ଆଜିଠୁ ପୁଣି ରାଜ୍ୟରେ କଡାକଡି ହୋଇଛି ଟ୍ରାଫିକ ନିୟମ, ଭୁବନେଶ୍ୱର ଆରଟିଓ ୨ ଅଂଚଳରୁ ମୋଟ ୨.୫ ଲକ୍ଷ ଟଙ୍କାର ଫାଇନ ଆଦାୟ

ଭୁବନେଶ୍ବର: ସରିଲା ୬ ମାସର ଡେଡଲାଇନ୍‌ । ପୁଣି ଫେରିଲା ଟ୍ରାଫିକ୍‌ ଟେନ୍‌ସନ୍‌ । ଆଜିଠୁ ପୁଣି ରାଜ୍ୟରେ କଡାକଡି ହୋଇଛି ଟ୍ରାଫିକ ନିୟମ । ଜୋରଦାର କରାଯାଇଛି ଯାଞ୍ଚ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡ଼ି କରାଯାଉଛି । ଆଜି ଭୁବନେଶ୍ୱର ଆରଟିଓ ୨ ଅଂଚଳରୁ ମୋଟ ୨.୫ ଲକ୍ଷ ଟଙ୍କାର ଫାଇନ ଆଦାୟ କରାଯାଇଛି। ମୋଟ ୨.୧୦ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି। ଜଣେ ବାଇକ ଚାଳକଙ୍କଠାରୁ ସର୍ବାଧିକ ୨୨ ହଜାର ଟଙ୍କା ଫାଇନ ଆଦାୟ ହୋଇଛି। ଲର୍ଣ୍ଣିଂଧାରି ଗାଡି ଚଲାଉଥିବା ସମୟରେ ଡିଏଲ ଧାରି ବ୍ୟକ୍ତି ସାଙ୍ଗରେ ଥିବା ବାଧ୍ୟତାମୁଳକ। ଆଜି ରବିବାର ଥିବାରୁ ରାସ୍ତାରେ ଗାଡି ଚଳାଚଳ ଟିକେ କମ୍‌ ରହିଥିଲା । ଯେଉଁମାନଙ୍କ ପାଖରେ ଗାଡ଼ିର କାଗଜପତ୍ର ଠିକ ନାହିଁ କି ଲାଇସେନ୍ସ ନାହିଁ ଗଣୁଛନ୍ତି ମୋଟା ଅଙ୍କର ଜରିମାନା ।

ଥରେ ଭଲ ଭାବେ ଜାଣି ନିଅନ୍ତୁ କେଉଁ ବାବଦରେ କେତେ ଟଙ୍କା ଚାଲାଣ କଟୁଛି । ନଜର ପକାନ୍ତୁ ଏହି ତାଲିକା ଉପରେ …

TRAFFIC RULES

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.