ଶ୍ରୀଦେବୀଙ୍କୁ ମନେ ପକାଇ ଇମୋସନାଲ ହେଲେ ଝିଅ ଜାହ୍ନବୀ, ଶେୟାର କଲେ ମନ ଜିଣିନେବା ଭଳି ଫଟୋ

ମୁମ୍ବାଇ : ଶ୍ରୀଦେବୀଙ୍କ ମୃତ୍ୟୁକୁ ଆଜି ସଂପୂର୍ଣ୍ଣ ଏକ ବର୍ଷ ପୂରଣ ହେଲା। ଗତବର୍ଷ ଅର୍ଥାତ୍ ୨୦୧୮ ମସିହା ଫେବ୍ରୁଆରୀ ୨୪ରେ ତାଙ୍କର ବାଥଟବରେ ବୁଡ଼ିବା କାରଣରୁ ମୃତ୍ୟୁ ହୋଇଥିଲା। ଶ୍ରୀଦେବୀଙ୍କ ମୃତ୍ୟୁ ତାଙ୍କ ପରିବାର ସହ ସାରା ବଲିଉଡ଼ ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ଼ ଝଟକା ଥିଲା। ଆଜି ତାଙ୍କର ପୁଣ୍ୟତିଥିରେ ଝିଅ ଜାହ୍ନବୀ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଶେୟାର କରିବା ସହ ଏକ ଇମୋସନାଲ ପୋଷ୍ଟ ଲେଖିଛନ୍ତି।

sridevi_janhvi

ଜାହ୍ନବୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ସେ ତାଙ୍କ ମାଙ୍କ ହାତ ଧରିଥିବା ନଜର ଆସିଛନ୍ତି। ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ମୋ ମନ ସବୁବେଳେ ଦୁଃଖି ରହିବ। କିନ୍ତୁ ତାହା ପରେ ମଧ୍ୟ ମୁଁ ଖୁସି ରହିବି। କାରଣ ମୋ ମନ ମଧ୍ୟରେ ତମେ ସବୁବେଳେ ରହୁଛ।

 

View this post on Instagram

 

My heart will always be heavy. But I’ll always be smiling because it has you in it.

A post shared by Janhvi Kapoor (@janhvikapoor) on

ଆପଣଙ୍କୁ ଜଣାଇବାକୁ ଚାହିଁବୁ, ଶ୍ରୀଦେବୀଙ୍କ ଦେହାନ୍ତ ସମୟରେ ଜାହ୍ନବୀ ତାଙ୍କ ପାଖରେ ନଥିଲେ। ସେହି ସମୟରେ ସେ ତାଙ୍କର ଡେବ୍ୟୁ ଫିଲ୍ମ ଧଡକର ସୁଟିଂରେ ବ୍ୟସ୍ତ ରହିଥିଲେ। ଶ୍ରୀଦେବୀଙ୍କ ଦେହାନ୍ତ ଦୁବାଇରେ ଏକ ବିବାହରେ ସାମିଲ ହେବା ସମୟରେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.