୧୦ ଲକ୍ଷ ଟଙ୍କା ଭିତରେ ମାର୍କେଟରୁ କିଣନ୍ତୁ ଏହି ପାଞ୍ଚଟି ଦମଦାର୍‌ କାର୍‌

ଯୁଗ ବଦଳିଛି, ତାସହିତ ଲୋକଙ୍କ ପସନ୍ଦ ମଧ୍ୟ ବଦଳିଛି। ଆଉ ଖାସ୍‌ ସେଇଥିପାଇଁ ତ ଏବେ ରାସ୍ତାରେ ଅଧିକ ଗଡୁଛି କାର। ଲୋକମାନେ ଏବେ ପର୍ସନାଲ ଭେଇକିଲ ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି। ଦେଶର ଲୋକମାନଙ୍କର ଆର୍ଥିକ ସ୍ୱଚ୍ଛଳ ଯେତେ ବଢ଼ୁଛି କାର ପ୍ରତି ରୂଚି ବି ବଢ଼ି ବଢ଼ି ଚାଲିଛି। ଭାରତୀୟ ଏବେ ବହୁତ ଛୋଟ କାର ଠାରୁ ନେଇ ମିଡ୍‌ ସ୍ମଲ କିମ୍ବା ମିଡ୍‌ ସେଗମେଣ୍ଟର କାରକୁ ବହୁତ ଅଧିକ ପସନ୍ଦ କରୁଛନ୍ତି। ତେବେ ଆପଣଙ୍କ ଏହି ପସନ୍ଦକୁ ନଜରରେ ରଖି ଆମେ ଆଜି ଆପଣଙ୍କ ପାଇଁ ଆଣିଛୁ ପାଞ୍ଚଟି ଦମଦାର କାର, ଯାହାର ଦାମ ୧୦ ଲକ୍ଷ ଭିତରେ। ତାସହିତ ଲୁକ ଆଉ ପାଓ୍ଵାରରେ ବି ଏହି କାର ଏକଦମ୍‌ ଜବରଦସ୍ତ।

ମାରୁତି ସୁଜୁକି ସ୍ୱିଫ୍ଟ :

ମାରୁତି ଦେଶର ସବୁଠାରୁ ବଡ କାର ନିର୍ମାଣକାରୀ କମ୍ପାନୀ। ଏହା ସେଫ୍ଟି ପାଇଁ ବହୁତ ପସନ୍ଦ କରାଯାଉଥିବା କାର। ଏହାର ମାଇଲେଜ୍‌ ୨୩ କିଲୋମିଟର ପ୍ରତି ଲିଟର ରହିଛି। ଏହା ଉଭୟ ଅଟୋମେଟିକ ଏବଂ ମାନୁଆଲ ଭାରିଏଣ୍ଟରେ ଉପଲବ୍ଧ। ଏହାର ଦାମ୍‌ ୫.୯୨ ରୁ ୮.୮୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ମାରୁତି ସୁଜୁକି ସ୍ୱିଫ୍ଟର ଇଞ୍ଜିନ ରହିଛି ୮୮ ବିଏଚପି।

ମାରୁତି ସୁଜୁକି ଭିତାରା ବ୍ରିଜା :

ମାରୁତିର ଏହି କାର ଏକ ୫ ସିଟର ଏସୟୁଭି। ଏହାର ମାଇଲେଜ୍‌ ୧୮ କିଲୋମିଟର ପ୍ରତି ଲିଟର ରହିଛି। ଏହାର ଦାମ୍‌ ୭.୮୪ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ। ଏହାସହ ଏଥିରେ ଆପଣଙ୍କୁ ୯ଟି ଅଲଗା ଅଲଗା କଲର ଏବଂ ୬ ଭାରିଏଣ୍ଟ ମଧ୍ୟ ମିଳିଥାଏ। ଏଥିରେ ୧୦୩ ବିଏଚପିର ଇଞ୍ଜିନ ଦିଆଯାଇଛି।

CAR HYUNDAIହ୍ୟୁଣ୍ଡାଇ i20 :

ଏହି ଲିଷ୍ଟରେ ସାମିଲ ଥିବା ଏହି କାର ସମ୍ପୂର୍ଣ୍ଣ ଭାବେ ବିଦେଶୀ କମ୍ପାନୀ। ଆଇ୨୦ର ଡିଜାଇନ୍‌ ବହୁତ ଷ୍ଟାଇଲିସ। ଏଥିରେ ଆପଣଙ୍କୁ ୨୦ଟି ଭାରିଏଣ୍ଟ ମିଳିଥାଏ। ଏଥିରେ ୧୧୮ ବିଏଚପି ଇଞ୍ଜିନ ରହିଛି। ଏହା ୨୫ କିଲୋମିଟର ପ୍ରତି ଲିଟର ମାଇଲେଜ୍‌ ଦେଇଥାଏ। ଏହାର ଦାମ୍‌ ୭.୦୩ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ।

ଟାଟା ନେକ୍ସନ୍‌ :

ଟାଟା ଏକ ଭାରତୀୟ ନିର୍ମାଣକାରୀ କମ୍ପାନୀ ଯାହା ବେଶ୍‌ ପପୁଲାର। ଟାଟା ନେକ୍ସନରେ ୫ଟି ଭାରିଏଣ୍ଟ ରହିଛି। ଏହା ଉଭୟ ଅଟୋମେଟିକ ଏବଂ ମାନୁଆଲରେ ଉପଲବ୍ଧ। ଡିଜେଲ ଏବଂ ପେଟ୍ରୋଲ ବ୍ୟତୀତ ଏଥିରେ ଆପଣଙ୍କୁ ଇଲେକଟ୍ରିକର ବି ଅପ୍ସନ ମିଳୁଛି। ଏହାର ଦାମ ବିଷୟରେ ଯଦି କହିବା ତାହେଲେ ଏହା ୭.୫୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ।

ଟାଟା ପଞ୍ଚ୍‌ :

ଟାଟା ପଞ୍ଚ୍‌ ଏକ ମିନି SUV। ଏହା ୧୮ ଭାରିୟଣ୍ଟସ୍‌ ରେ ଉପଲବ୍ଧ ରହିଛି। ଏହାର ମାଇଲେଜ୍‌ ୧୮ କିଲୋମିଟର ପ୍ରତି ଲିଟର ରହିଛି। ଆଉ ଏହାର ଦାମ୍‌ ବିଷୟରେ ଯଦି କହିବା ତାହେଲେ ୫.୮୩ ଲକ୍ଷ ଟଙ୍କାରୁ ୯.୪୯ ଲକ୍ଷ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.