ପ୍ରାୟ ୨୭ ଘଣ୍ଟା ରଖିବ ବ୍ୟାଟେରୀ ବ୍ୟାକଅପ୍, ସେନ୍ହାଇଜର CX ଭାରତରେ ଲଞ୍ଚ କଲା ନିଜର ଦୁଇଟି ନୂଆ ଇୟରବଡ୍ 

ମାର୍କେଟରେ ଲଞ୍ଚ ହେଉଛି ନୂଆ ନୂଆ ଗ୍ୟାଜେଟ୍ସ। ସେ ଗାଡ଼ି ହେଉ କିମ୍ବା ଫୋନ୍ କିମ୍ୱା ଇୟରବଡ୍। ଏହି ସବୁ ଅଟୋମୋବାଇଲକୁ ନେଇ ଯୁବଗୋଷ୍ଟୀଙ୍କ ମଧ୍ୟରେ କ୍ରେଜ୍ ମଧ୍ୟ ବଢୁଛି।ସେଥିପାଇଁ ତ ଅଟୋମୋବାଇଲ କମ୍ପାନୀ ମାନେ ନୂଆ ନୂଆ ପ୍ରଡକ୍ଟ ଲଞ୍ଚ କରୁଛନ୍ତି। ସେନ୍ହାଇଜର ଏହାର ଦୁଇଟି ୱେୟାର୍ଲେସ ଇୟରବଡ୍ ସେନ୍ହାଇଜର CX ପ୍ଲସ୍ ଏବଂ CX ଭାରତରେ ଲଞ୍ଚ କରିଛି।

ସେନ୍ହାଇଜର CX Plus ର ମୂଲ୍ୟ ରହିଛି ୧୪ ହଜାର ୯୯୦ ଟଙ୍କା ଏବଂ ସେନ୍ହାଇଜର CX ର ମୂଲ୍ୟ ରହିଛି ୧୦ ହଜାର ୯୯୦ ଟଙ୍କା। ଉଭୟ କଳା ଏବଂ ଧଳା ରଙ୍ଗରେ ଆମାଜନରୁ ବିକ୍ରି ହେଉଛି। ଅଧିକ ସମୟର ବ୍ୟବହାର ପାଇଁ ଏହି ଦୁଇଟି ଇୟରବଡକୁ ଡିଜାଇନ୍ କରାଯାଇଛି। ଏହା ବ୍ୟତୀତ ସେନ୍ହାଇଜର CX ପ୍ଲସ୍ ଏବଂ CX ବିଷୟରେ ହାଇ କ୍ୱାଲିଟି ଅଡିଓ ରହିଥିବା କମ୍ପାନୀ ଦାବି କରିଛି । ସେନ୍ହାଇଜର CX ପ୍ଲସରେ ଆକ୍ଟିଭ୍ ନଏଜ୍ ଫେନ୍ସିଲେଶନ, ଟ୍ରାନ୍ସପେରେନ୍ସି ମୋଡ୍ ଏବଂ ଅଡିଓଫାଇଲ୍ ଗ୍ରେଡ୍ ସ୍ନାଇଜର ଟେକ୍ନୋଲୋଜି ଦିଆଯାଇଛି।

