Below header

ସମାବର୍ତ୍ତନ ଉତ୍ସବରେ ଡିଗ୍ରୀ ନେବାବେଳେ ସିଏଏକୁ ବିରୋଧ କରି ଏମିତି କଲେ ଛାତ୍ରୀ, ଦେଖନ୍ତୁ ଭିଡିଓ

କୋଲକତା: ଜାଦବପୁର ବିଶ୍ବବିଦ୍ୟାଳୟର ଏକ ଛାତ୍ରୀ କନଭୋକେସନ୍ ସମାରୋହରେ ନିଜର ଡିଗ୍ରୀ ଗ୍ରହଣ କରିବା ସମୟରେ ସଂଶୋଧନ ନାଗରିକ ଆଇନ୍ ପ୍ରତି ନିଜର ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଛାତ୍ରୀ ଜଣଙ୍କ ଏହି ବିବାଦସ୍ପଦ ଆଇନର ବିରୋଧ କରିବା ସହିତ ସିଏଏ ପେରରକୁ ଫାଡି ପ୍ରତିକ୍ରିୟା ଜଣାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ।

ନିଜକୁ କଳା ବିଭାଗ ଛାତ୍ରୀ କହୁଥିବା ଦେବସ୍ମିତା ଚୌଧୁରୀ କହିଥିଲେ କି, ସେ ସିଏଏ ର ଦସ୍ତାବିଜ୍ ଡଷ୍ଟବିନରେ ଫୋପାଡିବା ପାଇଁ ନିଷ୍ପତି ନେଲେ କାରଣ ଏହା ନାଗରିକଙ୍କୁ ନିଜ ନାଗରିକତା ସାବ୍ୟସ୍ତ କରିବାକୁ ବାଧ୍ୟ କରୁଛି । ଏହି ସମୟରେ ମଞ୍ଚରେ କୁଳପତି,ଉପକୁଳପତିଙ୍କ ସହିତ ଅନ୍ୟ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଦେଖନ୍ତୁ ଭିଡିଓ:

ଛାତ୍ରୀ ଜଣଙ୍କ କହିଥିଲେ କି, ମୁଁ ମୋ ବିଶ୍ବବିଦ୍ୟାଳୟ ପ୍ରତି କୌଣସି ପ୍ରକାରର ଅସମ୍ମାନ ପ୍ରଦର୍ଶନ କରୁନାହିଁ । ଏହି ବିଶ୍ବବିଦ୍ୟାଳୟରୁ ମତେ ଡିଗ୍ରୀ ମିଳୁଥିବାରୁ ମୁଁ ଗର୍ବିତ । କିନ୍ତୁ ମୁଁ ସିଏଏ ବିପକ୍ଷରେ ନିଜର ବିରୋଧ ପ୍ରଦର୍ଶନ ପାଇଁ ଏହି ମଞ୍ଚ କୁ ବାଛିଚି । ସେ କହିଥିଲେ କି, ତାଙ୍କର କିଛି ସାଙ୍ଗ ସିଏଏ କୁ ବିରୋଧ କରି କୁଳପତିଙ୍କ ଠାରୁ ଡିଗ୍ରୀ ନେବାକୁ ମନା କରିଦେଇଛନ୍ତି । ଏହି ଅବସରରେ ପଶ୍ଚିମବଙ୍ଗଳାର ରାଜ୍ୟପାଳ ଜଗଦିପ୍ ଧନଖଡ୍ ଙ୍କୁ ମଧ୍ୟ ବିଶ୍ବବିଦ୍ୟାଳୟରେ ପ୍ରବେଶ କରିବାକୁ ରୋକାଯାଇଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.