Below header

ଦେଶରେ ପ୍ରତିବର୍ଷ ବଢି ଚାଲିଛି ଆତ୍ମହତ୍ୟା, ତଥ୍ୟ ଦେଲା ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡସ ବ୍ୟୁରୋ ବା NCRB

କେନ୍ୟୁଜ୍(ବ୍ୟୁରୋ):    ଆତ୍ମହତ୍ୟା । ନିଜକୁ ନିଜେ ଶେଷ କରିବାର ରାସ୍ତା । କାରଣ ଯାହା ହେଉନା କାହିଁକି, ସମାଜରେ ଏହି ଘଟଣା ବଢି ବଢି ଚାଲିଛି । ଗତକାଲି କଟକରେ ଜଣେ ଯୁବକ ପ୍ରେମର ପ୍ରତାରଣ ସହି ନପାରି ଆତ୍ମହତ୍ୟା କରିଥିଲେ । ଟ୍ରେନ୍‌ ଲାଇନକୁ ଉଦ୍ଧାର ହୋଇଥିଲା ମନୋଜ ସ୍ୱାଇଁଙ୍କ ମୃତଦେହ । ସୁଇସାଇଡ୍‌ ପୂର୍ବରୁ ସେ କରିଥିଲେ ଭିଡିଓ । ପ୍ରେମିକା ଧୋକା ଦେବାରୁ ମୃତ୍ୟୁର ରାସ୍ତା ବାଛିଥିବା କହିଥିଲେ । ପୁଅର ମୃତ୍ୟୁ ପାଇଁ ସଂପକ୍ତ ଯୁବତୀ ଓ ତାଙ୍କ ପରିବାରକୁ ଦାୟୀ କରିଛନ୍ତି ମନୋଜଙ୍କ ଭାଇ । ଜିଆରପି ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ସେପଟେ ପ୍ରେମ ସମ୍ପର୍କକୁ ଅସ୍ୱୀକାର କରିଛନ୍ତି ସଂପୃକ୍ତ ଯୁବତୀଙ୍କ ପରିବାର ଲୋକ ।

suicide 1

କାରଣ ଭିନ୍ନ ଭିନ୍ନ । କିନ୍ତୁ ପ୍ରତିବର୍ଷ ଆତ୍ମହତ୍ୟା ଘଟଣା ଦେଶରେ ଉପରମୁହାଁ । ନ୍ୟାସନାଲ୍‌ କ୍ରାଇମ ରେକର୍ଡସ ବ୍ୟୁରୋ ବା NCRB ତଥ୍ୟ ଅନୁସାରେ, ୨୦୧୮ରେ ଦେଶରେ ଆତ୍ମହତ୍ୟା ସଂଖ୍ୟା ବଢିଛି । ଜୀବନ ହାରିଛନ୍ତି ମୋଟ୍‌ ୧ ଲକ୍ଷ ୩୪ ହଜାର ୫୧୬ ଜଣ । ୨୦୧୭ରେ ଏହି ସଂଖ୍ୟା ଥିଲା ୧ଲକ୍ଷ ୨୯ହଜାର ୮୮୭। ଅର୍ଥାତ ୨୦୧୮ରେ ବଢିଛି ୩ ଦଶମିକ ୬ ପ୍ରତିଶତ । NCRB କହୁଛି, ୨୦୧୮ରେ ଓଡ଼ିଶାରେ ମୋଟ୍‌ ୪ ହଜାର ୫୯୨ ଜଣ ସୁଇସାଇଡ୍‌ କରିଛନ୍ତି । ଅର୍ଥାତ ପ୍ରତି ୧ ଲକ୍ଷ ଲୋକରେ ଓଡ଼ିଶାରେ ହାରାହାରି ୧୦.୨ ଜଣ ଆତ୍ମହତ୍ୟା କରୁଛନ୍ତି । NCRB ତଥ୍ୟ ଅନୁସାରେ, ଦେଶରେ ପାରିବାରିକ ସମସ୍ୟା ୩୦.୪% ଆତ୍ମହତ୍ୟା କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟାରୁ ୧୭.୭%, ବୈବାହିକ ସମସ୍ୟା ପାଇଁ ୬.୨%, ଅନ୍ୟାନ୍ୟ ସମସ୍ୟା ପାଇଁ ଜୀବନକୁ ଶେଷ କରି ଦେଇଛନ୍ତି ୧୨.୭% ପ୍ରତିଶତ ଭାରତୀୟ । ବିଶେଷ କରି ୧୮ରୁ ୩୦ ବର୍ଷ ବୟସ ମହିଳା ଓ ପୁରୁଷ ଅଧିକ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଥିବା ରିପୋର୍ଟରେ ଉଲ୍ଲେଖ କରି NCRB । କେତେବେଳେ ଚାଷୀ ତ ପୁଣି କେବେ ବେରୋଜଗାର ସାଜୁଛି ଆତ୍ମହତ୍ୟାର କାରଣ । କେଉଁଠି ବୃତ୍ତିଗତ ସମସ୍ୟାରୁ ଲୋକ ନିଜକୁ ମାରି ଦେବାର କଠୋର ନିଷ୍ପତ୍ତି ନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.