Below header

କମ୍‌ ମୂଲ୍ୟରେ ଭଲ ବାଇକ୍‌ କିଣିବାକୁ ଚାହୁଁଛନ୍ତି ! ଏହା ହେଉଛି ୪ଟି ସବୁଠାରୁ ଶସ୍ତା ବାଇକ, ଦାମ ମାତ୍ର ୩୨ହଜାରରୁ ଆରମ୍ଭ

ଭାରତରେ ଅନେକ ବାଇକର ଅପସନ ମହଜୁଦ ଅଛି। ଭାରତରେ ମହଙ୍ଗା ବାଇକ ଠାରୁ ଆରମ୍ଭ କରି ଶସ୍ତା ବାଇକ ପର୍ଯ୍ୟନ୍ତ ସବୁ ପ୍ରକାରର ଅପସନ ମହଜୁଦ ରହିଛି। କିନ୍ତୁ ଅଧିକାଂଶ ଭାରତୀୟ ଭଲ ମାଇଲେଜ୍‌ ଦେଉଥିବା ଶସ୍ତା ବାଇକ କିଣିବାକୁ ପସନ୍ଦ କରୁଛନ୍ତି। ଏଥିରେ ଆମେ ଆପଣଙ୍କୁ ୪ଟି ଏମିତି ବାଇକ୍‌ ବିଷୟରେ ଜଣାଇବୁ ଯାହାର ଦାମ ୩୬ହଜାରରୁ ଆରମ୍ଭ ହେଉଛି।

ଟିଭିଏସ୍‌ ସ୍ପୋର୍ଟ

ଟିଭିଏସର ଏହି ବାଇକ ମାଇଲେଜ ମାମଲାରେ ସବୁଠାରୁ ଆଗରେ ରହିଛି। ଏହି ବାଇକରେ ୧୦୦ସିସିର ଇଞ୍ଜିନ ରହିଛି ଯାହା ୭.୮ ପିଏସ ପାଓ୍ଵାର ଏବଂ ୭.୮ ଏନଏସର ଟ୍ରାକ ଜେନେରେଟ୍‌ କରିଥାଏ। ଏହି ବାଇକ୍‌ ପ୍ରତି ଲିଟରରେ ୯୫ କିମିର ମାଇଲେଜ୍‌ ଦେଇଥାଏ। ଏହି ବାଇକର ଏକ୍ସ ଶୋରୁମର ମୂଲ୍ୟ ପାଖାପାଖି ୩୬,୮୮୦ ଟଙ୍କା।

cdହୋଣ୍ଡା ସିଡି ୧୧୦

ଏହି ବାଇକର ଏକ୍ସ ଶୋରୁମର ଦାମ ପ୍ରାୟ ୪୪,୫୨୫ ଟଙ୍କା। ହୋଣ୍ଡାର ଏହି ବାଇକ ଡିଜାଇନରେ ଉତ୍ତମ ହେବା ସହିତ ବହୁତ କମ୍ପଫରଟେବୁଲ ମଧ୍ୟ । ଏହି ବାଇକରେ ୧୧୦ ସିସିର ଇଞ୍ଜିନ ରହିଛି ଯାହା ୮.୬୩ ବିଏଲଚପି ପାଓ୍ଵାର ଏବଂ ୮.୨୫ ଏନଏମର ଟାର୍କ ଜେନେରେଟ କରିଥାଏ। ଏହି ବାଇକ ପ୍ରତି ଲିଟରରେ ୭୪ କିମି ମାଇଲେଜ୍‌ ଦେଇଥାଏ। ଏହି ବାଇକର ଏକ୍ସ ଶୋରୁମ ଦାମ୍‌ ପ୍ରାୟ ୪୪,୫୨୫ ଟଙ୍କା।

ଏହାସହ ପଢନ୍ତୁ : ସେପ୍ଟେମ୍ବର ପହିଲାରୁ ଏହି ସବୁ ଜିନିଷ ହୋଇଯାଉଛି ଶସ୍ତା, ଜାଣନ୍ତୁ କଣ କଣ?

ବଜାଜ୍‌ ପ୍ଲାଟିନା

platinaବଜାଜ ପ୍ଲାଟିନା ସମୟ ସହିତ ପରିବର୍ତ୍ତନ ହେଉଛି। ଏହି ବାଇକରେ ୧୦୨ ସିସିର ଇଞ୍ଜିନ ରହିଛି ଯାହା ୮.୨ ପିଏସ ପାଓ୍ଵାର ଏବଂ ୮.୬ ଏନଏସର ଟର୍କ ଜେନେରେଟ କରିଥାଏ। ଏହି ବାଇକ ପ୍ରତି ଲିଟରରେ ୧୦୪ କିମିର ମାଇଲେଜ୍‌ ଦେଇଥାଏ। ଏହି ବାଇକର ଏକ୍ସ ଶୋରୁମର ଦାମ ପାଖାପାଖି ୪୨,୬୪୦ ଟଙ୍କା।

ନିଶ୍ଚିତ ପଢନ୍ତୁ : ଏଣିକି ରେଳ ଷ୍ଟେସନ, ଏୟାରପୋର୍ଟ ଏବଂ ମଲରେ ନେଇପାରିବେ ମାଟି ପାତ୍ରରେ ଚା’ ପିଇବାର ମଜା : ନିତିନ ଗଡକରୀଙ୍କ ନୂଆ…

ବଜାଜ ସିଟି ୧୦୦

ବଜାଜର ଏହି ବାଇକ ବହୁତ ଶସ୍ତା ବାଇକ ହେବା ସହିତ ବହୁତ କମ୍ପଫରଟେବୁଲ ମଧ୍ୟ। ଏହି ବାଇକରେ ୧୦୦ ସିସିର ଇଞ୍ଜିନ ଦିଆଯାଇଛି। ଯାହା ୮.୨ ପିଏସ ପାଓ୍ଵାର ଏବଂ ୮.୦୫ ଏନଏସ୍‌ ଟର୍କ ଜେନେରେଟ୍‌ କରିଥାଏ। ଏହି ବାଇକ ପ୍ରତି ଲିଟରରେ ୯୯.୧୦କିମିର ମାଇଲେଜ ଦେଇଥାଏ। ଏହି ବାଇକର ଦାମ ଏକ୍ସ ଶୋରୁମ ଅନୁଯାୟୀ ୩୨,୦୦୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.