ଭାଇରାଲ ହେଲା ଫଟୋ: ସ୍କୁଲ ଶିକ୍ଷୟିତ୍ରୀ ପାଠକୁ ଆହୁରି ମଜାଦାର କରିବା ପାଇଁ ପିନ୍ଧିଲେ ‘ମାନବ ଶରୀର ଗଠନ’ ବଡିସୁଟ୍‌, ଚକିତ ହୋଇଗଲେ ପିଲା

ଏକ ସ୍ପେନିଶ୍‌ ସ୍କୁଲର ଜଣେ ୪୩ ବର୍ଷୀୟା ଶିକ୍ଷୟିତ୍ରୀ ନିଆରା ଢଙ୍ଗରେ ଶ୍ରେଣୀ ଗୃହରେ ପଶି ପିଲାମାନଙ୍କୁ ପାଠ ପଢ଼ାଇଛନ୍ତି। ତାଙ୍କର ଏଭଳି ଶିକ୍ଷାଦାନ ଶୈଳୀ ଦେଖି ବିଭିନ୍ନ ଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି। ଶିକ୍ଷୟିତ୍ରୀ ହେଲେ ବେରୋନିକା ଡ୍ୟୁକ୍‌। ତାଙ୍କର ଶିକ୍ଷାଦାନ କ୍ଷେତ୍ରରେ ୧୫ ବର୍ଷର ଅଭିଜ୍ଞତା ରହିଛି।

ପିଲାମାନଙ୍କୁ ସହଜ ଉପାୟରେ ପାଠ ପଢ଼ାଇବା ପାଇଁ ବେରୋନିକା ଏକ ନିଆରା ଉପାୟ ଆପଣାଇଥିଲେ। ହଠାତ୍‌ ଦିନେ ସେ ଧଳା ରଙ୍ଗର କୋଟ୍‌ ପିନ୍ଧି ବାୟୋଲୋଜି କ୍ଲାସ୍‌ରେ ପ୍ରବେଶ କରିଥିଲେ। ଯେତେବେଳେ ସେ ନିଜ ହ୍ଵାଇଟ୍‌ କୋଟ୍‌ କାଢ଼ିଥିଲେ, କ୍ଲାସ୍‌ରେ ଉପସ୍ଥିତ ଛାତ୍ରମାନେ ତାଙ୍କୁ ଦେଖି ଆଶ୍ଚଯ୍ୟର୍ ହୋଇଯାଇଥିଲେ। କିଛି ଛାତ୍ର ଖୁବ୍‌ ଜୋର୍‌ରେ ତାଳି ମାରି ହସିଉଠିଥିବା ବେଳେ ଆଉ କେତେଜଣ ନିଜ ଆଖିକୁ ବନ୍ଦ କରିଦେଇଥିଲେ।

body44

ପ୍ରକୃତ କଥା ହେଲା, ବେରୋନିକା ସେଦିନ ଏକ ‘ଶରୀର ଗଠନ’ ବଡିସୁଟ୍‌ ପିନ୍ଧି ପିଲାଙ୍କୁ ପାଠ ପଢ଼ାଇବାକୁ ଯାଇଥିଲେ। ନିଜ ଛାତ୍ରମାନଙ୍କ ପାଇଁ ଜୀବ ବିଜ୍ଞାନକୁ ମଜାଦାର କରିବା ପାଇଁ ବଡିସୁଟ୍‌ ବ୍ୟବହାର କରିବାକୁ ସେ ଚିନ୍ତା କରିଥିଲେ। ପିଲାମାନେ ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ବିଷୟରେ ଯେପରି ଭଲ ଭାବେ ଅବଗତ ହୋଇପାରିବେ, ସେଥିପାଇଁ ସେ ଏଭଳି ପ୍ରୟାସ କରିଥିବା ଏକ େଓ୍ଵବ୍‌ସାଇଟ୍‌କୁ ଜଣାଇଥିଲେ।

 

body11

ତେବେ ବେରୋନିକା କ୍ଲାସ୍‌ରେ ପାଠ ପଢ଼ାଉଥିବା ବେଳେ ତାଙ୍କ ସ୍ୱାମୀ ପ୍ରବେଶ କରି ତାଙ୍କର କିଛି ଫଟୋ ଉଠାଇଥିଲେ, ଯାହାକୁ ପରେ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଟୁଇଟରରେ ଶେୟାର କରାଯାଇଥିବା ବେରୋନିକାଙ୍କ ଫଟୋକୁ ୧୩,୦୦୦ରୁ ଅଧିକ ରିଟୁଇଟ୍‌ କରାଯାଇଥିବା ବେଳେ ୬୬,୦୦୦ ଲାଇକ୍‌ ମିଳିସାରିଛି। ଏହାସହ ୟୁଜରମାନେ ବିଭିନ୍ନ ପ୍ରକାର ଟିପ୍ପଣୀ ମଧ୍ୟ ଦେଇଛନ୍ତି।

ଫଟୋ ଶେୟାର କରି ବେରୋନିକାଙ୍କ ସ୍ୱାମୀ ମାଇକ୍‌ ମୋରେଟିନୋସ୍‌ କ୍ୟାପ୍‌ସନ ଲେଖିଥିଲେ, ‘ବେରୋନିକାଙ୍କୁ ସ୍ତ୍ରୀ ରୂପରେ ପାଇଁ ମୁଁ ବହୁତ ଭାଗ୍ୟଶାଳୀ। ସେ ମାନବ ଶରୀର ବିଷୟରେ ପିଲାମାନଙ୍କୁ ଯେଭଳି ଉପାୟରେ ବୁଝାଇଛନ୍ତି, ତାହା ଖୁବ୍‌ ପ୍ରଶଂସନୀୟ। ପିଲାମାନେ ବି ତାଙ୍କୁ ଦେଖି କ୍ରେଜି ହୋଇଯାଇଥିଲେ।’।


ତେବେ ବେରୋନିକା କହିଥିଲେ, ‘ଅନ୍‌ଲାଇନ୍‌ ବିଜ୍ଞାପନ ଦେଖିବା ପରେ ତାଙ୍କୁ ମଉକା ମିଳିଥିଲା ଆଉ ସେ ବଡିସୁଟ୍‌ କିଣିବା ପାଇଁ ନିଷ୍ପତ୍ତି ନେଇଥିଲେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.