ଚାନ୍ଦବାଲି: ବନ୍ୟା ବିପନ୍ନଙ୍କୁ ରିଲିଫ ଦାବି କରି ଧାରଣାରେ ବସିଲେ କଂଗ୍ରେସ କର୍ମକର୍ତ୍ତା

ଚାନ୍ଦବାଲି(କେନ୍ୟୁଜ୍‌): ବନ୍ୟା ଆସି ଭଦ୍ରକ ଜିଲ୍ଲା ତିହିଡି ବ୍ଲକର କିଛି ପଞ୍ଚାୟତକୁ କ୍ଷତିଗ୍ରସ୍ତ କରିଛି, ହେଲେ ସମସ୍ତ ବନ୍ୟା ବିପନ୍ନ ପରିବାରଙ୍କୁ ଏପର୍ଯ୍ୟନ୍ତ ସରକାରୀ ରିଲିଫ ମିଳିନଥିବା ଅଭିଯୋଗ କରି ତିହିଡି ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି ତିହିଡି ବ୍ଲକ କଂଗ୍ରେସର କର୍ମକର୍ତ୍ତା ।
ତିହିଡି ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସଙ୍କ ନେତୃତ୍ବରେ କଂଗ୍ରେସ ଜିଲ୍ଲା ସଭାପତି,ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ ନେତା ଦିଗମ୍ବର ଦାସ, ବିଭିନ୍ନ ପଞ୍ଚାୟତର କଂଗ୍ରେସ କର୍ମୀ ମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସିବା ସହ ତୁରନ୍ତ ସମସ୍ତ ବନ୍ୟା ବିପନ୍ନ ପରିବାରଙ୍କୁ ସରକାରଙ୍କ ୫୦କିଲୋ ଚାଉଳ ଓ ୫ଶହ ଟଙ୍କା ପ୍ରଦାନ ସହ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ଏନେଇ ତିହିଡି ବିଡିଓଙ୍କୁ କଂଗ୍ରେସ ତରଫରୁ ଦାବି ପତ୍ର ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.