ଦଶକର ସବୁଠାରୁ ଅଶୁଭ ସପ୍ତାହ, ସେନ୍‌ସେକ୍ସରେ ବୁଡ଼ିଗଲା ୧୧ ଲକ୍ଷ କୋଟି

କରୋନା ଭାଇରସ୍‌ର ଆତଙ୍କ ଚୀନ ସମେତ ସାରା ଦୁନିଆ ଉପରେ ପଡ଼ିଛି। କରୋନା ଯୋଗୁ କେବଳ ଚୀନ୍‌ର ଅର୍ଥବ୍ୟବସ୍ଥା ନହେଁ, ଭାରତର ଅର୍ଥ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। କରୋନା ଯୋଗୁ ସେୟାର ମାର୍କେଟରେ ହୋଇଥିବା କ୍ଷତି ଯୋଗୁ ଗତ ସପ୍ତାହକୁ ଦଶନ୍ଧିର ସବୁଠାରୁ ଅଶୁଭ ସପ୍ତାହ ବୋଲି କୁହାଯାଉଛି। ବିଦେଶୀ ବଜାରୁ ମିଳିଥିବା ନିରାଶଜନକ ସଙ୍କେତ ଯୋଗୁ ଘରୋଇ ବଜାରରେ ହୋଇଥିବା କ୍ଷତି ପାଇଁ ନିବେଶକଙ୍କ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି।

sensex2

ସେନ୍‌ସେକ୍ସ ଗତ ସପ୍ତାହ ତୁଳନାରେ ୭ ପ୍ରତିଶତ ତଳକୁ ଖସିଥିବା ବେଳେ ନିଫ୍ଟିରେ ୭ ପ୍ରତିଶତ ଅଧିକ କ୍ଷତି ଘଟିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(BSA)ର ୩୦ ସେୟାର ଉପରେ ଆଧାରିତ ସେନ୍‌ସେଟିଭ୍‌ ଇନ୍‌ଡେକ୍ସ ସେନ୍‌ସେକ୍ସ ଶୁକ୍ରବାର ଗତ ସପ୍ତାହ ତୁଳନାରେ ୨,୮୭୨.୮୩ ପଏଣ୍ଟ ଅର୍ଥାତ୍‌ ୬.୯୮ ପ୍ରତିଶତ ତଳକୁ ଖସି ୩୮,୨୯୭.୨୯ରେ ବନ୍ଦ ହୋଇଛି।

sensex3

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (NSA)ର ୫୦ ସେୟାର ଉପରେ ଆଧାରିକ ସେନ୍‌ସେଟିଭ୍‌ ଇନ୍‌ଡେକ୍ସ ସେନ୍‌ସେକ୍ସ ନିଫ୍ଟି ୮୭୯.୧୦ ପଏଣ୍ଟ ଅର୍ଥାତ୍‌ ୭.୨୭ ପ୍ରତିଶତ ଖସି ୧୧,୨୦୧.୭୫ରେ ବନ୍ଦ ହୋଇଛି।

sensex4

ସେହିପରି ବିଏସ୍‌ଇ-ମିଡ କ୍ୟାପର ଇନ୍‌ଡେକ୍ସ ଗତ ସପ୍ତାହର କ୍ଲୋଜିଂରୁ ୧,୦୯୪.୩୯ ପଏଣ୍ଟ ଅର୍ଥାତ୍‌ ୬.୯୭ ପ୍ରତିଶତ ତଳକୁ ଖସି ୧୪,୬୦୦.୦୨ରେ ବନ୍ଦ ହୋଇଛି। ଅନ୍ୟପଟେ ସ୍ମଲ କ୍ୟାପ ଇନ୍‌ଡେକ୍ସ ୧,୦୩୭.୫୧ ପଏଣ୍ଟ ଅର୍ଥାତ୍‌ ୭.୦୩ ପ୍ରତିଶତ ଖସି ୧୩,୭୦୯.୦୧ରେ ରହିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.