Below header

ଟିଭି ଦେଖିବା ପାଇଁ ଗ୍ରାହକଙ୍କୁ ଆଉ ଗଣିବାକୁ ପଡ଼ିବନି ମୋଟା ଅଙ୍କର ଅର୍ଥ, ଆସିଲା TRAI ର ନୂଆ ନିୟମ

ଭାରତରେ ପ୍ରାୟ ୨୦ କୋଟି ଲୋକଙ୍କ ଘରେ ଟିଭି ରହିଛି। ନିକଟରେ ଭାରତୀୟ ଦୂର ସଞ୍ଚାର ବିନିୟାମକ ପ୍ରାଧିକରଣ(ଟ୍ରାଇ) କେବଳ ଟିଭି ଓ ଡାଇରେକ୍ଟ ଟୁ ହୋମ୍‌ (ଡିଟିଏଚ୍‌) ପାଇଁ ନୂଆ ନିୟମ ଲାଗୁ କରିଛି। ଗ୍ରାହକମାନେ ଏହି ନିୟମର ଫାଇଦା ଉଠାଇ ସବୁ ମାସରେ ଟଙ୍କା ସଞ୍ଚୟ କରିପାରିବେ। ଆସନ୍ତୁ ଜାଣିବା କେମିତି…

ଟ୍ରାଇ ସଚିବ ଏସ୍‌କେ ଗୁପ୍ତା କହିଛନ୍ତି ଗତ ବର୍ଷ ଫେବ୍ରୁୟାରୀ ମାସରେ ଯେତେବେଳେ ପ୍ରଥମ ଥର ନୂଆ ତାରିଫ୍‌ ଅର୍ଡର ଜାରି କରାଯାଇଥିଲା ସେତେବେଳେ ଗ୍ରାହକ ୧୩୦ ଟଙ୍କାରେ ୧୦୦ ଟି ଚ୍ୟାନେଲ ଦେଖିପାରୁଥିଲେ। ବିତରଣ ପ୍ଲାଟଫର୍ମ ପରିଚାଳକ(ଡିପିଓ)ର ଫିଡ୍‌ବ୍ୟାକ୍‌ ଅନୁସାରେ ଅଧିକାଂଶ ଉପଭୋକ୍ତା ପ୍ରାୟ ୨୦୦ ଟି ଚ୍ୟାନେଲ ସବ୍‌ସ୍କ୍ରାଇବ୍‌ କରିପାରୁଥିଲେ। ଅର୍ଥାତ୍‌ ମୋଟ୍‌ ୨୦୦ରୁ ୧୦୦ ଟି ଚ୍ୟାନେଲ ଦେଖିବା ପାଇଁ ଗ୍ରାହକ ୧୩୦ ଟଙ୍କା ଦେଉଥିଲେ। ବାକି ୧୦୦ ଚ୍ୟାନେଲ ପାଇଁ ୨୫ ଟି ଚ୍ୟାନେଲ ସ୍ଲାବ୍‌ରେ ୨୦-୨୦ ଟଙ୍କା କରି ୮୦ ଟଙ୍କିଆ ନେଟ୍‌ଓ୍ଵର୍କ କ୍ଷମତା ଶୁଳ୍କ ଆକାରରେ ଦେଉଥିଲେ। ନିୟମ ବଦଳିବା ପରେ ଏବେ ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏବେ ଗ୍ରାହକଙ୍କ ୮୦ ଟଙ୍କା ସଞ୍ଚୟ ହେବା ସହ ୧୩୦ ଟଙ୍କାରେ ୨୦୦ ଚ୍ୟାନେଲ ଦେଖିପାରିବେ।

ଗୋଟିଏରୁ ଅଧିକ ସଂଯୋଗ ନେଇଥିବା ଗ୍ରାହକ ପ୍ରତି ମାସରେ ୯୮ ଟଙ୍କା ସଞ୍ଚୟ କରିପାରିବେ। ପୂର୍ବରୁ ଗ୍ରାହକଙ୍କୁ ଏଥିପାଇଁ ୧୩୦ ଟଙ୍କା ଦେବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ପ୍ରଥମ ସଂଯୋଗ ପାଇଁ ୧୩୦ ଟଙ୍କା, ଦ୍ୱିତୀୟ ଓ ତୃତୀୟ ପାଇଁ ୧୩୦ ଟଙ୍କାର ୪୦ ପ୍ରତିଶତ ଅର୍ଥାତ୍‌ ୫୨ ଟଙ୍କା ସଂଯୋଗ ପିଛା ଦେବାକୁ ପଡ଼ିବ।

ନୂଆ ପଲିସି ଅନୁସାରେ ଗ୍ରାହକ ଯଦି ଏକା ସାଙ୍ଗେ ଚ୍ୟାନେଲ ସବ୍‌ସ୍କ୍ରାଇବ୍‌ କରୁଛନ୍ତି ତେବେ ତାଙ୍କୁ ଚ୍ୟାନେଲ ପିଛା ୧୨ ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଏଥିପାଇଁ ୧୯ ଟଙ୍କା ଦେବାକୁ ପଡ଼ୁଥିଲା।

Image result for watching tv trai

ଆଇବିଏଫ୍‌ ଅଧ୍ୟକ୍ଷ ଓ ସୋନି ଏଣ୍ଟରଟେନ୍‌ମେଣ୍ଟର ମୁଖ୍ୟ ଏନ୍‌ପି ସିଂହ କହିଛନ୍ତି ଗତବର୍ଷଠାରୁ ଲାଗୁ ହୋଇଥିବା ନିୟମାନୁସାରେ ସମସ୍ତ ଜିନିଷକୁ ଏକତ୍ରୀକରଣ କରିବାକୁ ପ୍ରକ୍ରିୟା ଚାଲିଛି। ଏବେ ପ୍ରସାରଣକର୍ତ୍ତାକୁ ଉପଭୋକ୍ତାଙ୍କ ଦ୍ୱାରା ଦିଆଯାଉଥିବା ଅର୍ଥର ୨୫ ପ୍ରତିଶତ ମିଳୁଥିବା ବେଳେ ବିତରକଙ୍କୁ ୬୫ ପ୍ରତିଶତ ମିଳୁଛି। ନୂତନ ନିୟମ ଆସିବା ପରେ ୧.୨ କୋଟି ଉପଭୋକ୍ତା ସେବାରୁ ଓହରି ଯାଇଥିବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.