Below header

ସରକାରଙ୍କ ଅଧୀନରେ ରହିବେ ଏସବିଆଇ ବ୍ୟତୀତ ଏହି ୪ ବ୍ୟାଙ୍କ

ଦେଶର ବ୍ୟାଙ୍କିଙ୍ଗ ସେକ୍ଟରକୁ ବେସରକାରୀ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏମିତିକି ନୀତି ଆୟୋଗ ଏନେଇ ଏକ ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ କରିଛନ୍ତି । କିନ୍ତୁ ଦେଶର ଚାରି ବ୍ୟାଙ୍କକୁ ସରକାରୀ ସ୍ତରରେ ରଖିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ନୀତି ଆୟୋଗ । ଏହି ଚାରିଟି ବ୍ୟାଙ୍କ ତାଲିକାରେ ଅଛନ୍ତି ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଓ କାନାଡ଼ା ବ୍ୟାଙ୍କ । ଏହାବାଦ ଆୟୋଗ ତିନି ଛୋଟ ସରକାରୀ ବ୍ୟାଙ୍କ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର, ଓ ୟୁକୋ ବ୍ୟାଙ୍କକୁ ସରକାରୀ ସ୍ତରରେ ହିଁ ରଖିବା ପାଇଁ ପରାମର୍ଶ ଦେଇଥିବା ଜଣାଯାଇଛି । ଅନ୍ୟ କିଛି ସରକାରୀ ବ୍ୟାଙ୍କ ଗୁଡିକୁ ଉପରୋକ୍ତ ବ୍ୟାଙ୍କ ଗୁଡିକରେ ବିଲୟ କରିଦେବାକୁ ଅଥବା ରଖିବାକୁ ସ୍ଥିର କରିଛନ୍ତି ।

Big news: Only 4 banks, including SBI, will remain government, Modi  government will increase on the path of privatization of these banks -  informalnewz

କହିରଖିବା ଉଚିତ ହେବକି, ଗତ କିଛି ମାସ ହେବ କେନ୍ଦ୍ର ସରକାର ବେସରକାରୀକରଣକୁ ସ୍ଟ୍ରାଟେଜିକ ଓ ନନ ସ୍ଟ୍ରାଟେଜିକ ନାମରେ ଦୁଇ ବିଭାଗରେ ବିଭକ୍ତ କରିଥିଲେ । ଏହି ଅନୁଯାୟୀ, ବ୍ୟାଙ୍କିଙ୍ଗ ସେକ୍ଟରକୁ ସ୍ଟ୍ରାଟେଜିକ ସେକ୍ଟର ଅନ୍ତଭୂକ୍ତ କରାଯାଇଛି । ବ୍ୟାଙ୍କ ବ୍ୟତୀତ ଅନ୍ୟ ୪
ସରକାରୀ ସଂସ୍ଥାମାନଙ୍କୁ ବି ଏହି ବିଭାଗରେ ସାମିଲ କରାଯାଇଛି । ସରକାର ୪ ବ୍ୟାଙ୍କ ଗୁଡିକୁ ନିଜ ଅକ୍ତିଆରରେ ରଖିବା ନେଇ ସ୍ଥିର କରିଥିବା ବେଳେ ଏହି ପ୍ରସ୍ତାବକୁ ଖୁବ ଶୀଘ୍ର କ୍ୟାବିନେଟରେ ପାସ କରାଯିବ ବୋଲି ଜଣାଯାଇଛି ।

ଏକ ସରକାରୀ ସୂତ୍ରରୁ ଜାରି ହୋଇଥିବା ସୂଚନାରୁ ଜଣାଯାଇଛିଯେ, ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ସରକାରୀ ବ୍ୟାଙ୍କ ଗୁଡିକୁ ବେସରକାରୀ କରାଗଲେ ଏକ୍ଷେତ୍ରରେ ସରକାର କିଛିଟା ଆଶ୍ବସ୍ତି ପାଇପାରିବେ । ସରକାରଙ୍କୁ ଆଉ ଏକ୍ଷତ୍ରରେ ପୁଞ୍ଜି ନିବେଶ କରିବାକୁ ପଡିବ ନାହିଁ | ସୂଚନା ମୁତାବକ ୨୦୧୫ ରୁ ୨୦୨୦ ଭିତରେ କେନ୍ଦ୍ର ସରକାର ବ୍ୟାଡ ଲୋନ ପ୍ରଭାବରୁ ରକ୍ଷା କରିବା ପାଇଁ ପ୍ରାୟ ୩.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିଛନ୍ତି । ୧୯୬୯ ମସିହାରେ ଇନ୍ଦିରା ଗାନ୍ଧୀ ୧୪ ବ୍ୟାଙ୍କକୁ ଜାତୀୟକରଣ କରାଇଥିଲେ । ଏହା ପରେ ୧୯୮୦ ମସିହାରେ ୬
ବେସରକାରୀ ବ୍ୟାଙ୍କର ଜାତୀୟକରଣ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.