Below header

ଜାତିସଂଘରେ ପ୍ରଥମ ଥର ପାଇଁ ହିନ୍ଦୀରେ ଭାଷଣ ଦେଇଥିଲେ ଭାରତର ଏହି ପ୍ରଧାନମନ୍ତ୍ରୀ, ଜାଣନ୍ତୁ ତାଙ୍କ ବିଷୟରେ ଆଉ କିଛି ଅଜଣା କଥା

ଦେଶ ରାଜନୀତିରେ ଅଟଳ ବିହାରୀ ବାଜପେୟୀଙ୍କ ନାଁ ସବୁଦିନ ପାଇଁ ଅମର ରହିବ । ଭାରତର ରାଜନୀତିକୁ ତାଙ୍କର ଥିଲା ଅନନ୍ୟ ଦାନ । ସେ ଏମିତି ଜଣେ ବ୍ୟକ୍ତିତ୍ୱ ଥିଲେ ଯିଏ ନିଜ ଦଳ ସମେତ ଅନ୍ୟ ଦଳର ଲୋକ ମାନଙ୍କ ମଧ୍ୟରେ ମଧ୍ୟ ଆଦୃତ ହୋଇଥିଲେ । ଏମିତିକି ବିରୋଧୀ ମାନେ ମଧ୍ୟ ବାଜପେୟୀଙ୍କ ପରି ନିଜକୁ ଗଢି ତୋଳିବାକୁ ଚାହୁଁଥିଲେ । ଜଣେ ପ୍ରତିତିଷ୍ଠ ରାଜନୀତିନଜ୍ଞ, ନିସ୍ଵାର୍ଥ ସାମାଜିକ କର୍ମୀ, ସୁବକ୍ତା, କବି ତଥା ସାହିତ୍ୟକାର ହିସାବରେ ବାଜପେୟୀ ଖୁବ ଲୋକପ୍ରିୟତା ଅର୍ଜନ କରିପାରିଥିଲେ । ଏସବୁ ବ୍ୟତୀତ ଜଣେ ଉଦାର ଚରିତ୍ର ଭାବରେ ସେ ପରିଚିତ ଥିଲେ ।
ଏହି ଅମର ବ୍ୟକ୍ତିତ୍ୱଙ୍କର ଜନ୍ମ ୧୯୨୪ ମସିହା ଡିସେମ୍ବର ମାସ ୨୫ ତାରିଖରେ ମଧ୍ୟପ୍ରଦେଶର ଗୁଆଲିୟର ଠାରେ ହୋଇଥିଲା । ତାଙ୍କ ପିତା କୃଷ୍ଣ ବିହାରୀ ବାଜପେୟୀ ହିନ୍ଦୀ ଭାଷାର ଜଣେ ପ୍ରସିଦ୍ଧ କବି ଥିଲେ ।

atal

କବିତା ଲେଖିବା ଓ ଆବୃତ କରିବାର ପ୍ରେରଣା ବାଜପେୟୀଙ୍କୁ ସେହିଠାରୁ ହିଁ ମିଳିଥିଲା । ନିଜ ଛାତ୍ରାବସ୍ଥାରେ ୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନରେ ବାଜପେୟୀ ଭାଗ ନେଇଥିଲେ । ଏହାକୁ ତାଙ୍କର ପ୍ରଥମ ରାଜନୈତିକ ପ୍ରବେଶ ବୋଲି ଧରାଯାଏ । ୧୯୫୧ ମସିହାରେ ସେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ । ଦୀର୍ଘ ୪୦ ବର୍ଷ ଧରି ସେ ରାଜନୀତିରେ ସକ୍ରିୟ ଥିଲେ । ଲୋକସଭାକୁ ୯ ଥର ଓ ରାଜ୍ୟ ସଭାକୁ ୨ ଥର ନିର୍ବାଚିତ ହୋଇ ଯାଇଥିଲେ । ବାଜପେୟୀ ଏମିତି ଜଣେ ବ୍ୟକ୍ତି ଥିଲେ ଯାହାଙ୍କ ବକ୍ତୃତା ଶୁଣିବା ପାଇଁ ସମସ୍ତେ ବେଶ ଉତ୍ସୁକତାର ସହ ଅପେକ୍ଷା କରି ରହିଥାନ୍ତି | ୧୯୯୬, ୧୯୯୮,୧୯୯୯ ମସିହାରେ ସେ ପ୍ରଧାନ ମନ୍ତ୍ରୀ ଆସନରେ ବସିଛନ୍ତି । ଅଟଳଜିଙ୍କୁ ୨୦୧୫ ମସିହାରେ ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା ।

atal new

ନିଜ ନିସ୍ଵାର୍ଥ ସମର୍ପଣ ଭାବ ଓ ସମାଜ ପାଇଁ ଅନନ୍ୟ ସେବା ପାଇଁ ତାଙ୍କୁ ପଦ୍ମ ଭୂଷଣ ଉପାଧିରେ ମଧ୍ୟ ଭୂଷିତ କରାଯାଇଥିଲା । ସେ ଏମିତି ଜଣେ ପ୍ରଧାନ ମନ୍ତ୍ରୀ ଥିଲେ ଯେ ନିଜ ଅଦମ୍ୟ ସାହସ ବଳରେ ଦିନେ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ତାଙ୍କରି ନେତୃତ୍ୱରେ ୧୯୯୮ ମସିହାରେ ରାଜସ୍ଥାନର ପୋଖରାଣ ଠାରେ ପରମାଣୁ ବୋମାର ସଫଳ ପରୀକ୍ଷଣ କରାଯାଇଥିଲା । ଯାହା ବିଷୟରେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏଜେନ୍ସିକୁ ମଧ୍ୟ ଏବିଷୟରେ ତିଳେ ମାତ୍ର ଜଣା ପଡ଼ିନଥିଲା । ନେହେରୁ ଓ ଇନ୍ଦିରାଙ୍କ ପରେ ବାଜପେୟୀ ଦେଶର ୩ୟ ଦୀର୍ଘସ୍ଥାୟୀ ପ୍ରଧାନମନ୍ତ୍ରୀ ଥିଲେ । ଆଉ ମଧ୍ୟ ଅଟଳଜି ପ୍ରଥମ ବିଦେଶ ମନ୍ତ୍ରୀ ଭାବେ ଜାତିସଂଘରେ ହିନ୍ଦୀ ଭାଷାରେ ଭାଷଣ ଦେଇ ଭାରତକୁ ଗୌରବାନ୍ୱିତ କରିଥିଲେ । ଏସବୁ ବାଦ ତାଙ୍କର ଖାଦ୍ୟ ପେୟ ପ୍ରତି ବିଶେଷ ସଉକ ରହିଥିଲା ।

କିଡ୍ନୀ ରୋଗରେ ସଂକ୍ରମିତ ହେବା କାରଣରୁ ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ଶେଷରେ ୨୦୧୮ ମସିହା ଅଗଷ୍ଟ ମାସ ୧୮ ତାରିଖ ଦିନ ଏହି ବିରଳ ବ୍ୟକ୍ତିତ୍ୱ ଙ୍କର ଜୀବନ ଦୀପ ଲିଭିଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.