Below header

ଜାଣନ୍ତୁ କେଉଁ କାରଣରୁ କୋରିଆବାସୀ ଅଯୋଧ୍ୟାକୁ ନିଜର ମାତୃଭୂମି ବୋଲି ମାନିଥାନ୍ତି

ଇତିହାସରେ କୋରିଆ ଏବଂ ଅଯୋଧ୍ୟା ସମ୍ପର୍କରେ ଏପରି କିଛି ରୋଚକ ତଥ୍ୟ ଉଲ୍ଲେଖ କରାଯାଇଛି, ଯାହା ଜାଣିବା ପରେ ଆପଣାମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହାଠାରୁ ମଧ୍ୟ ଅଧିକ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଏହା ସହ ଦୁଇଶହ ଶତାଦ୍ଦୀ ପୁରୁଣା ସମ୍ବନ୍ଧ ରହିଛି। ଆମେ ସମସ୍ତେ ଜାଣିଛୁ ଅେଂଯାଧ୍ୟା ସେହି ସହର, ଯେଉଁଠାରେ ଭଗବାନ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ ଏବଂ ଏହି ସହର ଭାରତର ସମସ୍ତ ପବିତ୍ର ସହରମାନଙ୍କ ମଧ୍ୟରୁ ସ୍ୱତନ୍ତ୍ର।

ramପବିତ୍ର ସହର ଅଯୋଧ୍ୟା ପ୍ରତ୍ୟେକ ବର୍ଷ ଶହେ ଦକ୍ଷିଣ କୋରିଆ ଲୋକମାନଙ୍କୁ ସ୍ୱାଗତ କରିଥାଏ। ତେବେ କଣ ଏମାନେ ଭାରତ ଆସିପାରିବେ? ସେମାନେ ମହାନ ରାଣୀ ହେଓ ହ୍ଵାଂଗ-ଓକୋଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାକୁ ଆସିଥାନ୍ତି। ଏବେ ଆପଣମାନେ ଭାବୁଥିବେ ଅଯୋଧ୍ୟାରେ ତାଙ୍କ ରାଣୀ କଣ କରୁଥିଲେ? ଏହାସବୁ ରହସ୍ୟମୟ ଲାଗୁଥିଲେ ମଧ୍ୟ ଏହାର ସତ୍ୟତା ଆପଣଙ୍କୁ ନିଶ୍ଚୟ ଝଟକା ଦେବ।
ଅଯୋଧ୍ୟା ନଗରୀକୁ ଧରିତ୍ରୀରେ ସ୍ୱର୍ଗ କୁହାଯାଇଥାଏ। ବାସ୍ତବରେ ଏହା ହଜାର ବର୍ଷରୁ ଅସ୍ଥିତ୍ୱରେ ଥିବା ଉଲ୍ଲେଖ କରାଯାଇଛି। ଉଲ୍ଲେଖ ରହିଛି କୋରିଆର ରାଣୀ ସୁରୋ ବା ରାଜକୁମାରୀ ହେଓ ହ୍ଵାଂଗ-ଓକେ ଅଯୋଧ୍ୟା ସହର ଯାତ୍ରା କରିଥିଲେ। ସୁରୋ ଯାତ୍ରା କରିବା ସମୟରେ ଗୋଟିଏ ପଥର ନେଇଯାଉଥିଲେ, ଯାହା ବିଷୟରେ କୁହାଯାଇଛି ଯାତ୍ରା କରିବା ସମୟରେ ସେ ସମୁଦ୍ରକୁ ଶାନ୍ତ କରିଦେଉଥିଲେ। କିମ୍ବଦନ୍ତୀ ଅନୁଯାୟୀ ପଥର ସାହାଯ୍ୟରେ ସେ ନାବରେ ସୁରକ୍ଷିତ ପହଞ୍ଚିପାରୁଥିଲେ ବୋଳି ଉଲ୍ଲେଖ କରାଯାଇଛି।

ayodhaବାସ୍ତବରେ ସୁରୋ ମାତ୍ର ୧୬ ବର୍ଷ ବୟସର ହୋଇଥିବା ବେଳେ ତାଙ୍କର ବିବାହ ହୋଇଥିଲା। ଏହି ସମ୍ବନ୍ଧ କାରଣରୁ କୋରିଆରେ ୭୦ ଲକ୍ଷରୁ ଅଧିକ ଲୋକମାନେ ଅଯୋଧ୍ୟାକୁ ନିଜର ସହର ବୋଲି ମାନିଥିଲେ। କୋିଆବାସୀଙ୍କ କହିବାନୁଯାୟୀ ରାଜକୁମାରୀଙ୍କ ମା’ ଥିଲେ, ଯିଏ ୭ମ ଶତାଦ୍ଦୀରେ ବିଭିନ୍ନ କୋରିଆ ରାଜ୍ୟକୁ ଏକାଠି କରିବା ପାଇଁ ସାହାଯ୍ୟ କରିଥିଲେ।

ସୂଚନା ଅନୁଯାୟୀ ଯାତ୍ରୀମାନେ କେବଳ ବ୍ୟବସାୟ କରିବାକୁ ଆସିନଥାନ୍ତି ବରଂ ଏଠାରେ ରହିବାକୁ ମଧ୍ୟ ପସନ୍ଦ କରିଥାନ୍ତି। ପ୍ରଥମ ମହିଳା ଅଯୋଧ୍ୟାର ରାଜକୁମାରୀ ଥିଲେ, ଯିଏ ପ୍ରଥମେ କାରା ରାଜାଙ୍କୁ ବିବାହ କରିଥିଲେ। ଏବଂ ତାଙ୍କର ଭାଇ ଅଯୋଧ୍ୟାର ରାଜା ହେବା ପରେ ଏଭଳି ଆନୁବଶିଂକ ରୂପେ ପବିତ୍ର ସହର ସହ ଯୋଡି ହୋଇ ରହିଛି। କିମ୍ବଦନ୍ତୀରେ ଉଲ୍ଲେଖ ରହିଛି ରାଣୀଙ୍କ ମୃତ୍ୟୁ ୧୫୭ ବର୍ଷ ବୟସରେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.