YES ବ୍ୟାଙ୍କକୁ ଟ୍ରାକକୁ ଆଣିବା ପାଇଁ ଯୋଜନା, SBI କିଣିବ ବଡ଼ ଅଂଶ

Yes Bank ଉପରେ ପ୍ରତିବନ୍ଧ ଲାଗିବା ଓ ୱିଥଡ୍ରାଲ ଲିମିଟ ଘୋଷଣା କରାଯିବାର ଠିକ ଏକଦିନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ନେଇ ଏକ ପ୍ରେସ କନ୍ଫରେନ୍ସ କରାଇଛନ୍ତି। ଏହାସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ୱେବସାଇଟରେ ୟେସ ବ୍ୟାଙ୍କର ରିଷ୍ଟ୍ରକ୍ଚରିଂ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି । ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହି ବ୍ୟାଙ୍କର ୪୯ ପ୍ରତିଶତ ମାଲିକାନା ନିଜ ହାତକୁ ନେଉଛି ।

ନିର୍ମଳା ସୀତାରମଣ ପ୍ରେସ କନ୍ଫରେନ୍ସରେ କହିଥିଲେ ଯେ ୨୦୧୭ରୁ ହିଁ Yes Bank ଉପରେ RBI ଲଗାତାର ନଜର ରଖିଛି । ଯାଞ୍ଚ ଏଜେନ୍ସିମାନେ ପୁରା ଘଟଣାକୁ ବିସ୍ତୃତ ଭାବେ ଯାଞ୍ଚ କରୁଛ । ଏହାସହିତ ସେ କହିଛନ୍ତି ଯେ ମାର୍ଚ୍ଚ ୨୦୧୯ରେ ବ୍ୟାଙ୍କ ଉପରେ ୧ କୋଟି ଟଙ୍କାର ଫାଇନ ଲାଗିଥିଲା ଏବଂ ସେପ୍ଟେମ୍ବର ୨୦୧୯ ଠାରୁ ସିକ୍ୟୁରିଟି ଆଣ୍ଡ ଏକ୍ସଚେଂଜ ବୋର୍ଡ ଅଫ ଇଣ୍ଡିଆ(SEBI) ଏହି ମାମଲାର ଯାଞ୍ଚ କରିଆସୁଛି ।

Image result for nirmala sitraramanଗତବର୍ଷ ମେ ଓ ଜୁନ ମାସରେ ମଧ୍ୟ ଏହି ବ୍ୟାଙ୍କ ଉପରେ ଫାଇନ ଲାଗୁ କରାଯାଇଥିଲା । ସେପ୍ଟେମ୍ବର ୨୦୧୯ରେ Yes Bankର ପୂର୍ବତନ ପ୍ରମୋଟର୍ସଙ୍କ ସମ୍ପୂର୍ଣ୍ଣ ଅଂଶ ବିକ୍ରି କରାଯାଇଥିଲା । ତେବେ ଏହି ସମୟରେ ବ୍ୟାଙ୍କରେ ପୁଞ୍ଜି ପ୍ରବାହ ଠିକ ରଖିବା ପାଇଁ କିଛି ଜରୁରୀ ପଦକ୍ଷେପ ନିଆଯାଇଥିଲା କିନ୍ତୁ ଏହାଦ୍ୱାରା କୋୖଣସି ସୁଫଳ ମିଳିନଥିଲା ।

ନିର୍ମଳା ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ RBIକୁ ଏହି ସମସ୍ୟା ବିଷୟରେ ତଦନ୍ତ କରିବା ପାଇଁ କୁହାଯାଇଛି । ତାସହିତ ଏହା ମଧ୍ୟ କୁହାଯାଇଛି ଯେ ଏହି ପୁରା ଘଟଣାରେ ବ୍ୟକ୍ତିଗତ ଭାବେ ଯେଉଁମାନେ ହସ୍ତକ୍ଷେପ କରିଛନ୍ତି ସେ ବିଷୟରେ ମଧ୍ୟ ତଦନ୍ତ କରାଯାଉ । Yes Bankର ନବନିଯୁକ୍ତ ଆଡମିନିଷ୍ଟ୍ରେଟର ପରେ ନୂଆ ବୋର୍ଡର ଗଠନ କରାଯିବ । RBI ନିଜର ଅଫିସିଆଲ ୱେବସାଇଟରେ Yes Bank Restructuring Plan ବିଷୟରେ ସୂଚନା ଦେଇଛି । ଏବେ ପୂର୍ବଭଳି ନୂଆ ବୋର୍ଡ ଗଠନ ପରେ ବ୍ୟାଙ୍କ ଡିପୋଜିଟ ଏବଂ ଦେୟତାଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେ ଏହାମଧ୍ୟ କହିଛନ୍ତି ଯେ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କ କର୍ମଚାରୀ ମାନଙ୍କ ଦରମା ଏବଂ ଚାକିରୀ ସୁରକ୍ଷିତ ରହିବ ।

Image result for yes bank images

ଅର୍ଥମନ୍ତ୍ରୀଙ୍କ ଆଶ୍ୱାସନା ଅନୁଯାୟୀ ଆମେ କୌଣସି ସଂସ୍ଥାକୁ ବୁଡ଼ିବାକୁ ଦେବୁନାହିଁ । ଆମେ ଡିପୋଜିଟର୍ସ ମାନଙ୍କୁ ସୁନିଶ୍ଚିତ କରିବାକୁ ଚାଁହୁଛୁ ଯେ ତାଙ୍କ ପଇସା ଉପରେ କୌଣସି ପ୍ରଭାବ ପଡିବ ନାହିଁ ଏବଂ ଅତିଶୀଘ୍ର ବ୍ୟାଙ୍କର ଏହି ସଙ୍କଟକୁ ଦୂର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.