Below header

ନଦୀ ପାଣି ପିଉଥିବା ବେଳେ ସାମ୍ନାସାମ୍ନି ହେଲେ ଜଙ୍ଗଲୀ ଗଧିଆ ଓ ଭାଲୁ, ତା’ପରେ ଯାହା ହେଲା କେହି କେବେ ଚିନ୍ତା ବି କରିନଥିବେ; ଦେଖନ୍ତୁ ଭିଡିଓ

ଜଙ୍ଗଲୀ ଜୀବଜନ୍ତୁଙ୍କ ମଧ୍ୟରେ ଝଗଡ଼ା ଓ କାମୁଡ଼ାକାମୁଡ଼ି ତ ଆପଣ ଅନେକ ଦେଖିଥିବେ। କିନ୍ତୁ ଏବେ ଏକ ଏଭଳି ବନ୍ୟଜନ୍ତୁଙ୍କ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବୁଝିଯିବେ ଯେ ସବୁ ହିଂସ୍ରଜନ୍ତୁ ଆକ୍ରମଣାତ୍ମକ ନୁହନ୍ତି। ଏହି ଜୀବମାନେ ଶାନ୍ତିରେ ବି ଅନ୍ୟମାନଙ୍କ ସହ ସହବସ୍ଥାନ କରନ୍ତି। ଏବେ ସୋସିଆଲ ମିଡିଆରେ ଏକ ଗଧିଆ ଓ ଭାଲୁଙ୍କର ଭିଡିଓ ଭାଇରାଲ ହେଉଛି। ଯାହା ଦେଖିବା ପରେ ଆପଣଙ୍କ ମନରେ ହିଂସ୍ରଜନ୍ତୁଙ୍କ ପାଇଁ ଥିବା ଭୟ ଦୂର ହେବ।

ଭିଡିଓରେ ଦେଖାଯାଇଛି ଜଙ୍ଗଲରେ ଏକ ନଦୀକୁ ଏକ ଗଧିଆ ପାଣି ପିଇବାକୁ ଆସୁଛି। ସେ ପାଣି ପିଇବା ବେଳେ ପାଣିରେ କିଛି ପାଣି କୁଆ ପହଁରି ପହଁରି ଯାଉଛନ୍ତି। ଗଧିଆଟି କାହାରିକୁ ଆକ୍ରମଣ ନ କରି ଚୁପ୍‌ଚାପ ପାଣି ପିଇ ସାରି କୂଳରେ କିଛି ଖୋଜୁଛି। କିଛି ସମୟ ଏଭଳି ଖୋଜିବା ପରେ ଗଧିଆ ହଠାତ୍‌ ଦେଖୁଛି ସେଠାରେ ଅନେକ ବେଳୁ ଏକ ଗ୍ରୀଜଲୀ ଭାଲୁ ଚୁପଚାପ ଶୋଇ ରହି ତାକୁ ଅନାଉଛି। ଭାଲୁକୁ ଦେଖି ଗଧିଆଟି ପ୍ରଥମେ ଡରି ଯାଉଛି। କିନ୍ତୁ ଭାଲୁଟି କିଛି ରିଆକସନ୍‌ ନ ଦେଇ ସେଠାରେ ସେମିତି ଚୁପଚାପ ଶୋଇ ରହି ଗଧିଆକୁ ଅନାଉଛି। ପରେ ଗଧିଆଟି ଘଟଣାସ୍ଥଳରୁ ଚାଲିଯାଉଛି।

 

View this post on Instagram

 

A post shared by Seth Royal Kroft (@seth_royal_kroft) on


ଏହି ଭିଡିଓକୁ ଓ୍ଵାଇର୍ଲ୍ଡ ଲାଇଫ୍‌ ଫଟୋଗ୍ରାଫର Seth Royal Kroft ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭିଡିଓଟି ୟେଲୋଷ୍ଟୋନ୍‌ ଜାତୀୟ ଅଭୟାରଣ୍ୟର ବୋଲି ସେ ଲେଖିଛନ୍ତି। ଅକ୍ଟୋବର ୧ରେ ସେୟାର କରାଯାଇଥିବା ଏହି ଭିଡିଓକୁ ଏବେ ଯାଏଁ ୬ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଜଣେ ୟୁଜର ଏହି ଭିଡିଓ ଦେଖି କହିଛନ୍ତି ଏହି ଫଟୋଟି ଖୁବ୍‌ ସୁନ୍ଦର ହୋଇଛି। ମୁଁ ଏହାର ଏକ ଟାଟୁ ତିଆରି କରିବି। ସେହିପରି ଅନ୍ୟ ୟୁଜରମାନେ ଏଭଳି ଦୃଶ୍ୟ ପୂର୍ବରୁ କେବେ ଦେଖିନଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.