ହାର୍ଲି ଡେଭିଡସନ ଆଣୁଛି 350ccର ନୂଆ ବାଇକ, ରୟାଲ ଏନଫିଲ୍ଡ କ୍ଲାସିକକୁ ଦେଇପାରେ ଟକ୍କର

ଆଜିର ଦୁନିଆରେ ବାଇକପ୍ରେମୀଙ୍କ ସଂଖ୍ୟା ଅଧିକ ବଢ଼ିଲାଣି। ଆଜିର ଯୁବପିଢ଼ୀ ନୂଆ ନୂଆ ଷ୍ଟାଇଲିଷ୍ଟ ଗାଡି ଧରିବାକୁ ବହୁତ ପସନ୍ଦ କରୁଛନ୍ତି। ତେବେ କିଛି ଖାସ୍‌ ବାଇକ ମଧ୍ୟରୁ କିଛି ବାଇକ ଏମିତି ରହିଛି ଯାହାକୁ ଯୁବବର୍ଗ ଅଧିକ ପସନ୍ଦ କରନ୍ତି। ତେବେ ଏହି ବାଇକ ମଧ୍ୟରୁ ଗୋଟିଏ ହେଉଛି ହାର୍ଲି ଡେଭିଡସନ। ଯାହା ଏବେର ଯୁବବର୍ଗଙ୍କ ଅତି ପ୍ରିୟ ହୋଇପାରିଛି। କେବଳ ଯୁବବର୍ଗ ନୁହଁନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବୋବଡେ ମଧ୍ୟ ମର୍ଣ୍ଣିଂ ଓ୍ଵାକ ଯିବା ବାଟରେ ଏହି ବାଇକକୁ ଦେଖି ଅଟକି ଯାଇଥିଲେ। ଆଉ ତା ଉପରେ ବସି ଫଟୋ ମଧ୍ୟ ଉଠାଇଥିଲେ।

bikeତେବେ ଆମେରିକାନ କାର ନିର୍ମାତା କମ୍ପାନୀ ହାର୍ଲି ଡେଭିଡସନ ନିଜର ନୂଆ ୩୫୦ ସିସି ଇଞ୍ଜିନର ବାଇକକୁ ନେଇ କାମ କରୁଛି। ମିଳିଥିବା ସୂଚନା ଅନୁଯାୟୀ ଏହି ବାଇକକୁ ପାରାଲଲ-ଟ୍ଵିନ ଇଞ୍ଜିନ ସହିତ ୨୦୨୧ କ୍ରିସମାସ ପାଖାପାଖି ଲଞ୍ଚ କରାଯିବ। କମ୍ପାନୀ ଏହି ବାଇକର ରିଡରିଙ୍ଗ ଇମେଜ୍‌ ଉପସ୍ଥାପନା କରିଛି। ତାହେଲେ ଆସନ୍ତୁ ଜାଣିବା ହାର୍ଲି ଡେଭିଡସନର ଏହି ନୂଆ ବାଇକର ଦାମ, ଫିଚର୍ସ ଏବଂ ଖାସିୟତ।

350ccଦାମ : ୩ ଲକ୍ଷରୁ ସାଢ଼େ ୩ ଲକ୍ଷ ଭିତରେ ହୋଇପାରେ।

ଫିଚର୍ସ : ଅଣ୍ଡର ବେଲି ଏନଗେଜମେଣ୍ଟ ସିଷ୍ଟମ ବ୍ୟବହାର କରାଯାଇଛି। ୩୫୩ ସିସି ପେରଲଲ-ଟ୍ଵିନ-ଇଞ୍ଜିନ ଦିଆଯାଇଛି ଯାହା ୩୫.୫ ବିଏଚପି ପାଓ୍ଵାର ପ୍ରଦାନ କରିବ।

ସ୍ପେସିଫିକେସନ୍ସ : ଏହି ନୂଆ ବାଇକର ଫ୍ରେମ, ସ୍ୱିଙ୍ଗଆର୍ମସ, ଡିସ୍କ ବ୍ରେକ ରୋଟର୍ସ ଏବଂ ଏହାର ସସପେନସନ ବେନେଲୀ ଟିଏନଟୀ ୩୦୦ରୁ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.