କରୋନା ଓ ୟେସ୍‌ ବ୍ୟାଙ୍କ ସଂକଟ ଯୋଗୁ ଖସିଲା ସେନସେକ୍ସ, ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ପାଖାପାଖି ୨ ହଜାର ପଏଣ୍ଟ ପାଇଲା ହ୍ରାସ

କେନ୍ୟୁଜ୍(ବ୍ୟୁରୋ): ସେୟାର ବଜାରରେ ହଲଚଲ । କରୋନା ଓ ୟେସ୍‌ ବ୍ୟାଙ୍କ ସଂକଟ ଯୋଗୁ ଖସିଲା ସେନସେକ୍ସ । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ପାଖାପାଖି ୨ ହଜାର ପଏଣ୍ଟ ହ୍ରାସ ପାଇଛି । ସେହିପରି ନିଫଟି ଖସିିଛି ୫୫୦ ପଏଣ୍ଟରୁ ଅଧିକ ।
କରୋନା ଭାଇରସ୍‌ ଭୟ ଓ ୟେସ ବ୍ୟାଙ୍କର ପ୍ରଭାବ ପଡ଼ିଛି ସେୟାର ବଜାରେ ଉପରେ । ପୂର୍ବରୁ ୨୦୧୫ ମସିହା ଅଗଷ୍ଟ ୨୪ ତାରିଖରେ ସେନସେକ୍ସରେ ୧ ହଜାର ୬୨୪ ପଏଣ୍ଟ ହ୍ରାସ ହୋଇଥିଲା । ଆଜି ୩୬ ହଜାର ୪୦୬ ପଏଣ୍ଟରୁ ସେନସେକ୍ସ କାରବାର ଆରମ୍ଭ ହୋଇଥିଲା । ସେହିପରି ନିଫଟି ସୂଚକାଙ୍କରେ ଦେଖିବାକୁ ମିଳିଥିଲା ୩୩୨ ପଏଣ୍ଟ ହ୍ରାସ । ସେପଟେ ସାଉଦି ଆରବ ତୈଳ ମୂଲ୍ୟ ହ୍ରାସ କରିବାରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୩୧ ପ୍ରତିଶତ ହ୍ରାସ ପାଇଛି । ୧୯୯୧ ପରେ ତୈଳ ଦର ଏତେ ପରିମାଣରେ ହ୍ରାସ ପାଇବାରେ ଏହା ପ୍ରଥମ ଘଟଣା । କରୋନା ଭାଇରସ୍‌ ଯୋଗୁ ତେଲ ଚାହିଦା ହ୍ରାସ ପାଉଥିବାରୁ ବିକ୍ରି ନହୋଇ ଗଚ୍ଛିତ ହୋଇ ରହିଛି । ସେଥିପାଇଁ ସାଉଦି ଆରବ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.