ସୋନି ସ୍ମାର୍ଟଫୋନର ସୁବର୍ଣ୍ଣ ଅଫର : ଏକ୍ସପେରିଆରେ ମିଳିବ ୧୦ହଜାର ରିହାତି

ନୂଆଦିଲ୍ଳୀ : ଭାରତରେ ଗ୍ରାହକଙ୍କୁ ନିଜ ପ୍ରତି ଆର୍କଷିତ କରିବା ପାଇଁ ସୋନି କମ୍ପାନୀ ସ୍ମାର୍ଟଫୋନରେ ଆରମ୍ଭ କରିଛି ଧମାକାଦାର ରିହାତି ଅଫର। ଏହି ଅଫର ଅନ୍ତର୍ଗତ ସୋନିର ଖାସ ତିନୋଟି ସ୍ମାର୍ଟଫୋନରେ ୧୦ ହଜାର ପର୍ୟ୍ୟନ୍ତ ରିହାତି ରହିଛି। ସୋନି ଏକ୍ସପେରିଆ ଏକ୍ସଜେଡ଼ଏସ , ଏକ୍ସପେରିଆ ଏଲ୨ ଏବଂ ଏକ୍ସପେରିଆ ଆର୧ର ମୂଲ୍ୟ ବହୁତ କମ ହୋଇଛି। ମୋବାଇଲ ଗୁଡ଼ିକରୁ ମୂଲ୍ୟ ଏହାର ପ୍ରକୃତ ମୂଲ୍ୟଠାରୁ ପ୍ରାୟ ୧୦ ହଜାର କମ କରାଯାଇଛି।
ଏହି ରିହାତି ଅଫରରେ ସୋନି ଏକ୍ସପେରିଆ ଏକ୍ସଜେଡ଼ଏସର ମୂଲ୍ୟ ୩୯,୯୯୦/- ରୁ କମ୍ ହୋଇ ୨୯,୯୯୦/- କରାଯାଇଛି। ସେହିପରି ଏକ୍ସପେରିଆ ଏଲ୨ର ମୂଲ୍ୟ ୧୪,୯୯୦/- ଏବଂ ଏକ୍ସପେରିଆ ଆର୧ର ମୂଲ୍ୟ ୯,୯୯୦/- ହୋଇଛି। ଏହାକୁ ଆପଣ ଉଭୟ ଅନଲାଇନ ଏବଂ ଅଫଲାଇନରୁ କିଣି ପାରିବେ। ତେବେ ଏହି ମୋବାଇଲ ଗୁଡ଼ିକର ମୂଲ୍ୟ କମ ରହିବା ସହ ଫିଚର ମଧ୍ୟ ଦମଦାର ରହିଛି। ଏହା ଏଚଡ଼ି ସ୍ମ୍ରିନ୍ ବିଶିଷ୍ଟ ହେବା ସହ ଭଲ ଇଣ୍ଟରନାଲ ଷ୍ଟୋରେଜ୍ ଏବଂ ରାମ୍ ବିଶିଷ୍ଟ ମଧ୍ୟ ରହିଛି। ତେବେ ଅପେକ୍ଷା କାହାକୁ ଡ଼େରି ନକରି ଶୀଘ୍ର ସୋନିର ଏହି ଅଫରର ଲାଭ ଉଠାନ୍ତୁ।