Below header

ଗ୍ରାହକଙ୍କ ବ୍ୟକ୍ତିଗତ ଡାଟା ଫେସବୁକକୁ ପହଞ୍ଚାଇଥାଏ ଏହି ଆପ୍, ଆପଣଙ୍କ ମୋବାଇଲରେ ନାହିଁ ତ ?

ନୂଆଦିଲ୍ଲୀ : ଫେସବୁକ ଉପରେ ଅନେକ ଥର ଗ୍ରାହକଙ୍କ ଡାଟା ଚୋରୀ କରିବା ଆରୋପ ଲାଗିସାରିଛି। କିନ୍ତୁ ସବୁଥର ସିଧାସଳଖ ଆପଣଙ୍କ ଡାଟା ଫେସବୁକ୍ ଚୋରୀ କରିଥାଏ ତାହା ସମ୍ଭବପର ନୁହଁ। ଏମିତିରେ ଆପଣ ଆପଣଙ୍କ ମୋବାଇଲରେ ଏପରି କିଛି ଆପ୍ସ ବ୍ୟବହାର କରାଯାଇଥାଏ, ଯାହା ଫଳରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟା ସିଧାସଳଖ ଫେସବୁକ ନିକଟରେ ପହଞ୍ଚିଥାଏ।

app

ଦ ୱାର୍ଲ୍ଡ ଷ୍ଟ୍ରିଟ ଜର୍ନାଲର ଏକ ରିପୋର୍ଟରେ ଏପରି ୧୧ ଟି ଆପକୁ ଚିହ୍ନଟ କରିଛି ଯାହା ଦ୍ବାରା ବ୍ୟକ୍ତିଗତ ତଥ୍ୟ ଚୋରି କରିବା ଅରୋପ ଲାଗିଛି। ରିପୋର୍ଟରେ ୬ଟି ଆପ୍ ବିଷୟରେ କୁହାଯାଇଥିବା ବେଳେ ଆଉ ୬ଟି ଆପ ବିଷୟରେ ଲୁକାୟିତ ରଖିଛନ୍ତି। ଏହି ଆପ ଗୁଡିକ ଦ୍ବାରା ଗ୍ରାହକଙ୍କ ସେନସିଟିଭ୍ ଡାଟା ଫେସବୁକ ଯାଏଁ ପହଞ୍ଚୁଥିବା ଜଣାପଡ଼ିଛି।

ଆସନ୍ତୁ ଜାଣିବା କେଉଁ ଆପ କରୁଛି ଡାଟା ଚୋରୀ :

Flo Period & Ovulation Tracker: ଏହି ଆପ ଗ୍ରାହକଙ୍କୁ ମାସିକଧର୍ମ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିଥାଏ।

Realtor.com: ଏହି ରିୟଲ ଏଷିଷ୍ଟ ଆପ ଗ୍ରାହକଙ୍କୁ ଲୋକେସନ୍ ଏବଂ ଲିଷ୍ଟିଗଂ ପ୍ରାଇସ ବିଷୟରେ ଡାଟା ପ୍ରଦାନ କରିଥାଏ।

ନିଶ୍ଚିତ ପଢ଼ନ୍ତୁ: ଏବେ କ୍ୟୁଆର କୋଡ୍ ସାହାଯ୍ୟରେ କିଛି ସେକେଣ୍ଡ ମଧ୍ୟରେ ଜାଣି ପାରିବେ ଆପଣ ଖାଉଥିବା ଔଷଧ ଅସଲି ନା ନକଲି !

BetterMe: ଏହା ଏକ ଫିଟନେସ ଆପ୍। ଗ୍ରାହକଙ୍କୁ ଓଜନ କମ କରିବା ନେଇ ବିଭିନ୍ନ ତଥ୍ୟ ପ୍ରଦାନ କରିଥାଏ। ଏହି ଆପ ଗ୍ରାହକଙ୍କ ଓଜନ, ବୟସ ଏବଂ ଉଚ୍ଚତା ଆଦି ବିଷୟରେ ଫେସବୁକରେ ଶେୟାର କରିଥାଏ।

Breethe: ଏହା ଏକ ମେଡିଟେସନ ଆପ୍। ଏହା ଦ୍ବାରା ଗ୍ରାହକଙ୍କ ଠିକଣା ଏବଂ ବ୍ୟକ୍ତିଗତ ତଥ୍ୟ ଫେସବୁକ୍ ଯାଏଁ ପହଞ୍ଚିଥାଏ।

Instant Heart Rate/HR Monitor: ଏହି ଆପ ଗ୍ରାହକଙ୍କୁ ସ୍ବାସ୍ଥ୍ୟା ସମ୍ବନ୍ଧୀୟ ସମସ୍ତ ସୂଚନା ଫେସବୁକକୁ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.