ପାକିସ୍ତାନରେ ସୁରକ୍ଷିତ ନୁହଁନ୍ତି ମହିଳା: ସରକାରୀ କ୍ୱାର୍ଟରରେ ୟୁନିସେଫ୍‌ ଅଧିକାରୀଙ୍କୁ ଦୁଷ୍କର୍ମ କଲେ ବ୍ୟକ୍ତିଗତ ସୁରକ୍ଷା ଗାର୍ଡ

ଇସଲାମାବାଦ: ପାକିସ୍ତାନରେ ମହିଳାଙ୍କୁ ଦୁଷ୍କର୍ମ ଓ ଅତ୍ୟାଚାରର ମାମଲା ଲଗାତାର ବଢ଼ି ଚାଲିଛି। ରାଜଧାନୀ ଇସ୍‌ଲାମାବାଦରେ ମଧ୍ୟ ମହିଳାମାନେ ସୁରକ୍ଷିତ ନୁହଁନ୍ତି। ଏବେ ପାକିସ୍ତାନରୁ ଏକ ଛାତି ଥରା ତଥା ଅବିଶ୍ୱସନୀୟ ଖବର ସାମ୍ନାକୁ ଆସିଛି। ଯାହାକୁ ପଢ଼ିବା ପରେ ଆପଣ ବି କହିବେ ଏଠାରେ ରକ୍ଷକ ସାଜିଛି ଭକ୍ଷକ। ଏଠାରେ ସଂଯୁକ୍ତ ରାଜ୍ୟ ବାଳ କୋଷ (ୟୁନିସେଫ୍‌)ର ଜଣେ ଅଧିକାରୀଙ୍କୁ ତାଙ୍କର ହିଁ ସୁରକ୍ଷା ଗାର୍ଡ ଦୁଷ୍କର୍ମ କରିଥିବା ନେଇ ଏକ ମାମଲା ସାମ୍ନା ଆସିଛି। ଏଥିରୁ ଜଣାପଡ଼ୁଛି ଯେ ମହିଳାମାନେ ସେଠାରେ କେତେ ସୁରକ୍ଷିତ ଅଛନ୍ତି।

ରିପୋର୍ଟ ମୁତାବକ, ଇସ୍‌ଲାମାବାଦରେ କାର୍ଯ୍ୟରତ ୟୁନିସେଫ୍‌ ଅଧିକାରୀଙ୍କ ସହ ତାଙ୍କ ଘରେ ମୁତୟନ ଥିବା ଜଣେ ସୁରକ୍ଷା ଗାର୍ଡ ଦୁଷ୍କର୍ମ କରିଛନ୍ତି। ଅଧିକାରୀ ଜଣକ ଆବାପାରା ପୋଲିସ ଷ୍ଟେସନ୍‌ରେ ଅଭିଯୁକ୍ତ ଗାର୍ଡଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ପୀଡ଼ିତା ୧୦ ଜାନୁଆରୀରୁ ପାକିସ୍ତାନରେ କାମ କରୁଛନ୍ତି। ସୂଚନା ମୁତାବକ, ଏଫ୍‌ଆଇଆରରେ କୁହାଯାଇଛି ଯେ ଗାର୍ଡ ତାଙ୍କ ବେଡରୁମ୍‌ରେ ପଶି ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲା। ତା’ ପରେ ତାଙ୍କ ତଣ୍ଟି ଚିପିବାକୁ ଚେଷ୍ଟା କରିଥିଲା। ଏହି ଗାର୍ଡ ୟୁନିସେଫ୍‌ ଅଧିକାରୀଙ୍କ ଘରେ ମାର୍ଚ୍ଚ ୧୧ର ମୁତୟନ ଥିଲା। ଘଟଣା ପରେ ସେ ସେଠାରୁ ଫେରାର ହୋଇଯାଇଛି। ପୋଲିସ ଏବେ ତାକୁ ଖୋଜୁଥିବା କହିଛି।

ତେବେ ନିକଟରେ କହୁଟାରେ ମଧ୍ୟ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଏ ନେଇ ପୀଡ଼ିତାଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅ ମଙ୍ଗଳବାର ରାତିଠାରୁ ନିରୁଦ୍ଦିଷ୍ଟ ଥିଲେ। ତାଙ୍କୁ କିଛି ଦୁର୍ବୃତ୍ତ ଏକ ନିର୍ମାଣାଧୀନ ଘରକୁ ନେଇ ସେଠାରେ ବଳାତ୍କାର କରିଥିଲେ। ପୋଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।

Also Read: ୧୨ ବର୍ଷର ପିଲାକୁ ହତ୍ୟା ଅଭିଯୋଗରେ ଗାଈ ଗିରଫ, ଭୋଗିବ ୩ ବର୍ଷର ଜେଲ ଦଣ୍ଡ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.