Below header

Toyotaର ସବୁଠାରୁ ଶସ୍ତା SUV ଆସନ୍ତା ମାସ ହେବ ଲଞ୍ଚ, Hyundai Venueକୁ ଦେବ କଡା ଟକ୍କର

Glanza ହ୍ୟାଚବ୍ୟାକ୍ ପରେ ଏବେ Toyota ନିଜର ନୂଆ କମ୍ପାକଟ ଏସୟୁଭିକୁ ଆସନ୍ତା ମାସ ଭାରତରେ ଲଞ୍ଜ କରିବା ପ୍ରସ୍ତୁତିରେ। ଭାରତରେ ବର୍ତ୍ତମାନ କମ୍ପାକ୍ଟ ଏସୟୁଭି ସେଗମେଣ୍ଟର ଦାବି ବହୁତ ବଢ଼ିବାରେ ଲାଗିଛି। ଟୋୟାଟୋ ନିଜର ନୂଆ କମ୍ପାକ୍ଟ ଏସୟୁଭି ରାଇଜକୁ ବଜାରରେ ରାଜ୍ କରିବା ପ୍ରସ୍ତୁତିରେ ଲାଗିପଡିଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟୋୟୋଟା ଏବଂ Maruti Suzukiର ଜଏଣ୍ଟ ଭେଞ୍ଚର ଭାବରେ Glanza ହ୍ୟାଚବ୍ୟାକକୁ ଉପସ୍ଥାପନା କରିଥିଲା। ଯାହାକୁ ବାଲେନୋର ଭଉଣୀ, ଅବଶ୍ୟ Glanzaର ବିକ୍ରି ବହୁତ କମ୍ ରହିଛି କିନ୍ତୁ ଧିରେ ଧିରେ ଲୋକମାନେ ଏହାଆଡକୁ ଆକର୍ଷିତ ହେଉଛନ୍ତି। Toyotaର ନୂଆ SUVକୁ କମ୍ପାନୀ ନିଜର ବଜେଟ ବ୍ରାଣ୍ଡ ଭାବରେ ଲଞ୍ଚ କରିପାରେ।

car3ଇଞ୍ଜିନ ବିଷୟରେ କହିବାକୁ ଗଲେ ନୂଆ Toyota Riseରେ ୧.୦ ଲିଟରର ୩ ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ମିଳିପାରେ। ଏହି ଇଞ୍ଜିନ ପରଫରମାନ୍ସ ସହିତ ବହୁତ ଭଲ ମାଇଲେଜ୍ ବି ଦେବ। ନୂଆ ରାଇଜରେ 4X2 ଏବଂ 4X4ର ଅପସନ ମଧ୍ୟ ମିଳିବ। କୁହାଯାଉଛି ଯେ toyota ପ୍ରଥମେ ଏହାକୁ ଜାପାନ ବଜାରରେ ଲଞ୍ଚ କରିବ, ତାହା ପରେ ଅନ୍ୟ ବଜାରରେ ଉପସ୍ଥାପନା କରିବ।

ଏହାସହ ପଢନ୍ତୁ : ନୂଆ ଲୁକ ଏବଂ ଆକର୍ଷଣୀୟ ମଡେଲ ସହିତ ଅଧିକ ମାଇଲେଜ ଦେଉଥିବା Hero Splendor ଶୀଘ୍ର ହେବାକୁ ଯାଉଛି ଲଞ୍ଚ

ନୂଆ ର ସିଧା ମୁକାବିଲା Hyundai Venue ସହିତ ହେବ। କମ୍ପାକ୍ଟ SUV ସେଗମେଣ୍ଟରେ ଏବେ ନୂଆ Venueକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଏହାଛଡା ମହିନ୍ଦ୍ରାର XUV300 ମଧ୍ୟ ଏହି ରେସରେ ସାମିଲ ଅଛି। ଏମିତି ପରିସ୍ଥିତିରେ ନୂଆ Rise ପାଇଁ ଏହି ଚ୍ୟାଲେଞ୍ଚ ସହଜ ହେବନାହିଁ। କିନ୍ତୁ ଗାଡିରେ ଯଦି ବହୁତ ଭଲ ପ୍ରଦର୍ଶନ ରହିଲା ତେବେ ଆଶା କରାଯାଉଛି ଯେ ଏହି ଗାଡି ଭାରତରେ ନିଜର ସ୍ଥାନ ବହୁତ ସହଜରେ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.