Below header

ଅଜବ ଗୁହାରୀ ନେଇ ମହିଳା କମିଶନ୍‌ଙ୍କ ପାଖକୁ ଗଲେ ପତ୍ନୀ, ସ୍ୱାମୀକୁ ସୁଧୁରିବା ଲାଗି ଦିଆଯାଇଛି ମାସେ ସମୟ

ପାଟନା : ଜଣେ ପତ୍ନୀ ଏବେ ବିହାର ମହିଳା କମିଶନ୍‌ଙ୍କ ନିକଟରେ ଗୁହାରୀ କରିଛନ୍ତି । ନିଜ ସ୍ୱାମୀ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ସୋନି ଦେବା ନାମ୍ନୀ ମହିଳା ଜଣକ । କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସୋନୀ ଦେବୀଙ୍କ ଅଭିଯୋଗ ହେଲା ଯେ ତାଙ୍କ ସ୍ୱାମୀ ସ୍ୱଚ୍ଛ ନୁହନ୍ତି । ଅର୍ଥାତ୍‌ ସ୍ୱାମୀ ଆଦୌ ଗାଧୋଉ ନାହାନ୍ତି କି ଦାନ୍ତ ବ୍ରସ୍‌ କରୁ ନାହାନ୍ତି । ଘଟଣାଟି ହେଉଛି ବୈଶାଳୀ ଜିଲ୍ଲାର । ସୋନି ଦେବୀଙ୍କ କହିବା କଥା ସେ ପ୍ରତିଦିନ ସ୍ୱାମୀଙ୍କୁ ଗାଧୋଇବା ଓ ବ୍ରସ୍‌ କରିବାକୁ କହୁଛନ୍ତି । ହେଲେ ସେ ଶୁଣୁ ନାହାନ୍ତି । ବାରମ୍ବାର କହିବା ପରେ ସ୍ୱାମୀ ନସୁଧୁରିବାରୁ ସେ ମହିଳା କମିଶନ୍‌ର ଦ୍ୱାରକୁ ଆସିଥିଲେ । ଦୁହିଁଙ୍କ ବାହାଘର ୨୦୧୭ରେ ହୋଇଥିଲା ।

BIHAR WC

ଏଭଳି ଅଭିଯୋଗ ପରେ ମହିଳା କମିଶନ୍‌ ତାଙ୍କୁ ବୁଝାଶୁଝା କରି ଫେରାଇ ଦେଇଛନ୍ତି । ତେବେ ସ୍ୱାମୀ ମନୀଷ କୁମାରଙ୍କୁ ସୁଧୁରିବା ଲାଗି ମାସେ ସମୟ ଦେଇଛନ୍ତି । ଯଦି ମନୀଷ ନିଜ ଖରାପ ଅଭ୍ୟାସରେ ସୁଧାର ନଆଣନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହିଳା କମିଶନ୍‌ ତାଗିଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.