TATA କମ୍ପାନୀର ବଡ ଡିସକାଉଣ୍ଟ, ମାତ୍ର ୪.୫୭ ଲକ୍ଷ ଟଙ୍କାରେ ମିଳୁଛି ଏହି ସବୁ ଗାଡି

ମିଡ଼ସାଇଜ ଟାଟାର ବିକ୍ରି ଦିନ କୁ ଦିନ କମ ହେବାରେ ଲାଗିଛି । ଭାରତରେ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିବା ଏହି କାର ର ବିକ୍ରି ନଭେମ୍ବର ମାସରେ ମାତ୍ର ୭୦୦ ୟୁନିଟ ହୋଇଛି । ଏବେ କମ୍ପାନୀ ନିଜ କାରର ବିକ୍ରି ବଢାଇବା ପାଇଁ ଡ଼ିସକାଉଣ୍ଟ ବ୍ୟବସ୍ଥା କରିଛି । କିନ୍ତୁ ଗ୍ରାହକ ମାନଙ୍କୁ ଏହି ସୁବିଧା ମାତ୍ର ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ହିଁ ମିଳିବ । ଆସନ୍ତୁ ଜାଣିବା ଟାଟାର ଏହି ଟପ କାର ଗୁଡିକ ଉପରେ କେତେ ରହିଛି ଡ଼ିସକାଉଣ୍ଟ ।

ଟାଟା ହେରିୟର:

ପୂର୍ବରୁ କମ୍ପାନୀ ଏହି କାର ଉପରେ ୬୫ ହଜାର ଟଙ୍କା ଡ଼ିସକାଉଣ୍ଟ ଦେଉଥିବା ବେଳେ ଏବେ ଏହାର ପରିମାଣ ବଢ଼ାଇ ଦିଆଯାଇଛି ।
ଏବେ ଏହି କାର ଗୁଡିକ ଉପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଡ଼ିସକାଉଣ୍ଟ ଦିଆଯାଉଛି ।

harrior

ଟାଟା ଯେଷ୍ଟ:

କମ୍ପାନୀ ନିଜ ଟାଟା ଯେଷ୍ଟ ଉପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ରିହାତି ଦିଆଯାଇଛି । ଏହା ସହ ୨୫ ହଜାର ଟଙ୍କାର ପେଟିଏମ କ୍ୟାସବ୍ୟାକ ଅଫର ବି ଦିଆଯାଇଛି । ଏହା ବାଦ ଏହାର ବେଷ୍ଟ ଭେରିୟାଣ୍ଟର ମୂଲ୍ୟ ୫.୮୨ ଲକ୍ଷ ବଦଳରେ ୪.୫୭ ଲକ୍ଷ ଟଙ୍କା ହୋଇଯାଇଛି ।

ଟାଟା ଟିଆଗୋ:

ଟାଟା ନିଜ ଏହି କାର ଉପରେ ୮୦ ହଜାର ଟଙ୍କା ପର୍ଯ୍ୟନ୍ତର ଛାଡ କରିଛି । ଏହି ପେଟ୍ରୋଲ ଓ ଡିଜେଲ ଦୁଇଟି ଭେରାଇଟିରେ ଆସିଥାଏ ।

 

tiago

ଟାଟା ଟିଗର:

ଟାଟା କମ୍ପାନୀ ନିଜର ଏହି କାରର ମୂଲ୍ୟ ୯୫ ହଜାର ଟଙ୍କା ପର୍ଯ୍ୟନ୍ତ କମ କରିଦେଇଛି । କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦୁତି ଭେରାଇଟିରେ ଡ଼ିସକାଉଣ୍ଟ ଉପଲବ୍ଧ କରୁଛି ।

ଏହା ସହ ପଢନ୍ତୁ: ବର୍ଷେ ହେଲା ଖୋଲିନାହାନ୍ତି କି ଲକର ? ଏବେ ବ୍ୟାଙ୍କ ଖୋଲିବ ଆପଣଙ୍କ ଲକର

ଟାଟା ହେକସା:

ଟାଟା ନିଜର ଏହି କାର ଉପରେ ଦମଦାର ଅଫର ଦେଉଛି । ପାୱାର ଓ ଫିଚର୍ସ ମାମଲାରେ ଏହି ଗାଡି ଅନ୍ୟ ଗାଡି ଗୁଡିକ ଅପେକ୍ଷା ଅଧିକ ସଶକ୍ତିଶାଳୀ ଅଟେ । ଏଥିରେ କମ୍ପାନୀ ୧.୯୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଡ଼ିସକାଉଣ୍ଟ ଦେଉଛି ।

nexon

ଟାଟା ନେକ୍ସସ:

କମ୍ପାନୀ ଏହି କାର ଉପରେ ୮୭ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି । ନେକ୍ସସକୁ ଦେଶର ସବୁଠୁ ସୁରକ୍ଷିତ କାରର ରେଟିଙ୍ଗ ମଧ୍ୟ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.