ଟ୍ରେନ୍‌ ଯାତ୍ରାରେ ଚା’, ଜଳଖିଆ, ଭୋଜନ ହେଲା ମହଙ୍ଗା, ଏଠି ଦେଖନ୍ତୁ ନୂଆ ରେଟ୍‌ ଲିଷ୍ଟ୍‍

ଯଦି ଆପଣ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି, ତା’ହେଲେ ଏହି ସମୟରେ ଖାଇବା, ପିଇବା ପାଇଁ ଆପଣଙ୍କୁ ପୂର୍ବାପେକ୍ଷା ଅଧିକ ଦାମ୍‌ ଦେବାକୁ ପଡ଼ିବ। IRCTC ତରଫରୁ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ଅର୍ଥାତ୍‌ ବିଏସ୍‌ଇ ଏବଂ ଏନ୍‌ଏସ୍‌ଇକୁ ନୂଆ ମେନ୍ୟୁ କାର୍ଡ ବିଷୟରେ ସୂଚନା ଦିଆଯାଇଛି।
ସୂଚନା ମୁତାବକ, ମେଲ୍‌, ଏକ୍ସପ୍ରେସ୍‌ ସମେତ ରାଜଧାନୀ, ଶତାବ୍ଦୀ ଏବଂ ଦୁରନ୍ତୋ ଭଳି ଟ୍ରେନ୍‌ରେ ଖାଦ୍ୟପେୟ ମହଙ୍ଗା କରିଦିଆଯାଇଛି। ଏହି ନୂଆ ମେନ୍ୟୁ କାର୍ଡକୁ ରେଲେଓ୍ଵ ବୋର୍ଡ ତରଫରୁ ମଞ୍ଜୁରି ମିଳିଯାଇଛି।

TR3

ମେନ୍ୟୁରେ କ’ଣ ରହିଛି

IRCTC ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ନିରାମିଷ ଜଳଖିଆ ପାଇଁ ୩୫ ଟଙ୍କା ଏବଂ ଆମିଷ ଜଳଖିଆ ପାଇଁ ୪୫ ଟଙ୍କା ଦେବାକୁ ପଡ଼ିବ। ଯଦି ଆପଣ ନର୍ମାଲ ଭେଜ୍‌ ଫୁଡ୍‌ ନେବେ, ତା’ହେଲେ ଆପଣଙ୍କୁ ୭୦ ଟଙ୍କାରେ ମିଳିଯିବ।

trr

ସାଧାରଣ ଭୋଜନରେ ଅଣ୍ଡା ତରକାରୀ ଏବଂ ଚିକେନ୍‌ ତରକାରୀର ମୂଲ୍ୟ ଯଥାକ୍ରମେ ୮୦ ଏବଂ ୧୨୦ ଟଙ୍କା ରହିଛି। ସେହିଭଳି ୩୫୦ ଗ୍ରାମ ଭେଜ୍‌ ବିରିୟାନୀର ଦାମ୍‌ ୭୦ରୁ ଆରମ୍ଭ କରି ୧୦୦ ଟଙ୍କା ପଯ୍ୟର୍ନ୍ତ ହୋଇଯାଇଛି।

ଏହାଛଡ଼ା ୩୫୦ ଗ୍ରାମ ସ୍ନାକ୍ସ ୫୦ ଟଙ୍କାରେ ମିଳିବ। କହି ରଖୁଛୁ କି, ରାଜଧାନୀ, ଶତାବ୍ଦୀ ଏବଂ ଦୁରନ୍ତୋ ଟ୍ରେନ୍‌ରେ ମଧ୍ୟ ଚା’, ଜଳଖିଆ ଏବଂ ଭୋଜନ ଦାମ୍‌ ବୃଦ୍ଧି ଘଟିଛି।

tr665

ଜାଣନ୍ତୁ ଖାଦ୍ୟର ଦାମ୍‌

୧. ଜଳଖିଆ

-ଏସି ଫାଷ୍ଟ କ୍ଲାସ୍‌- ୧୪୦ ଟଙ୍କା
-ଏସି ସେକେଣ୍ଡ ଏବଂ ଥାର୍ଡ କ୍ଲାସ୍‌- ୧୦୫ ଟଙ୍କା

୨. ଲଞ୍ଚ୍‌ ଏବଂ ଡିନର

-ଏସି ଫାଷ୍ଟ କ୍ଲାସ୍‌- ୨୪୫ ଟଙ୍କା
-ଏସି ସେକେଣ୍ଡ ଏବଂ ଥାର୍ଡ କ୍ଲାସ୍‌- ୧୮୫ ଟଙ୍କା

୩. ସନ୍ଧ୍ୟା ଚା’

-ଏସି ଫାଷ୍ଟ କ୍ଲାସ୍‌- ୧୪୦ ଟଙ୍କା
-ଏସି ସେକେଣ୍ଡ ଏବଂ ଥାର୍ଡ କ୍ଲାସ୍‌- ୯୦ ଟଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.