Below header

ମହିନ୍ଦ୍ରା କାର କିଣିବାର ସବୁଠାରୁ ଭଲ ସୁଯୋଗ, ୩.୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଡ଼ିସକାଉଣ୍ଟ

ଚଳିତ ମାସରେ ଦୀପାବଳି ପୂର୍ବରୁ ମହିନ୍ଦ୍ରା ନିଜର ପ୍ରଡକ୍ଟ ଉପରେ ଡ଼ିସକାଉଣ୍ଟ ପ୍ରଦାନ କରୁଛି । ଏହି ଡ଼ିସକାଉଣ୍ଟରେ କ୍ୟାସ ଡ଼ିସକାଉଣ୍ଟ ଏବଂ ଏକ୍ସଚେଂଜ ବୋନସ ଅନ୍ତର୍ଭୁକ୍ତ । ତାସହିତ କମ୍ପାନୀ ଆକସେସୋରିଜ ଉପରେ ବି ୩୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି କିନ୍ତୁ ଏଥିପାଇଁ ଆପଣଙ୍କୁ ଅନଲାଇନରେ ଏକ ମହିନ୍ଦ୍ରା କାର ବୁକ୍ କରିବାକୁ ପଡିବ । ଯଦିଓ ନିକଟରେ ଆରମ୍ଭ ହୋଇଥିବା ମହିନ୍ଦ୍ରା ଥର ଉପରେ କମ୍ପାନୀ କୌଣସି ପ୍ରକାର ରିହାତି ପ୍ରଦାନ କରୁନାହିଁ ।

ମହୀନ୍ଦ୍ରର ଏହି କାର ଉପରେ ୩.୦୬ ଲକ୍ଷ ଟଙ୍କାର ବମ୍ପର ଡ଼ିସକାଉଣ୍ଟ କମ୍ପାନୀ ଚଳିତ ମାସରେ ପ୍ରଦାନ କରୁଛି । ଏହି କାରଟି ଝଟଠ ସେଗମେଣ୍ଟରେ ସବୁଠାରୁ ଶସ୍ତା କାର ଅଟେ । ଏହି ମାସରେ କମ୍ପାନୀ ଉକ୍ତ କାର ଉପରେ ୨.୨ ଲକ୍ଷ ଟଙ୍କା କ୍ୟାସ ଡ଼ିସକାଉଣ୍ଟ ମଧ୍ୟ ପ୍ରଦାନ କରିଛି ।

ଅକ୍ଟୋବରରେ ଆପଣ ମହିନ୍ଦ୍ରାର ଏହି କାରରେ ୬୨,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଡିଜାଇନ୍ ଏବଂ ସିଟିଙ୍ଗ କନ୍ଫିଗ୍ୟୁରେସନ ଦୃଷ୍ଟିରୁ ଏହି କାର ବାକି କାରଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି କାରରେ ବର୍ତ୍ତମାନ ଆପଣ ୬୨,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । ଏହା ପ୍ରଥମେ କମ୍ପାନୀ ଦ୍ୱାରା ୨୦୧୧ ରେ ଆରମ୍ଭ କରାଯାଇଥିଲା । କମ୍ପାନୀ ଏହି କାରର ଫେସେଲିଫ୍ଟକୁ ୨ ଥର ଅପଡେଟ୍ କରିସାରିଛି । ତାସହିତ କମ୍ପାନୀ ଆସନ୍ତା ବର୍ଷ ଏହି କାରର ନିୟୁ ଜେନେରେସନ ମଡେଲ ଲଞ୍ଚ କରିବ । ତେବେ ଏହି ମାସରେ କାର କିଣିଲେ ଆପଣ ୫୭,୦୦୦ ଟଙ୍କା ସଞ୍ଚୟ କରିପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.