ମୋବାଇଲ ସ୍କ୍ରିନ ଏବଂ ବ୍ୟାଙ୍କ ନୋଟରେ ୨୮ ଦିନ ପର୍ଯ୍ୟନ୍ତ ରହୁଛି କରୋନା ଭାଇରସ୍‌ !

ଟଙ୍କାରୁ ବ୍ୟାପୁଛି କରୋନା। ବ୍ୟାଙ୍କର ଟଙ୍କା, ବ୍ୟାଙ୍କରେ ଲାଗିଥିବା କାଚ, ଟଚ୍ ସ୍କ୍ରିନ୍ ଓ ପ୍ଲାଷ୍ଟିକରେ ରହୁଛି ଭାଇରସ୍। ଏହି ସବୁ ସ୍ଥାନରେ ପାଖାପାଖି ୨୮ ଦିନ ପର୍ଯ୍ୟନ୍ତ ଭାଇରସ୍ ଆକ୍ଟିଭ୍ ରହୁଛି। ଏହି ସମୟ ମଧ୍ୟରେ ଏହାର ସଂସ୍ପର୍ଶରେ ଆସିଲେ, ଜଣେ ସୁସ୍ଥ ଲୋକ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ଅଷ୍ଟ୍ରେଲିଆ ଟପ୍ ବାୟୋସିକ୍ୟୁରିଟି ଲାବ୍ରୋଟାରୀର ରିସର୍ଚ୍ଚରୁ ଏହା ଜଣାପଡ଼ିଛି।

ନୋଟ୍, ଟଚ୍ ସ୍କ୍ରିନ୍, ବ୍ୟାଙ୍କର ଡୋର ହ୍ୟାଣ୍ଡେଲ ଓ ଲାଗିଥିଲା ରେଲରେ ଭାଇରସ୍ ରହୁଥିବା ପ୍ରମାଣ ମିଳିଛି । ଏହି ସ୍ଥାନରେ ଏସିର ତାପାମାତ୍ରା ୨୦ ଡିଗ୍ରୀ ସେଲ୍ସିଅସ୍ ରହୁଥିବାରୁ ଭାଇରସ୍ ଅଧିକ ଦିନ ରହିପାରୁଛି । ଆଗକୁ ଶୀତ ଦିନ ଆସୁଥିବାରୁ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିପାରେ ।

coranaରିସର୍ଚ୍ଚରୁ ଜଣାପଡିଛି ଯେ, କରୋନା ଭାଇରସ୍ ଫ୍ଲୁ ଭାଇରସ ଠାରୁ ଅଧିକ ସମୟ ଆକ୍ଟିଭ୍ ରହିପାରେ । କରୋନା ଭୂତାଣୁ ପୂର୍ବରୁ ଇନପ୍ଲ୍ୟୁଏଞ୍ଜା ଭାଇରସ ୧୭ ଦିନ ଯାଏ ଉପରୋକ୍ତ ଜିନିଷରେ ସକ୍ରିୟ ରହୁଥିଲା। କରୋନା ଭାଇରସ୍ରୁ ରକ୍ଷା ପାଇବା ପାଇଁ ବାରମ୍ବାର ହାତ ଧୋଇବା ସହ ଘରକୁ ସଫା କରିବା ଆବଶ୍ୟକ ।

୨୦ ଡିଗ୍ରୀ ସେଲସିୟରେ ଏହା ୨୮ ଦିନ ସକ୍ରିୟ ରହୁଥିବା ବେଳେ ୩୦ ଡିଗ୍ରୀ ତାପମାତ୍ରାରେ ଏହା ୭ ଦିନ ଓ ୪୦ ଡିଗ୍ରୀ ତାପମାତ୍ରାରେ ୨୪ ଘଣ୍ଟା ମଧ୍ୟରେ ଶେଷ ହୋଇଯାଏ। ପୂର୍ବରୁ ଲାନସେଟ୍ ସର୍ଭେରେ କୁହାଯାଇଥିଲା ଯେ ୭୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ କରୋନା ଭାଇରସ ୫ ମିନିଟ୍ ମଧ୍ୟରେ ନଷ୍ଟ ହୋଇଯାଇଥାଏ। ହେଲେ ୪୦ ଡିଗ୍ରୀ ସେଲସିୟରେ ଏହା ପୂର୍ବଭଳି ସଂକ୍ରିୟ ରହିଥାଏ। ଏବେ କିନ୍ତୁ ଅଷ୍ଟ୍ରେଲୀୟ ଗବେଷକ ନୂଆ ତଥ୍ୟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.