କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର! ମହଙ୍ଗା ଭତ୍ତା ବଢ଼ାଇଲେ ସରକାର; ମିଳିବ ଏତେ ମାସର ଏରିଅର

କେନ୍ଦ୍ର କ୍ୟାବିନେଟ୍‌ର ବୁଧବାର ବୈଠକରେ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ଉପରେ ବଡ଼ ନିର୍ଣ୍ଣୟ ନିଆଯାଇଛି। ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ାଇବା ଉପରେ କ୍ୟାବିନେଟ୍‌ ମୋହର ମାରିଛି। ବର୍ତ୍ତମାନର ମହଙ୍ଗା ଭତ୍ତା ୩୪ ପ୍ରତିଶତ ଥିବାବେଳେ ଏବେ ତାହାକୁ ୪ ପ୍ରତିଶତ ବଢ଼ାଯାଇ ୩୮ ପ୍ରତିଶତ କରି ଦିଆଯାଇଛି। ସରକାରଙ୍କର ଏହି ନିର୍ଣ୍ଣୟ ଦ୍ୱାରା ବର୍ତ୍ତମାନ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ ୬୨ ଲକ୍ଷ ପେନସନଧାରୀଙ୍କୁ ସିଧା ଫାଇଦା ମିଳିବ।

୧ ଜୁଲାଇଠାରୁ ଲାଗୁ

ସରକାରଙ୍କ ତରଫରୁ ଡିଏରେ କରାଯାଇଥିବା ବୃଦ୍ଧି ୧ ଜୁଲାଇ ୨୦୨୨ଠାରୁ ଲାଗୁ ହେବ। ଏଥି ପୂର୍ବରୁ ସରକାର ମାର୍ଚ୍ଚ ୨୦୨୨ରେ ଜାନୁଆରୀରୁ ଡିଏ ବୃଦ୍ଧି ଘୋଷଣା କରିଥିଲେ। ସେହି ସମୟରେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୩୧ ପ୍ରତିଶତରୁ ବଢ଼ାଇ ୩୪ ପ୍ରତିଶତ କରାଯାଇଥିଲା। ଏବେ ଏହା ପୁଣିଥରେ ବୃଦ୍ଧି ପାଇ ୩୮ ପ୍ରତିଶତ ହୋଇଛି। ଏହି ହିସାବରେ କର୍ମଚାରୀମାନଙ୍କୁ ସେପ୍ଟେମ୍ବର ମାସ ଦରମାରେ ୨ ମାସର ଏରିଅର ମିଳିବ।

ଆପଣଙ୍କୁ କହି ରଖୁଛୁ, କେନ୍ଦ୍ର ସରକାର ଲକ୍ଷ ଲକ୍ଷ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ AICPI-IW (All India Consumer Price Index- Industrial Worker) ଇଣ୍ଡେକ୍ସର ତଥ୍ୟକୁ ଆଧାର ମାନି ଥାଆନ୍ତି। AICPI-IWର ପ୍ରଥମ ଛଅ ମାସର ତଥ୍ୟ ଆଧାରରେ ହିଁ ଜୁଲାଇର ଡିଏ ଘୋଷଣା କରାଯାଇଥିଲା। ଜୁନ୍‌ରେ ଇଣ୍ଡେକ୍ସ ବଢ଼ି ୧୨୯.୨ରେ ପହଞ୍ଚିବା ଦ୍ୱାରା ଡିଏ ୪ ପ୍ରତିଶତ ବୃଦ୍ଧି ହେବାର ରାସ୍ତା ସଫା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.