ଇଣ୍ଟରନେଟରେ ଭାଇରଲ ହେଉଛି ଭାରତର ପ୍ରଥମ ମେଟା ଇନଫ୍ଲୁଏନ୍ସର Kyra ର ଫଟୋ ଓ ଭିଡ଼ିଓ, ଲୋକେ ଜାଣି ପାରୁନାହାନ୍ତି ଏହା ରୋବୋଟ ନା ମଣିଷ
ଏଇ ନିକଟରେ ଇଣ୍ଟରନେଟରେ ଅନେକ ଭରଚୁଆଲ ଅବତାର ଭାଇରଲ ହେବାରେ ଲାଗିଛି । ଏହି ଭର୍ତ୍ତୃଆଲ ଅବତାର ଗୁଡିକ ମଣିଷ ଚେହେରା ସହିତ ଅବିକଳ ଭାବେ ଏମିତି ମିଶିଯାଉଛିଯେ ସେ ପ୍ରକୃତରେ ମଣିଷ କି ମଣିଷର ନକଲ ତାହା ସହଜରେ ଠାବ କରିହେଉନାହିଁ । ଏମାନେ ଅଧିକାଂଶ ସମୟରେ ମେଟା ଇନଫ୍ଲୁଏନସର ଭାବେ କାର୍ଯ୍ୟ କରୁଛନ୍ତି । ବିଶ୍ୱର ଅନ୍ୟାନ ଦେଶ ଏକ୍ଷେତ୍ରରେ ଖୁବ ଆଗେଇ ଯାଇଥିବାବେଳେ ଏବେ ଏହି ଲିଷ୍ଟରେ ନିଜକୁ ସାମିଲ କରିଛି ଭାରତ । ଭାରତ ଦ୍ୱାରା ପ୍ରସ୍ତୁତ ଏହି ଭରଚୁଆଲ ଇନଫ୍ଲୁଏନସରଙ୍କର ନାଁ Kyra ରଖାଯାଇଛି । ତାଙ୍କୁ ନିର୍ମାଣ କରିଥିବା ବୈଜ୍ଞାନିକଙ୍କ କହିବା ଅନୁଯାୟୀ Kyraର ବୟସ ଏବେ ୨୧ ବର୍ଷ । ସେ ଇନ୍ଷ୍ଟଗ୍ରାମରେ ଛାୟୀ ଯାଇଥିବାବେଳେ ତାର ପାଖାପାଖି ୧ ଲକ୍ଷ ଫଲୋଅର୍ଶ ଅଛନ୍ତି । Kyraକୁ ନିର୍ମାଣ କରିଛନ୍ତି TopSocial India ନାମକ ଏକ କମ୍ପାନୀ । ଯାହାକି ଏକ ଇନଫ୍ଲୁଏନସର ମାର୍କେଟିଙ୍ଗ ପ୍ଲାଟ୍ଫର୍ମ । ଏହାକୁ ହିମାଂଶୁ ଗୋଏଲ ନାମକ ଜଣେ ବ୍ୟକ୍ତି ନିର୍ମାଣ କରିଥିବାବେଳେ ଏହାକୁ ଗତ ଜାନୁଆରୀ ମାସରେ ଲଞ୍ଚ କରାଯାଇଛି । କହିରଖିବା ଉଚିତ ହେଵକି ଶ୍ରୀ ଗୋଏଲ ବର୍ତ୍ତମାନ ସମୟରେ TopSocial Indiaରେ ଜଣେ ବିଜନେସ ହେଡ଼ ଭାବେ କାର୍ଯ୍ୟରତ ଅଛନ୍ତି ।
View this post on Instagram
ସୋସିଆଲ ମିଡିଆରେ ଏହି ଭରଚୁଆଲ ଇନ୍ଫ୍ଲଏନ୍ସରଙ୍କୁ ଯୋଗ କରୁଥିବା ସମୟରେ, ବିଚରେ ବୁଲୁଥିବା ସମୟରେ ଅଥବା କୌଣସି ଐତିହାସିକ ସ୍ଥଳୀରେ ପୋଜ ଦେଉଥିବାର ଦେଖାଯାଇଛି । ଏହା ସହ ସେ ଜଣେ ଫ୍ୟାସନ ସୁଟ ଭାବେ କାର୍ଯ୍ୟ କରିଛନ୍ତି । ଶ୍ରୀ ଗୋଏଲଙ୍କ ଲିଙ୍କଡ଼ିନ ପୋଷ୍ଟଗୁଡିକୁ ଦେଖିଲେ ମନେ ହେଉଛି ଯେ କାଇରା ମେଟାଭର୍ସ ଫ୍ୟାସନ ସପ୍ତାହରେ ମଧ୍ୟ ଭାଗ ନେଇସରିଲା । ଏହା ସହ ସେ ବିଶ୍ୱର ଅନ୍ୟାନ ମେଟା ଇନ୍ଫ୍ଲଏନ୍ସର ଇଷ୍ଟି ଲାଉଡ଼ର,ଟମି ହ୍ୱିଲଫିଗର, ଡୋଳତ୍ସ, ଡ଼ ଲକଙ୍କ ସଂପର୍ଶରେ ମଧ୍ୟ ଆସିଛନ୍ତି । Kyraଙ୍କୁ ନେଇ କିଛି ମଜାଦାର ଭିଡିଓ ବି ଭାଇରଲ ହେଉଛି ।
ଅତ୍ୟାଧିକ ଗ୍ରାମରୁ କିଛିଟା ତ୍ରାହି ପାଇବା ପାଇଁ କାଇରାଙ୍କ ବୀଚରେ ଖେଳୁଥିବା ଅବସ୍ଥାର ଦୃଶ୍ୟ, ଜୟପୁରସ୍ଥିତ ହାୱା ମହଲରେ ଫୋଟୋ ଉଠାଇଥିବାର ଦୃଶ୍ୟ ଇଣ୍ଟରନେଟ ୟୁଜର ମାନଙ୍କୁ ଆକୃଷ୍ଟ କରିଛି । ଅନେକେ ତ ଚିନ୍ହି ପାରୁନାହାନ୍ତି Kyra ପ୍ରକୁତରେ ବାସ୍ତବ ନା ଅବାସ୍ତବ । ଯେତେବେଳେ ଅନ୍ୟ କିଛି ଜଣ କମେନ୍ଟ ଦେଇ କହିଛନ୍ତିକି ଏହି ମେଟା ଇନଫ୍ଲୁଏନସରଙ୍କର କିଛିଟା ଉନ୍ନତି ଆଣିବା ଆବଶ୍ୟକ ।