ଲକଡାଉନରେ ପୋଷ୍ଟ ଅଫିସର ଏହି ସ୍କିମ ଦେବ ଦୁଇଗୁଣା ରିଟର୍ଣ୍ଣ, ମ୍ୟାଚୁରିଟି ପରେ ମିଳିବ ଡବଲ ରାଶି

ଯଦି ଆପଣ ନିଜର ନିବେଶକୁ ଦୁଇଗୁଣା କରିବା ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସର କିସାନ ବିକାଶ ପତ୍ର ଯୋଜନାରେ ନିବେଶ କରିପାରିବେ। ପୋଷ୍ଟ ଅଫିସର ଏହି ଯୋଜନାରେ ନିବେଶ କରିବା ପରେ ନିବେଶକଙ୍କୁ ନିଜ ପଇସା ସୁରକ୍ଷିତ ସହିତ ଭଲ ରିଟର୍ଣ୍ଣର ଗ୍ୟାରେଣ୍ଟି ମଧ୍ୟ ମିଳିଥାଏ। ଏହି ଯୋଜନା ପାଇଁ ସୁଧ ହାର ଏବଂ ନିବେଶର ଦୁଇଗୁଣା ହେବାର ଅବଧି ସରକାରଙ୍କ ଦ୍ୱାରା ତିନିମାସ ଆଧାରରେ ଧାର୍ଯ୍ୟ କରାଯିବ। ଏହି ଯୋଜନାର ମ୍ୟାଚୁରିଟି ଅବଧି ୧୨୪ ମାସ ଅର୍ଥାତ ୧୦ ବର୍ଷ ଏବଂ ୪ ମାସରେ ଆପଣଙ୍କ ନିବେଶ ଦୁଇଗୁଣା ହୋଇଯିବ।

post

କେଉଁମାନେ ଏଥିରେ କରିପାରିବେ ନିବେଶ ?

କିସାନ ବିକାଶ ପତ୍ର ଯୋଜନାରେ ନିବେଶ କରିବା ବ୍ୟକ୍ତିଙ୍କ ବୟସ ସୀମା ୧୮ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। ଏହି ଯୋଜନାରେ ସିଙ୍ଗଲ ଆକାଉଣ୍ଟ ଛଡା ଜଏଣ୍ଟ ଆକାଉଣ୍ଟ ର ମଧ୍ୟ ସୁବିଧା ରହିଛି। ସେହିଭଳି ଏହି ଯୋଜନା ନାବାଳିକଙ୍କ ପାଇଁ ମଧ୍ୟ ରହିଛି\ ଯାହାର ଦେଖାଶୁଣା ଅଭିଭାବକଙ୍କୁ କରିବାକୁ ହେବ । ଏହି ଯୋଜନା ହିନ୍ଦୁ ଅଭିବାଜିତ ପରିବାର ଅର୍ଥାତ୍‌ HUF, NRI ଏବଂ ଟ୍ରଷ୍ଟକୁ ଛାଡି ଆଉ ସମସ୍ତଙ୍କ ପାଇଁ ଲାଗୁ। ଏହି ଯୋଜନାରେ ୧୦୦୦ ଟଙ୍କା, ୫୦୦୦ ଟଙ୍କା ଏବଂ ୧୦ ହଜାର ଟଙ୍କା, ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସାର୍ଟିଫିକେଟ ରହିଛି, ଯାହାକୁ କିଣାଯାଇପାରିବ।

kisan-vikas-patra-kvp

କେବଳ ସେତିକି ନୁହେଁ ଏହି ଯୋଜନାରେ ୨୦୨୧ ବର୍ଷର ପ୍ରଥମ ତିନି ମାସର ସୁଧ ହାର ୬.୯ ପ୍ରତିଶତ ଧାର୍ଯ୍ୟ କରାଯାଇଛି। ଏହା ଆପଣଙ୍କ ନିବେଶକୁ ୧୨୪ ମାସରେ ଦ୍ୱିଗୁଣା କରିବ। ଯଦି ଆପଣ ଏକସାଙ୍ଗରେ ୧ ଲକ୍ଷ ଟଙ୍କା ନିବେଶ କରୁଛନ୍ତି, ତେବେ ଆପଣ ମ୍ୟାଚୁରିଟିରେ ୨ ଲକ୍ଷ ଟଙ୍କା ପାଇବେ । ଏହାଛଡା ଯୋଜନାରେ ଜାରି କରାଯାଇଥିବା ତାରିଖକୁ ଅଢେଇ ବର୍ଷ ପରେ ବଢାଇ ଦିଆଯାଇପାରିବ। ଏହି ଯୋଜନାକୁ ଗୋଟେ ପୋଷ୍ଟ ଅଫିସରୁ ଅନ୍ୟ ପୋଷ୍ଟ ଅଫିସରୁ ସ୍ଥାନନ୍ତର ମଧ୍ୟ କରାଯାଇପାରିବ। କିସାନ ବିକାଶ ପତ୍ର ଯୋଜନାକୁ ମଧ୍ୟ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ନାମରେ ସ୍ଥାନାନ୍ତରଣ କରିପାରିବେ। ଏଥିରେ ନୋମିନେସନ ପ୍ରକ୍ରିୟାର ମଧ୍ୟ ସୁବିଧା ରହିଛି। କିସାନ ବିକାଶ ପତ୍ରକୁ ପାସବୁକ୍‌ ଆକାରରେ ଜାରି ମଧ୍ୟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.