ଲକ୍ଷାଧିକ ଟଙ୍କାର କଳା ମୁଗୁନି ପଥରର ମୂର୍ତ୍ତି ପଡିରହିଛି ଏଠାରେ, ହେଲେ ଚୋରି କରିବା ଭାରି କଷ୍ଟ

କରଞ୍ଜିଆ: ଭଳିକି ଭଳି ମୂର୍ତ୍ତି। ଏହି ବିଶ୍ୱ ପ୍ରସିଦ୍ଧ ପଥର ଶିଳ୍ପୀଙ୍କ ଗାଁ ହେଉଛି କେସନା । କେସନା ଗାଁଟି ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଳକରେ ଅବସ୍ଥିତ । ପୁର୍ବ ପୁରୁଷ ପ୍ରଥା ଅନୁଯାୟୀ କେସନା ଗାଁରେ ପଥର ଶିଳ୍ପୀ କାର୍ଯ୍ୟ ହୋଇଆସୁଛି । ଏଠାରେ ବିଭିନ୍ନ ପ୍ରକାର ଦେବା ଦେବୀ ସହିତ ବିଭିନ୍ନ ପ୍ରକାର ପଥର କାରୁକାର୍ଯ୍ୟ ଦେଖିବାକୁ ମିଳିଥାଏ । କେସନାରେ ହଁ କେବଳ କଳା ମୁଗୁନି ପଥରର ମୂର୍ତ୍ତି ମିଳେ ବୋଲି ସ୍ଥାନୀୟ ଲେକମାନେ ଦାବି କରନ୍ତି ।

ଉତ୍ତରପୋଷି ଛକଠାରୁ ସିଆଲଉଠାଣି ଛକ ପର୍ଯ୍ୟନ୍ତ ଦୁଇ କିଲୋମିଟର ରାସ୍ତା । ରାସ୍ତାର ଉଭୟ ପାଶ୍ୱରେ ପଥର ମୂର୍ତ୍ତି କାରିଗରଙ୍କ ଦୋକାନ ରହିଛି । ଦୋକାନ ସମ୍ମୁଖରେ କୋଟି କୋଟି ଟଙ୍କାର ମୂର୍ତ୍ତି ଓ ଅନ୍ୟାନ୍ୟ ଜିନିଷ ରହିଛି । ଏଠାରେ ନାଁ ରହିଛି ସିସି ଟିଭି ନାଁ ରହିଛି ସୁରକ୍ଷା ବେବସ୍ଥା । ହେଲେବି ଦୋକାନ ସମ୍ମୁଖରେ ଥିବା ମୂର୍ତ୍ତି ଗୁଡିକ ଚୋରି ହୁଏନାହିଁ । ଯଦି ବି ଚୋରି ହୁଏ କିଏ ଚୋରି କରୁଛନ୍ତି ଜଣା ପଡ଼ିଯାଏ ।  ମା କିଚକେଶ୍ବରୀ ଏବଂ ପ୍ରଭୁ ବିଶ୍ବକର୍ମାଙ୍କ ଆଶିର୍ବାଦରୁ ଏହା ସମ୍ଭବ ହୋଇଥାଏ ବୋଲି କାରୀଗର ମାନେ ମତ ଦିଅନ୍ତି । ଯାହାଫଳରେ ଏହି ସ୍ଥାନ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.