Below header

ପୁଣି ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ଲାଞ୍ଚ ନେବାବେଳେ ଧରାପଡିଲେ ରାଜକନିକା ଥାନାର ଏଏସଆଇ ବୈଷ୍ଣବ ଚରଣ ବେହେରା 

କେନ୍ୟୁଜ୍(ବ୍ୟୁରୋ):  ପୁଣି ଭିଜିଲାନ୍ସ ଜାଲରେ ପୋଲିସ ବାବୁ। ରାଜକନିକା ଥାନାର ଏସଆଇ  ବୈଷ୍ଣବ ଚରଣ ବେହେରା  ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ଗୋକନେଶ୍ୱରର୍ପୂର ଗାଁ ର ଦିବାକର ସେଠୀଙ୍କ ପରିବାର ନାମରେ ଅଭିଯୋଗ ନେଇ ପାରିବାରିକ ଗଣ୍ଡଗୋଳ ମାମଲାରେ ଦିବାକର ସେଠୀଙ୍କ ଭାଇ ଓ ଶାଳୀଙ୍କ ନାମ କାଟିବାକୁ ପାଞ୍ଚ ହଜାରେ ଟଙ୍କା ଲାଞ୍ଚ ମାଗିଥିଲେ। ନଦେଲେ ଗିରଫ କରିବା ପାଇଁ କହିଥିଲେ। ହେଲେ ଦିବାକର ସେଠୀ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ପୂର୍ବ ପ୍ରସ୍ତୁତି ଅନୁସାରେ ରାଜକନିକା ଥାନାରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗର ଡିଏସପି ସୁରେନ୍ଦ୍ର ନାଥଙ୍କ ଦ୍ବାରା ଟଙ୍କା ଜବତ କରାଯିବା  ସହିତ ଏଏସଆଇଙ୍କୁ ଗିରଫ କରାଯାଇଛି। ।ରାଜକନିକା ବାସଭବନ ଓ ତାଙ୍କର ପୈତୃକ ଘର ଯାଜପୁର ଜିଲ୍ଲା ଧର୍ମଶାଳାରେ ମଧ୍ୟ ରେଡ଼ ଜାରି ରହିଛି। ଏହି ଘଟଣାରେ ଭିଜିଲାନ୍ସ ବିଭାଗ ୨/୯/୨୦୨୦ର କେସ ନମ୍ବର ୧୧ ରେ ଏକ ମାମଲା ରୁଜୁ କରି ଏଏସଆଇଙ୍କୁ ଗିରଫ କରିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.