍ୟାଙ୍କ ଗୁଡିକର ଷ୍ଟେଟମେଣ୍ଟ ଦେଖାଇବାକୁ ପଡିବ । ସେହିପରି ଯଦି ବିଜନେସ କରୁଛନ୍ତି ତେବେ ବିଜନେସ ସହିତ ଜଡିତ ବ୍ୟାଙ୍କର ଅପରେଟିଙ୍ଗ ଖାତା ଷ୍ଟେଟମେଣ୍ଟ ମଧ୍ୟ ଦେଖାଇବାକୁ ପଡିବ । ତେବେ ଆବେଦନ ଦାଖଲ କରିବାର ୧୫ ଦିନ ପୂର୍ବରୁ ଅର୍ଥାତ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ ଏହା ଆବଶ୍ୟକ।
୫. କୋଭିଡ ୧୯ ଦ୍ୱାରା ତାଙ୍କ ବେପାର ପ୍ରଭାବିତ ହୋଇଛି ବୋଲି ସ୍ୱ ନିୟୋଜିତ ବେପାରିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଆବଶ୍ୟକ ।

ନୂଆ ଫ୍ରେମଓ୍ଵାର୍କ ପାଇଁ ଆବେଦନ କରନ୍ତୁ:

ବ୍ୟାଙ୍କର ୱେବସାଇଟ www.sbi.co.in ଲଗଇନ କରିପାରିବେ ଯାହା ଦ୍ୱାରା ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ଏହା ବ୍ୟତୀତ ଏସବିଆଇର ନିଜ ହୋମ ବ୍ରାଞ୍ଚକୁ ଯାଇ ମଧ୍ୟ ଆବେଦନ କରିପାରିବେ।
ଏହି ଆବେଦନର ଶେଷ ତାରିଖ ୨୪ ଡିସେମ୍ବର ୨୦୨୦ ରହିଛି ଏବଂ ଆବେଦନ ସବମିଟ କରିବାର ସାତରୁ ଦଶ ଦିନ ମଧ୍ୟରେ ଏହା ସଂଶୋଧିତ କରାଯିବ । ସେହିପରି ଏକରୁ ଅଧିକ ଖାତା ମାଧ୍ୟମରେ ମଧ୍ୟ ଏହି ଫ୍ରେମଓ୍ଵାର୍କରେ ଆବେଦନ ଗ୍ରହଣ କରାଯିବ କିନ୍ତୁ ଏହି ନୁଆ ଫ୍ରେମଓ୍ଵାର୍କରେ ଆପଣ ଋଣ ସୁବିଧାରୁ ବଞ୍ଚିତ ହେବେ ।
ନୂଆ ଫ୍ରେମଓ୍ଵାର୍କ ଅନୁସାରେ ବ୍ୟାଙ୍କ ୨୪ ମାସରୁ ଅଧିକ ସମୟ ଦେବା ସହିତ EMI ର ସମୟ ଅବଧିକୁ ବଢାଇ ୨ ବର୍ଷ କରିଦିଆଯିବ । EMI ରେ ପରିବର୍ତ୍ତନ ଆସିବାରୁ ଏହା ସହିତ ଜଡିତ ସମସ୍ତ ବିବରଣୀ ବିଷୟରେ ପୂର୍ବରୁ ସୂଚିତ କରିଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.