ସେନ୍ହାଇଜର CX ପ୍ଲସ୍ ଏବଂ CX ଉପରେ ଡିପ୍ ବାସ୍, ନ୍ୟାଚୁରାଲ ମିଡ୍, ଡିଟେଲ ଟ୍ରେବଲ୍ ଏବଂ କଷ୍ଟମ୍ EQ ରହିଥିବା ଦାବି କରାଯାଇଛି ଉଭୟ ସେନ୍ହାଇଜର CX ପ୍ଲସ୍ ଏବଂ CX TWS ରେ କନେକ୍ଟିଭିଟି ପାଇଁ ବ୍ଲୁଟୁଥ୍ 5.2 ରହିଛି। ଏହା ବ୍ୟତୀତ ଅନେକ ଅଡିଓ କୋଡେକ ମଧ୍ୟ ରହିଛି। ଉଭୟ ଇୟରବଡ ସହିତ ଆପ୍ ସପୋର୍ଟ ମଧ୍ୟ ରହିଛି। ସେନ୍ହାଇଜର CX ପ୍ଲସର ମୂଲ୍ୟ ୧୪,୯୯୦ ଟଙ୍କା ଏବଂ ସେନ୍ହାଇଜର CX ର ମୂଲ୍ୟ ୧୦,୯୯୦ ଟଙ୍କା ରଖାଯାଇଛି। ଉଭୟ କଳା ଏବଂ ଧଳା ରଙ୍ଗରେ ଆମାଜନରୁ ଏହାକୁ ଆପଣ କିଣି ପାରିବେ।

ସେନ୍ହାଇଜର CX ପ୍ଲସ୍ ର ସ୍ପେସିଫିକେଶସନ ବିଷୟରେ କହିବାକୁ ଗଲେ ସେନ୍ହାଇଜର CX ପ୍ଲସ୍ TWS ରେ ଆକ୍ଟିଭ ନଏଜ ଫେନ୍ସିଲେସନ୍ ରହିଛି। ଏହା ବ୍ୟତୀତ ଏଥିରେ ଟ୍ରାନ୍ସପେରେଣ୍ଟ ମୋଡ୍ ମଧ୍ୟ ଦିଆଯାଇଛି।

CX ପ୍ଲସର ବ୍ୟାଟେରୀ ବିଷୟରେ କହିବାକୁ ଗଲେ ଏଥିରେ ୨୪ ଘଣ୍ଟା ବ୍ୟାକଅପ୍ ରହିଥିବା ଦାବି କରାଯାଇଛି। ଏହା ସହିତ ଅନେକ ଇୟରଟିପ୍ ମଧ୍ୟ ମିଳିବ। ଏହା ୱାଟରପ୍ରୁଫ ଓ ଏଥିରେ ଭଲ ସାଉଣ୍ଡ ମଧ୍ୟ ରହିଛି। ଏହାକୁ PX4 ରେଟିଂ ମିଳିଛି ଏବଂ କଷ୍ଟମାଇଜେବଲ୍ ଟଚ୍ କଣ୍ଟ୍ରୋଲ୍ ସହିତ ମଧ୍ୟ ଏହା ମାର୍କେଟରେ ଲଞ୍ଚ ହୋଇଛି। ଏହା ସହିତ SBC, AAC, aptX ଏବଂ aptX ଆଡାପ୍ଟିଭ୍ କୋଡେକ୍ ପାଇଁ ସପୋର୍ଟ ରହିଛି।

ଅନ୍ୟ ଏକ ଭାରିଏଣ୍ଟ ସେନ୍ହାଇଜର CX ବିଷୟରେ କହିବାକୁ ଗଲେ, ଏହାର ଅନେକ ଫିଚର୍ CX plus ଭଳି। ଏହା ଟଚ୍ କଣ୍ଟ୍ରୋଲ୍ ସହିତ ଆସିଥାଏ ଏବଂ ଏହା ମଧ୍ୟ ୱାଟରଫ୍ରୁଫ୍। ଏହାକୁ IPX4 ରେଟିଂ ଦିଆଯାଇଛି। ଏଥିରେ ସଂଯୋଗ ପାଇଁ ବ୍ଲୁଟୁଥ୍ 5.2 ଓ ଅନ୍ୟାନ୍ୟ କୋଡେକ ସପୋର୍ଟ ରହିଛି। ଏଥିରେ ଡୁଆଲ୍ ମାଇକ୍ରୋଫୋନ୍ ଅଛି। ଏହାର ବ୍ୟାଟେରୀକୁ ନେଇ ୧୭ ଘଣ୍ଟାର ବ୍ୟାକଅପ୍ ଥିବା କମ୍ପାନୀ ଦାବି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.