ରେପୋ ରେଟ୍‌ ଅପରିବର୍ତ୍ତିତ, ପ୍ରଥମଥର ପାଇଁ ୪୫ ହଜାର ପାର ହେଲା ସେନସେକ୍ସ

ଭାରତୀୟ ରିଜର୍ଭ ବ୍ଯାଙ୍କ ଆଜି ମନିଟାରୀ ପଲିସି ସମୀକ୍ଷା ବୈଠକର ନିଷ୍ପତ୍ତି ଜଣାଇଛନ୍ତି। ଅର୍ଥବ୍ଯବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଛି ବୋଲି ଆରବିଆଇ ସଂକେତ ଦେଇଛି। ରେପୋ ରେଟ୍‌ ଅପରିବର୍ତ୍ତିତ। ରିଭର୍ସ ରେପୋ ରେଟ୍‌ ବି ଅପରିବର୍ତ୍ତିତ ରହିଛି। ଆରବିଆଇ ମନିଟାରୀ ପଲିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ସୂଚନା ଦେଇଛନ୍ତି। ରେପୋ ରେଟ୍‌ ଏବେ ୪ ପ୍ରତିଶତ ରହିଛି । ରିଭର୍ସ ରେପୋ ରେଟ୍‌ ରହିଛି ୩.୩୫ପ୍ରତିଶତ। ଜିଡିପି ମାଇନସ୍‌ ୭.୫ ପ୍ରତିଶତ ହ୍ରାସ ପାଇବା ନେଇ ଆକଳନ କରିଛି ଆରବିଆଇ ।

sensex

ଆରବିଆଇର ଷଷ୍ଠ ଦ୍ୱିମାସିକ ନୀତି କମିଟିର ସଦସ୍ୟମାନେ ବୁଧବାରଠାରୁ ବୈଠକ କରୁଥିଲେ । ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୭.୬୧ ପ୍ରତିଶତରେ ପହଁଚିଛି । ଏହାସହ ଚଳିତ ଆର୍ଥିକ ସେପ୍ଟେମ୍ବର ତ୍ରୈମାସିକ ଜିଡିପି ସଂଖ୍ୟା ଆକଳନ ଅପେକ୍ଷା ଭଲ ଥିଲା । କିନ୍ତୁ ଅଭିବୃଦ୍ଧି ହାର ସ୍ଥିତି ଚିନ୍ତାଜନକ ରହିଛି । ବେରୋଜଗାରୀରେ କୌଣସି ଉତ୍ସାହଜନକ ଫଳ ମିଳିନାହିଁ । ସେପଟେ RBIର ଘୋଷଣା ପରେ ସେୟାର ବଜାରର ବଡ ଉତ୍ସାହ ଦେଖିବାକୁ ମିଳିଛି। ସେନ୍‌ସେକ୍‌ସରେ ସର୍ବକାଳୀନ ରେକର୍ଡ ୪୫ହଜାର ଛୁଇଁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.