ରାସ୍ତା ମଝିରେ ଠୁମକା ପରେ ଠୁମକା ମାରିଲେ ଦୁଇ ଜଣ ଦାଦିମା, ଭିଡିଓ ଦେଖିଲେ ଆଖି ଖୋଲା କରିଦେବେ ଆପଣ

ଜୀବନର ଅସଲ ଖୁସି କାହାକୁ କୁହନ୍ତି ବୋଧ ହୁଏ ଏହି ଦୁଇ ମହିଳାଙ୍କୁ ଦେଖିଲେ ଜାଣିପାରିବେ। ଦୁଇ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଧମାଲ ମଚାଇଛି। ଦୁଇ ବୃଦ୍ଧାଙ୍କ ଏହି ଡ୍ୟାନ୍ସ ଭିଡିଓ ଦେଖିଲେ ଆପଣ ବି ନିଜ ଭିତରେ ରଖିଥିବା ପ୍ରତିଭାକୁ ପ୍ରକାଶ କରିପାରିବେ।

ବଲିଉଡର ଆଇକୋନିକ ସଙ୍ଗ ‘ପିଆ ତୁ ଅବ ତୋ ଆଜା. . . ’ ଗୀତର ଏକ ଭିଡିଓ ଲୋକଙ୍କ ହୃଦୟ ଜିତୁଛି। ୨୦୨୦ରେ ମଧ୍ୟ ନୂଆ ଲାଗୁଥିବା ଏହି ଗୀତ ଆରଡି ବର୍ମନ ସାହବର ଜବରଦସ୍ତ ମ୍ୟୁଜିକ, ଅଶା ଭୋସଲେଙ୍କ ସୁରୀଲି ସ୍ୱର ଏବଂ ଅଭିନେତ୍ରୀ ହେଲେନଙ୍କ ସୁନ୍ଦର ଡ୍ୟାନ୍ସ ମୁଭ୍ସର ମିଶ୍ରଣ। ଏହି ଗୀତ ୧୯୭୧ରେ ଆସିଥିବା ଫିଲ୍ମ ‘କାରଓ୍ଵାଂ’ର ଅଟେ। ଯାହାକୁ ନାସିର ହୁସେନ ଡାଇରେକ୍ଟ କରିଥିଲେ। ଏହି ଗୀତକୁ ପୁଣି ତାଜା କରିଦେଇଛନ୍ତି ଏହି ଦୁଇ ବୃଦ୍ଧା ମହିଳା। ଏହି ଦୁଇ ଜଣ ବୟଷ୍କା ମହିଳା ଏବେ ସୋସିଆଲ ମିଡିଆକୁ ଏକଦମ୍‌ ବ୍ଲାଷ୍ଟ କରୁଛନ୍ତି। ଏହି ଭିଡିଓକୁ ଯିଏ ଦେଖୁଛି ତାର ଯୋସ୍‌ ଏକଦମ୍‌ ତାଜା ହୋଇଯାଉଛି।

ଏହି ଭିଡିଓକୁ ଟ୍ଵିଟର ୟୁଜର ନାମକ ଜଣେ ୟୁଜର ତାଙ୍କ ପେଜରେ ସେୟାର କରିଛନ୍ତି। ଏହାକୁ ସେୟାର କରି କ୍ୟାପସନରେ ସେ ଲେଖିଛନ୍ତି, ‘ଏହା ବହୁତ ସୁନ୍ଦର, ୟାକୁ ହିଁ କୁହନ୍ତି ଅସଲ ଜୀବନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.