Below header

SCIL ରେ ଖାଲିପଡିଛି ମ୍ୟାନେଜର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଯଦି ଆପଣ ଚାକିରି ଖୋଜୁଛନ୍ତି, ତେବେ ନିଶ୍ଚିତ ଏହି ଖବର ଆପଣ ପଢନ୍ତୁ। ସିପିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍‌ (SCIL) ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଆବେଦନ ପତ୍ର ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏସସିଆଇଏଲ୍‌ର ଅଫିସିଆଲ େଓ୍ଵବସାଇଟ shipindia.com କୁ ଯାଇ ଆବେଦନ କରିପାରିବେ। ଏଠାରେ ଆବେଦନ କରିବାର ପ୍ରକ୍ରିୟା ୧୬ ଜୁଲାଇରୁ ଆରମ୍ଭ ହୋଇଛି।

ପଦବୀ ବିବରଣୀ: ୪୬

ମ୍ୟାନେଜମେଣ୍ଟ : ୧୭
ଫାଇନାନ୍ସ : ୧୦
ଏଚଆର: ୧୦
ଲ: ୫
ଫାୟାର ଆଣ୍ଡ ସିକ୍ୟୁରିଟି: ୨
ସିଭିଲ ଇଂଜିନିୟରିଂ :୧
କମ୍ପାନୀ ସେକ୍ରେଟାରୀ : ୧

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୧୬ ଜୁଲାଇ ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ଶେଷ୧୬ ଅଗଷ୍ଟ ୨୦୨୨ରେ ହେବ।

ଶିକ୍ଷାଗତ ଯୋଗ୍ୟତା :ଏହି ଭର୍ତ୍ତି ଅଧୀନରେ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି। େଓ୍ଵବସାଇଟ ଯାଇ ଦେଖିପାରିବେ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଅନଲାଇନ ପରୀକ୍ଷା ଦ୍ୱାରା କରାଯିବ। ଏହି ଭର୍ତ୍ତି ପାଇଁଅନଲାଇନ ପରୀକ୍ଷା ମୁମ୍ବାଇ(ଥାନେ ଏବଂ ନଭି ମୁମ୍ବାଇ), ଚେନ୍ନାଇ, କୋଲକତା, ବାଙ୍ଗାଲୋର, ଗୌହ୍ଵାଟୀ ଏବଂ ଦିଲ୍ଲୀ ଏନସିଆର ସ୍ଥାନରେ ହେବ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ଦେବାକୁ ହେବ। ସାମାନ୍ୟ, ଓବିସି ଏବଂ EWS ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ପଡିବ। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି/PWD ପ୍ରାର୍ଥୀ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.shipindia.com/upload/Adv/AMs_on_Contract_2022_(final).pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.