SEBI ରେ ସରକାରୀ ଚାକିରି: ଖାଲିପଡିଛି ଅନେକ ପଦବୀ, ଆବେଦନ କରିବାର ସୁବର୍ଣ୍ଣ ସୁଯୋଗ

ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(SEBI) ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଯଦି ଆପଣ ଚାକିରି ପାଇଁ ଇଚ୍ଛୁକ ତେବେ ଆଉ ଡେରି ନ କରି ଜଲଦି ଆବେଦନ କରିଦିଅନ୍ତୁ। ଏହି ଖାଲିପଡିଥିବା ପଦବୀ ପାଇଁ ଆବେଦନ କରିବାର ତାରିଖକୁ ବଢାଇଦିଆଯାଇଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଏହି ପଦବୀ ପାଇଁ ଆବେଦନ କରିପାରିବ।

ପଦବୀ ବିବରଣୀ :

ଅଫିସର-ଏ-ଗ୍ରେଡ୍‌(ସହାୟକ ପ୍ରବନ୍ଧକ): ୧୪୭

ଗୁରୁତ୍ୱପୂର୍ଣ୍ଣ ତାରିଖ: ଆବେଦନ କରିବାର ଶେଷ ତାରିଖ ୩୧ ଅକ୍ଟୋବର ୨୦୨୦ ରହିଛି।

ବୟସ ସୀମା: ଏହି ପଦବୀରେ ଆବେଦନ କରିବା ପାଇଁ ସର୍ବାଧିକ ବୟସ ୩୦ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା: ଏହି ପଦବୀରେ ଆବେଦନ କରିବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଡିଗ୍ରୀ ଆବଶ୍ୟକ। ଏହାଛଡା ପଦବୀ ଅନୁଯାୟୀ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ଅଧିକ ଜାଣିବା ପାଇଁ ନୋଟିଫିକେସନକୁ ନିଶ୍ଚିତ ଭାବେ ପଢିନିଅନ୍ତୁ।

job

ଆବେଦନ ପ୍ରକ୍ରିୟା: ଯୋଗ୍ୟ ପ୍ରାର୍ଥୀ ଆବେଦନ କରିବା ପାଇଁ ଦିଆଯାଇଥିବା ଅଧିସୂଚନାକୁ ଭଲ ଭାବେ ପଢିନିଅନ୍ତୁ। ଏହା ପରେ ଅଧିକାରକ େଓ୍ଵବସାଇଟକୁ ଯାଇ www.sebi.gov.inକୁ ଯାଇ ପଞ୍ଜୀକରଣ ପ୍ରକ୍ରିୟା ଏବଂ ନୋଟିଫିକେସନରେ ଦିଆଯାଇଥିବା ଦିଶା ନିର୍ଦ୍ଦେଶ ଅନୁସାରେ ପୂରଣ କରନ୍ତୁ। ଆବେଦନ ପତ୍ରରେ କୌଣସି ପ୍ରକାର ତ୍ରୁଟି ଥିଲେ ଆବେଦନପତ୍ର ଗ୍ରହଣ କରାଯିବ ନାହିଁ।

ଆବେଦନ ଶୁଳ୍କ: ସାମାନ୍ୟ ଏବଂ ଓବିସି ବର୍ଗ ପାଇଁ ୧୦୦୦ ଟଙ୍କା ରହିଥିବା ବେଳେ ଏସଟି ଏବଂ ଏସସି ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଚୟନ ପ୍ରକ୍ରିୟା: ଏହି ପଦରେ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

https://www.sebi.gov.in/sebiweb/other/careerdetail.jsp?careerId=147

https://www.sebi.gov.in/sebi_data/careerfiles/mar-2020/1583542370537.pdf

https://ibpsonline.ibps.in/sebioflmar20/basic_details.php (apply online)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.